Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ସମ୍ବଲପୁର ଜିଲ୍ଲା ଯାଦବ ପରିବାର ର ବନ୍ଧୁ ମିଳନ

ସମ୍ବଲପୁର: ସମ୍ବଲପୁର ଜ଼ିଲ୍ଲା ଯାଦବ ପରିବାର ତରଫରୁ ଏକ ବନ୍ଧୁ ମିଳନ ରବିବାର ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମର ମୁଖ୍ୟ ଅତିଥ୍ ଏସ୍.ବି. ୟାଦବ୍ ରାଷ୍ଟ୍ରୀୟ ଯାଦବ ସମାଜର ସଭାପତି, ସମ୍ମାନିତ ଅତିଥୁ ସୁବାସ ଭୋଇ ଆଇନସେବା ବିଭାଗ୍ ଉତ୍କଳ ଯାଦବ ମହାସଭା ଓଡ଼ିଶା, ସଭାପତି ଶ୍ରୀ ସୁରେନ୍ଦ୍ର କୁମାର୍ ବଗର୍ତି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ।ଉଦଘାଟନୀ ସମାରୋହରେ ସଂଯୋଜକ ଅନୀଲ ଯାଦବ, ସମ୍ପାଦକ ବିଭୂତି ଭୂଷଣ ବାଗ୍, ହରିଶଙ୍କର ଷଣ୍ଢ, ଉଜ୍ଜ୍ଵଲ ମହାକୁଡ଼, ଦର୍ଶନୀ ଷଣ୍ଢ, ରାଜେନ୍ଦ୍ର ବନ୍ଦୋର୍, ବିଜୟ ଲକ୍ଷ୍ମୀ ବଗର୍ତି, ଶ୍ରୀବସ୍ତ୍ର ଭୋଇ, ଦୁଃଖବନ୍ଧୁ ଧର ଅତିଥି ଭାବେ ଯୋଗ ଦେଇଥିଲେ । ଯାଦବ ପରିବାର ତରଫରୁ ଓଡ଼ିଶାରେ ଏକ ଯାଦବ ଭବନ ନିର୍ମାଣ ପାଇଁ ଅତିଥିମାନେ ଆଗ୍ରହ ପ୍ରକାଶ କରିଥିଲେ ଏବଂ ବୁର୍ଲା ଠାରେ ସବୁ ସମାଜର ଲୋକଙ୍କ ପାଇଁ ଆଶ୍ରୟସ୍ଥଳୀ ନିର୍ମାଣ ପାଇଁ ଯାଦବ ପରିବାର ତରଫରୁ ହେଇଥ‌ିବା ପ୍ରସ୍ତାବରେ ମୁଖ୍ୟଅତିଥୁ ଏହି ସବୁ ପ୍ରକ୍ରିୟାରେ ସହଯୋଗ କରିବା ପାଇଁ ସହମତି ପ୍ରକାଶ କରିଥିଲେ । ସମ୍ବଲପୁର ମହାନଗର ନିଗମ ଏବଂ ଜିଲ୍ଲାର ସମସ୍ତ ବ୍ଲକର ଯାଦବ ପରିବାର ଆଜିର କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ଏହାସହ ଗୌରହରି ଗୁରୁଙ୍କର ସଂଯୋଜନାରେ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ନାଚଗୀତର ଆସର ଜମିଥିଲା । ଉକ୍ତ କାର୍ଯ୍ୟକ୍ରମକୁ ଦେବାଶିଷ ପ୍ରଧାନ ଏବଂ ସାଥୀ ପରିଚାଳନା କରିଥିଲେ । ମୁଖ୍ୟ ଅତିଥି ଶ୍ରୀ ଏସ୍.ବି. ୟାଦବ ଓଡ଼ିଶା ପ୍ରାନ୍ତର ସଂଗଠନକୁ ସୁଦୃଢ଼ କରିବା ପାଇଁ ଶ୍ରୀ ସୁରେନ୍ଦ୍ର କୁମାର ବଗର୍ତିଙ୍କୁ ଓଡ଼ିଶା ଯାଦବ ଟ୍ରଷ୍ଟ ସଭାପତି, ଶ୍ରୀ ଅନୀଲ ୟାଦବକୁ ଉପାଧ୍ୟକ୍ଷ ଏବଂ ଶ୍ରୀ କିଶୋର ଧରେଇଙ୍କୁ ସାଧାରଣ ସମ୍ପାଦକ ହିସାବରେ ନିଯୁକ୍ତ କରାଗଲା ବୋଲି ଘୋଷଣା କରାଯାଇଥିଲା। କାର୍ଯ୍ୟକ୍ରମରେ ସମାଜ ପାଇଁ ପ୍ରେରଣା ଦେଇଥୁବା ବ୍ୟକ୍ତିବିଶେଷଙ୍କୁ ସମ୍ମାନିତ କରାଯାଇଥିଲା।ଯାଦବ ପରିବାର ଶିକ୍ଷା ସମ୍ମାନରେ ଦେବାନନ୍ଦ ଖର୍ସେଲ – କୁଚିଣ୍ଡା, ସଂସ୍କୃତି ସମ୍ମାନ ଚେତନା ମୟୀ ବେହେରା, ରାଷ୍ଟ୍ରସେବା ସମ୍ମାନ ପିତାବାସ ସାନବଡ଼, ସେବା ସମ୍ମାନ ସଞ୍ଜୟ ବାଗ, ଶିଶୁ ପ୍ରତିଭା ସମ୍ମାନ ଆରାଧ୍ୟା ପ୍ରିୟଦର୍ଶିନୀ, ଜନସେବା ସମ୍ମାନ ତ୍ରିବିକ୍ରମ ପୋଢ଼, ମେଟ୍ରିକ ପରୀକ୍ଷାରେ ସଫଳ ହୋଇଥିବା ପ୍ରିୟଦର୍ଶିନୀ ମଟାରୀ, ମାନସୀ ବାଗ, ପ୍ଲସ୍ ଟୁ ରେ ସଫଳ ହୋଇଥିବା ଭୂମିକା ଛତର, ଶାସୁତୀ ପ୍ରିୟଦର୍ଶିନୀ ନାଗଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।