Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମାନେଶ୍ବର ବ୍ଲକ ଠାରେ ଜନ ଅଭିଯୋଗ ମିଳିତ ଶୁଣାଣି

ସମ୍ବଲପୁର:ମାନେଶ୍ବର ବ୍ଲକ କାର୍ଯ୍ୟାଳୟରେ ଜିଲ୍ଲାପାଳ, ସମ୍ବଲପୁର ସିଦ୍ଧେଶ୍ଵର ବଳିରାମ ବୋନ୍ଦର, (ଆଇ.ଏ.ଏସ) ଏବଂ ଏସ.ପି, ସମ୍ବଲପୁର ମୁକେଶ ଭାମୁ,(ଆଇ.ପି.ଏସ) ଙ୍କ ର ମିଳିତ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଥିଲା।ମୋଟ ୪୪ ଟି ଆବେଦନ ଗ୍ରହଣ କରାଯାଇଥିଲା ଯେଉଁଥିରୁ ୩୭ ଟି ଆବେଦନ ବ୍ୟକ୍ତିଗତ ସମ୍ବନ୍ଧୀୟ ଥିବା ବେଳେ, ୦୬ ଟି ସମସ୍ୟା ଗ୍ରାମୀୟ ସମସ୍ୟା ସହିତ ଜଡିତ ଥିଲା। ସିଏମ ଆରଏଫ୍ ଅଧୀନରେ ସହାୟତା ପାଇଁ ୦୧ ଗୋଟି ଆବେଦନ ପ୍ରାପ୍ତ ହୋଇଛି। ଏହି ଅଭିଯୋଗ ଶୁଣାଣି ଶିବିର ରେ ୩ ଟି ଅଭିଯୋଗ ସମାଧାନ କରାଯାଇଥିଲା। ଅଭିଯୋଗ ଶୁଣାଣି ଠାରେ ଜିଲ୍ଲାପାଳ, ସମ୍ବଲପୁର ୦୪ ଜଣ ହିତାଧିକାରୀଙ୍କୁ ଟ୍ରାଇ ସାଇକେଲ, ୦୧ ଜଣ କୁ ୱାକିଙ୍ଗ ସ୍ଟିକ ଏବଂ ମଧୁବାବୁ ପେନସନ ଯୋଜନା ଅନ୍ତର୍ଭୁକ୍ତ ୨୨ ଜଣ ହିତାଧିକାରୀଙ୍କୁ ବିଧବା ଭତ୍ତା ଓ ଭିନ୍ନକ୍ଷମ ଭତ୍ତା ପ୍ରଦାନ କରିଥିଲେ। ଆସନ୍ତା ଅକ୍ଟୋବର ମାସ ୧୪ ତାରିଖ ରେ ଜମନକିରା ବ୍ଲକ କାର୍ଯ୍ୟାଳୟ ଠାରେ, ୨୧ ତାରିଖ ରେ ନାକଟିଦେଉଳ ବ୍ଲକ୍ କାର୍ଯ୍ୟାଳୟ ଠାରେ, ୨୮ ତାରିଖ ରେ ବାମରା ବ୍ଲକ୍ କାର୍ଯ୍ୟାଳୟ ଠାରେ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହେବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ