Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜିଲ୍ଲା ସ୍ତରୀୟ ବିଶ୍ୱ ହୃତପିଣ୍ଡ ଦିବସ ପାଳିତ

ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ) ସୁବର୍ଣ୍ଣପୁର ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ମିଶନ ଶକ୍ତି ସଭା ଗୃହ ଠାରେ ବିଶ୍ୱ ହୃତପିଣ୍ଡ ଦିବସ ପାଳିତ ହୋଇଯାଇଛି। ଭାରପ୍ରାପ୍ତ ଜ଼ିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡ଼ା ରମେଶ ଚନ୍ଦ୍ର ସ୍ୱାଇଁ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଉକ୍ତ ସଭା ରେ ସହକାରୀ ଜ଼ିଲ୍ଲା ଜନସ୍ୱାସ୍ଥ୍ୟ ଯୋଗାଯୋଗ ଅଧିକାରୀ ବୃନ୍ଦାବନ ସାହୁ, ସ୍ୱାସ୍ଥ୍ୟ ପରିଦର୍ଶକ ପ୍ରମୋଦ କୁମାର ସାହୁ, ଅଣସଂକ୍ରାମକ ରୋଗ ସଂଯୋଜକ ଗୀତାଞ୍ଜଳି ମେହେର ଓ ଆଇସିଡିଏସ ପରିଦର୍ଶିକା ରୋଜିସ୍ମିତା ଭୋଇ ପ୍ରମୁଖ ଉପସ୍ଥିତ ଥିଲେ। ଅତିଥି ବୃନ୍ଦ ଆମ ହୃତପିଣ୍ଡ ର ଯତ୍ନ ଆମ ହାତରେ ରହିଥିବା ଓ ହୃଦୟତାର ସହ ହୃତପିଣ୍ଡ ର ଯତ୍ନ ନେବା ସହ ଉଚ୍ଚ ରକ୍ତ ଚାପ, ଡାଇବେଟିସ, ମାତ୍ରାଧିକ କଲେଷ୍ଟ୍ରୋଲ, ଧୂମପାନ, ମୋଟା ପଣ ଓ ମଦ୍ୟ ପାନ ପ୍ରତି ସାବଧାନ ରହିବା ପାଇଁ ସଚେତନ ରହିବା ନ ହେଲେ ଏହି ସବୁ ହୃଦରୋଗ କୁ ଡାକି ଆଣେ ତେଣୁ ଆମେ ସମସ୍ତେ ସତର୍କ ରହି ହୃଦରୋଗ ରୁ ରକ୍ଷା କରି ସୁସ୍ଥ ସୁନ୍ଦର ସମାଜ ଗଠନ କରିବାରେ ସହାୟକ ହୋଇପାରିବ ବୋଲି ଗୁରୁତ୍ଵା ରୋପ କରିଥିଲେ।
ଉକ୍ତ ସଭାରେ ଅଙ୍ଗନବାଡି କର୍ମୀ, ମାସ ମେମ୍ବର, ଆଶା, ସ୍ୱାସ୍ଥ୍ୟ ପରିଦର୍ଶକ, ସ୍ୱାସ୍ଥ୍ୟ ଅଧିକାରୀ ଓ ସାମ୍ବାଦିକ ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ପ୍ରମୋଦ କୁମାର ସାହୁ ସ୍ୱାସ୍ଥ୍ୟ ପରିଦର୍ଶକ ଧନ୍ୟବାଦ ଅର୍ପଣ କରିଥିଲେ।