Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଜି ଭୈରବୀ ବେଶରେ ଦର୍ଶନ ଦେଉଛନ୍ତି ମା ସୁରେଶ୍ଵରୀ

ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ) ସୋନପୁର ର ଇଷ୍ଟ ଦେବୀ ମା ସୁରେଶ୍ଵରୀ ଙ୍କ ପୀଠରେ ନବରାତ୍ର ପୂଜା ଚାଲୁ ରହିଥିବା ବେଳେ ଆଜି ବୁଧବାର ଭୋର ସମୟରୁ ମନ୍ଦିର ଖୋଲା ଯାଇ ଯଥା ବିଧି ପୂଜାର୍ଚ୍ଚନା ଶେଷ ହୋଇଥିବା ବେଳେ ଆଜି ଭୈରବୀ ବେଶରେ ମା ଉଭା ହୋଇ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି। ମନ୍ଦିର ରେ ନବଦିନ ବ୍ୟାପୀ ଚଣ୍ଡୀ ମହାଯଜ୍ଞର ପଞ୍ଚମ ଦିବସ ରେ ସୂର୍ଯ୍ୟ ପୂଜା, ଗୋ ପୂଜା, ଗୁରୁ, ବ୍ରାହ୍ମଣ ପୁଜନମ ବିଭିନ୍ନ ଦେବଦେବୀଙ୍କ ପୂଜାପାଠ ସୁରେଶ୍ଵରୀ ଙ୍କ ଷୋଡଶ ଉପଚାର ପୂଜା ଆରତୀ ପୁଷ୍ପାଞ୍ଜଳି ସହ ସନ୍ଧ୍ୟା ୬ ଟା ବେଳକୁ ଚଣ୍ଡୀ ଯଜ୍ଞ, ହବନ, ଆରତୀ, ପୁଷ୍ପାଞ୍ଜଳି ହେବା ନେଇ କମିଟି ପକ୍ଷରୁ ସୂଚନା ମିଳିଛି। ସେହିପରି ସହର ର ସର୍ବ ପୁରାତନ ମା ଭଗବତୀ ଙ୍କ ପୀଠରେ ଆଜି ସ୍କନ୍ଧମାତା ବେଶ ରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମା ଭଗବତୀ। ସେପଟେ ସହର ର ଗଡ଼ଭିତର ସ୍ଥିତ ଦୁର୍ଗା ମନ୍ଦିର ରେ ମଧ୍ୟ ନବରାତ୍ର ର ପଞ୍ଚମ ଦିନ ରେ ଆଜି ମା’ ଦୁର୍ଗା ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି ସ୍କନ୍ଧମାତା ବେଶରେ। ତେବେ ଆସନ୍ତୁ ମା’ଙ୍କ ସ୍କନ୍ଦମାତା ବେଶର ମହାତ୍ମ୍ୟ ସଂପର୍କରେ କିଛି ପୌରାଣିକ କଥାବସ୍ତୁ ଜାଣିବା । “ସିଂହାସନାଗତା ନିତ୍ୟଂ ପଦ୍ମାଶ୍ରିତକରଦ୍ୱୟା”
“ଶୁଭଦାସ୍ତୁ ସଦା ଦେବୀ ସ୍କନ୍ଦମାତା ଯଶସ୍ୱିନୀ” । ମାତା ଦୁର୍ଗାଙ୍କର ପଞ୍ଚମ ସ୍ୱରୂପର ନାମ ସ୍କନ୍ଦମାତା। କୁମାର କାର୍ତ୍ତିକେୟଙ୍କର ଅନ୍ୟ ନାମ ସ୍କନ୍ଧ। ପ୍ରସିଦ୍ଧ ଦେବାସୁର ଯୁଦ୍ଧରେ ସେ ଦେବତାମାନଙ୍କର ସେନାପତି ହୋଇଥିଲେ। ପୁରାଣରେ ତାହାଙ୍କୁ କୁମାର ଓ ଶକ୍ତିଧର କହି ତାଙ୍କର ମହିମା ବର୍ଣ୍ଣନା କରାଯାଇଛି । କାର୍ତ୍ତିକେୟଙ୍କର ବାହାନ ମୟୂର, ତେଣୁ ତାଙ୍କୁ ମୟୁରବାହାନ ବୋଲି ମଧ୍ୟ କୁହାଯାଏ। ସେହି ଭଗବାନ ସ୍କନ୍ଦଙ୍କର ମାତା ହୋଇଥିବାରୁ ମା’ ଦୁର୍ଗାଙ୍କର ଏହି ପଞ୍ଚମ ସ୍ୱରୂପର ନାମ ସ୍କନ୍ଦମାତା ହୋଇଛି । ନବରାତ୍ରି ପୂଜାର ପଞ୍ଚମ ଦିବସରେ ଏହାଙ୍କର ଉପାସନା କରାଯାଏ । ଏହି ଦିନ ସାଧକଙ୍କର ମନ ବିଶୁଦ୍ଧ ଚକ୍ରରେ ଅବସ୍ଥିତ ହୁଏ । ମା’ଙ୍କର ବିଗ୍ରହରେ ଭଗବାନ ସ୍କନ୍ଦ ବାଳରୂପରେ କୋଳରେ ବସିଥାନ୍ତି । ସ୍କନ୍ଦମାତା ଦେବୀଙ୍କର ଚାରି ଭୂଜ । ଡାହାଣ ପଟର ଉପର ହାତରେ ସେ ଭଗବାନ ସ୍କନ୍ଦଙ୍କୁ କୋଳରେ ବସାଇ ଧରିଥାନ୍ତି ଏବଂ ସେହି ପଟର ତଳ ହାତଟି ଉପରକୁ ଟେକି ସେଥିରେ କମଳ ପୁଷ୍ପଟିଏ ଧରିଥାନ୍ତି । ବାମପଟର ଉପରେ ହାତରେ ବରମୁଦ୍ରା ଦେଖାଉଥିବା ବେଳେ ତଳ ହାତ ଉପରକୁ ଟେକି ସେଥିରେ ବି କମଳ ପୁଷ୍ପ ଧାରଣ କରିଥାନ୍ତି । ସେପଟେ ସହର ର ଥନାପତି ପଡା ରେ ମଧ୍ୟ ମା ଙ୍କ ନବରାତ୍ରୀ ପୂଜା ଧୁମଧାମ ରେ ଚାଲିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ