Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପାନୀୟ ଜଳ ଯୋଗାଣ ପାଇଁ ଜିଲ୍ଲାପାଳଙ୍କୁ ଚିଠି

ସମ୍ବଲପୁର: ଦେବଗଡ଼ ପଟୁ ସମ୍ବଲପୁର ମହାନଗର କୁ ପ୍ରବେଶ ଦ୍ୱାର କୁହାଯାଉଥିବା ସିନ୍ଦୁରପଙ୍କ ମିଳୁନି ପିଏଚଡି ପାନୀୟ ଜଳ। ଏଭଳି ଦୃଷ୍ଟାନ୍ତ ଆଜି ଜଳ ଜଳ ସାମ୍ନାକୁ ଆସିଛି।
ସିନ୍ଦୁରପଙ୍କ ଭଳି ଜନାର୍ଦ୍ଦନ ପୂଜାରୀ ଉଚ୍ଚ ବିଦ୍ୟାଳୟକୁ ମିଳୁନି ପାନୀୟ ଜଳ। ଯେଉଁଠି ୨୦ ଜଣ ଷ୍ଟାପ ସାଙ୍ଗକୁ ୩୩୫ ଶିକ୍ଷାର୍ଥୀ ପାଠ ପଢୁଛନ୍ତି। ପୁଣି ମଧ୍ୟାହ୍ନ ଭୋଜନ ଵି ପିଲାଙ୍କୁ ଦିଆଯାଏ। ଜଳ ସମସ୍ୟା ଏଠି ନିତିଦିନିଆ ସମସ୍ୟା ହୋଇଥିବାରୁ ଅନେକ ଥର ପିଏଚଡି ଯନ୍ତ୍ରୀ ଓ ବିଭାଗୀୟ ଅଧିକାରୀଙ୍କୁ ଆବେଦନ କରାଯାଇଛି। ତଥାପି କୌଣସି ସୁଫଳ ନମିଳିବାରୁ ଶେଷରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀଙ୍କୁ ଚିଠି ଲେଖିବାକୁ ପଡିଛି ଜିଲ୍ଲାପାଳ ଙ୍କୁ। ଆଜି ଅଞ୍ଚଳର ସମାଜସେବୀ ରାମସାଗର ସାହୁଙ୍କ ମାଧ୍ୟମରେ ଜିଲ୍ଲାପାଳ ଚିଠି ଦିଆଯାଇ ଜନାର୍ଦ୍ଦନ ପୂଜାରୀ ଉଚ୍ଚ ବିଦ୍ୟାଳୟରେ ପିଏଚଡି ପାନୀୟ ଜଳ ଯୋଗାଣ ପାଇଁ ଅନୁରୋଧ କରାଯାଇଛି। ବର୍ଷେ ନୁହଁକି ଦୁଇ ବର୍ଷ ଦୀର୍ଘ ଦଶ ବର୍ଷ ଧରି ଦାବି ହୋଇ ଆସୁଥିବା ଏହି ସମସ୍ୟାର ସମାଧାନ ଦେଖାଯାଉ ଜିଲ୍ଲାପାଳଙ୍କୁ ଦେବା ପରେ ସମାଧାନ ହେଉଛି ନାଁ ସମସ୍ୟା ସମସ୍ୟାରେ ରହିଯାଉଛି।