Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମା’ ଝାଡେଶ୍ବରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବିବେକାନନ୍ଦ କେନ୍ଦ୍ର କନ୍ୟାକୁମାରୀ ପକ୍ଷରୁ ଆଲୋଚନାସଭା

ସମ୍ବଲପୁର,ତା: ମା ଝାଡେଶ୍ବରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସମ୍ବଲପୁରର ବିବେକାନନ୍ଦ କେନ୍ଦ୍ର କନ୍ୟାକୁମାରୀ ପକ୍ଷରୁ ଏକ ଆଲୋଚନା ସଭା ଆୟୋଜିତ ହୋଇଯାଇଛି। ଅଧ୍ୟକ୍ଷ ଅଶୋକ କୁମାର ପୁରୋହିତଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସଭାରେ ମୁଖ୍ୟଅତିଥି କେନ୍ଦ୍ରର ନଗର ସଂଚାଳକ ମୁରଲୀ ପ୍ରେମ ନାଥ ନାୟକ କହିଥିଲେ ଯେ, ଆମେ ଯେତେଦିନ ପର୍ଯ୍ୟନ୍ତ ଆମ ଭିତରେ ଯୌବନର ଭାବଶକ୍ତିକୁ ଉଦଜୀବିତ କରି ରଖିବା ସେତେଦିନ ପର୍ଯ୍ୟନ୍ତ ଆମେ ଯୌବନର ଶକ୍ତିନେଇ କ୍ରିୟାଶୀଳ ରହିବାର ବାର୍ତ୍ତା ସ୍ୱାମୀ ବିବେକାନନ୍ଦଙ୍କ ଜୀବନୀକୁ ଅନୁଧ୍ୟାନ କଲେ ଜଣାପଡେ। ସେଥିପାଇଁ ତାଙ୍କ ଜନ୍ମଦିନକୁ ଯୁବଦିବସ ଭାବରେ ପାଳନ କରୁଛେ। ଏକାଗ୍ର ଚିତ୍ତ ହେବା,ସାହସୀ ହେବା,ଆଳସ୍ୟ ପରିହୃତ ଜୀବନଶୈଳୀ ଏବଂ ସେବା ମନୋବୃତ୍ତି ରଖିବା ଆଦି ଶିକ୍ଷାର୍ଥୀଙ୍କ ଆଚରଣରେ ରହିବା ନିହାତି ଜରୁରୀ ବୋଲି ସେ ମତବ୍ୟକ୍ତ କରିଥିଲେ I ଡ. ବସନ୍ତ କୁମାର ଦାଶ, ନଗର ପ୍ରମୁଖ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ,ସ୍ୱାମୀ ବିବେକାନନ୍ଦ ନିଜ ମୁକ୍ତି ପାଇଁ ତପସ୍ଯା କରିନଥିଲେ ବରଂ ସେ ତପସ୍ଯା କରିଥିଲେ ଦେଶ ମାତୃକାର ସେବାପାଇଁ। ସେଥିପାଇଁ ସେ ଯୁବକ ମାନଙ୍କୁ ସଚେତନ ହୋଇ ଲକ୍ଷ୍ୟ ହାସଲ କରିବା ପର୍ଯ୍ୟନ୍ତ ଅବିରାମ ପ୍ରୟାସଶୀଳ ହେବାକୁ ପରାମର୍ଶ ଦେଇଥିଲେ। ଅତିଥି ଡ. ଦେବେନ୍ଦ୍ର ପଣ୍ଡା,ସହ ନଗର ସଂଚାଳକ ବିବେକା ନନ୍ଦଙ୍କ ଚିକାଗୋ ଅନୁଭୂତି ଓ ଭାଷଣର ଦୃଷ୍ଟାନ୍ତ ଦେଇ ସେଥିରେ ରହିଥିବା ଶିକ୍ଷଣୀୟ ଉପାଦାନ ଉପରେ ଆଲୋକପାତ କରିଥିଲେ I ଅତିଥି ତଥା କେନ୍ଦ୍ରର ବରିଷ୍ଠ ସଭ୍ୟ ଯୁବପ୍ରମୁଖ ଶରତ ଚନ୍ଦ୍ର ବେହେରା ପୁରସ୍କାର ର ମହତ୍ତ୍ୱ ଉପରେ ତାଙ୍କ ବକ୍ତବ୍ୟରେ ସ୍ୱାମୀଜୀଙ୍କ ଜୀବନୀରୁ ଦୃଷ୍ଟାନ୍ତ ଉଦ୍ଧାରକରି କହିଥିଲେ ପୁରସ୍କାର ଦ୍ୱାରା ବ୍ୟକ୍ତିର ପ୍ରତିଭାର ବିକାଶ ନିମନ୍ତେ ଉତ୍ସାହ ମିଳେ। ଅଧ୍ୟାପକ ରବିନ୍ଦ୍ର ନାରାୟଣ ଠାକୁର ଅତିଥି ପରିଚୟ ସହ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବା ସହ କେନ୍ଦ୍ର ପକ୍ଷରୁ ହୋଇଥିବା ଜିଲ୍ଲା ସ୍ତରୀୟ ସ୍ୱାଧ୍ୟାୟ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ମାନଙ୍କୁ ପ୍ରମାଣପତ୍ର ବିତରଣୀ କାର୍ଯ୍ଯକ୍ରମକୁ ପରିଚାଳନା କରିଥିଲେ। ପ୍ରକାଶଯୋଗ୍ୟ ଯେ ଜିଲ୍ଲାସ୍ତରୀୟ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ପ୍ରଥମ ବର୍ଷ ର ଛାତ୍ରୀ ଅଜିତ ପ୍ରଧାନ ଙ୍କୁ ସଭାରେ ବିଶେଷ ଭାବରେ ପୁରସ୍କୃତ କରାଯାଇଥିଲା I ସଭାରେ ତାଙ୍କ ସମେତ ଛାତ୍ରୀ ଅଞଳୀ ବୁଡେକ ବିବେକାନନ୍ଦଙ୍କ ଜୀବନାଦର୍ଶ ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଶେଷରେ ଅଧ୍ୟାପକ ଡ. ସିଦ୍ଧାର୍ଥ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ