ସୁବଳୟା ମିଶନ ଶକ୍ତି ଠାରେ ରାଷ୍ଟ୍ରୀୟ ପୋଷଣ ଦିବସ ପାଳିତ


ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ୍ ଅନ୍ତର୍ଗତ ସୁବଳୟା ଗ୍ରାମ ପଞ୍ଚାୟତ ସ୍ତରୀୟ ମିଶନ ଶକ୍ତି ରେ ରାଷ୍ଟ୍ରୀୟ ପୋଷଣ ଦିବସ ପାଳନ କରାଯାଇ ଥିଲା । ଉକ୍ତ କାର୍ଯ୍ୟକ୍ରମ ରେ ସଂଘ ର ସଭାନେତ୍ରି , ସମ୍ପାଦିକା , ଇସି ସଭ୍ୟା , ସ୍ବୟଂ ସହାୟିକା ଗୋଷ୍ଠୀ ର ସଭ୍ୟା , କିଶୋରୀ ବାଳିକା ଓ ସଂଘ ର କମ୍ୟୁନିଟି ସପୋର୍ଟ ଷ୍ଟାଫ୍ ଉପସ୍ଥିତ ଥିଲେ । ଏମବିକେ ବବିତା ରାଣୀ ମହାପାତ୍ର ଉକ୍ତ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ । ସୁବଳୟା ପଞ୍ଚାୟତ ର ପ୍ରତ୍ୟେକ ଗ୍ରାମ ରେ ଯେପରି ଜଣେ ବି ବ୍ୟକ୍ତି ପୃଷ୍ଟିହିନତା ର ଶିକାର ନ ହୁଅନ୍ତି ଏବଂ କେଉଁ ଖାଦ୍ୟ ଖାଇବା ଆବଶ୍ୟକ, କେଉଁ ଖାଦ୍ୟ ଖାଇବା ଦ୍ବାରା ଅପପୃଷ୍ଟି ଜନିତ ରୋଗ ହେବ ନାହିଁ, ରକ୍ତହୀନତା ଦେଖା ଦେବ ନାହଁ ସେହି ବିଷୟ ରେ ଆଲୋଚନା କରିଥିଲେ। ପଞ୍ଚାୟତ ର ପ୍ରତି ଆଞ୍ଚଳିକ ମଞ୍ଚ ଓ ପ୍ରତ୍ୟେକ ସ୍ବୟଂ ସହାୟିକା ଗୋଷ୍ଠୀ ରେ ଖାଦ୍ୟ, ପୋଷଣ ଓ ସ୍ଵଚ୍ଛତା ଉପରେ ସଚେତନତା କାର୍ଯ୍ୟକ୍ରମ କରିବା ପାଇଁ ପରାମର୍ଶ ଦେଇଥିଲେ। ପରେ ଉକ୍ତ କାର୍ଯ୍ୟକ୍ରମ ରେ ମାଣ୍ଡିଆ ରେ ତିଆରି ବିଭିନ୍ନ ପ୍ରକାର ଖାଦ୍ୟ କୁ ନେଇ ସଂଘ ର ସଭ୍ୟା ମାନଙ୍କ ମଧ୍ୟରେ ଏକ ପ୍ରତିଯୋଗିତା ହୋଇଥିଲା ଏବଂ ପୋଷଣ , ଡାଏଟ୍ ପ୍ଲାନ୍ , ବିବିଧ ଖାଦ୍ୟ , ସ୍ଵଚ୍ଛତା କୁ ନେଇ କିଶୋରୀ ବାଳିକା ମାନଙ୍କ ମଧ୍ୟରେ ଏକ ଚିତ୍ରାଙ୍କନ ପ୍ରତିଯୋଗିତା ହୋଇଥିଲା । ପରେ ପ୍ରତିଯୋଗିତା ରେ ପ୍ରଥମ , ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ସଭ୍ୟା ମାନଙ୍କୁ ଓ କିଶୋରୀ ବାଳିକା ମାନଙ୍କୁ ସଭାନେତ୍ରୀ ମୀରା ବାରିକ୍ ଓ ସମ୍ପାଦିକା ମାଧୁରୀ ମେହେର ପୁରସ୍କାର ବିତରଣ କରିଥିଲେ। ପୃଷ୍ଟିହିନତା , ରକ୍ତହୀନତା , ଅପପୃଷ୍ଟି ରୋଗ ରୁ ପଞ୍ଚାୟତବାସି କିପରି ବଞ୍ଚିତ ହେବେ ତାହା ଉକ୍ତ କାର୍ଯ୍ୟକ୍ରମ ର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଥିଲା।