ନାକଟିଦେଉଳ ମହାବିଦ୍ୟାଳୟରେ ଗୀତା ଆବୃତି ପ୍ରତିଯୋଗିତା


ସମ୍ବଲପୁର: ପ୍ରଜ୍ଞା ମିଶନ୍ ଆନୁକୁଲ୍ୟ ରେ ନାକଟିଦେଉଳ ସ୍ନାତକ ମହାବିଦ୍ୟାଳୟ ଠାରେ ଗୀତା ଆବୃତି ପ୍ରତିଯୋଗିତା ଆୟୋଜିତ ହୋଇଥିଲା।ଏଥିରେ ନାକଟିଦେଉଳ ବ୍ଲକ୍ ଅନ୍ତର୍ଗତ ବିଭିନ୍ନ ପ୍ରାଥମିକ ବିଦ୍ୟାଳୟ, ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ହାଇସ୍କୁଲ୍ ଓ ମହାବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନେ ଭାଗ ନେଇଥିଲେ I ଏହି କାର୍ଯ୍ୟକ୍ରମ ରେ ବିଚାରକ ଭାବରେ ଅଧ୍ୟାପିକା ଡକ୍ଟର୍ ପୁଷ୍ପାଞ୍ଜଳି ରବନା, ଅଧ୍ୟାପକ ଶେଷଦେବ ବିଶ୍ବାଳ ଓ ଅଧ୍ୟାପକ ଭଜମୋହନ ପ୍ରଧାନ ଯୋଗ ଦେଇଥିଲେ।ପ୍ରାଥମିକ ବିଦ୍ୟାଳୟ ସ୍ତର ରେ ଡିମ୍ପଲ୍ ସାହୁ ୧ମ, ମୋିସମ୍ ସାହୁ ୨ୟ ଓ ଆଦିତ୍ୟ ପ୍ରଧାନ ୩ୟ ହୋଇଥିବା ବେଳେ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସ୍ତର ରେ ଜମୁନା କର୍ମୀ ୧ମ, ଡାଲିମ୍ ସାହୁ ୨ୟ ଓ କାମିନୀ ମାଝୀ ୩ୟ ସ୍ଥାନ ଅଧିକାର କରିଥିଲେ।ହାଇସ୍କୁଲ ସ୍ତର ର ଗୀତା ଆବ୍ରୁତ୍ତି ପ୍ରତିଯୋଗୀତା ରେ ଅଭିପ୍ସା ଦାଶ ୧ମ, ଝାନ୍ସିରାଣୀ ବିଶ୍ବାଳ ୨ୟ ଓ ଅମ୍ବିକା ରାଉଳ ୩ୟ ହୋଇଥିବା ବେଳେ ମହାବିଦ୍ୟାଳୟ ସ୍ତର ରେ ଝାନ୍ସିରାଣୀ ସାହୁ ୧ମ, ରଚନା ମାଝୀ ୨ୟ ଓ ଗୀତାଞ୍ଜଳି ମିର୍ଦ୍ଧା ୩ୟ ସ୍ଥାନ ଅଧିକାର କରିଥିଲେ। ମୁଖ୍ୟ ଅତିଥି ଭାବେ ମହାବିଦ୍ୟାଳୟ ର ଅଧ୍ୟକ୍ଷ ସୁଧୀର କୁମାର ସାହୁ ଯୋଗ ଦେଇ କ୍ରୁତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କ୍ରୁତ କରିଥିଲେ।ମୁଖ୍ୟ ବକ୍ତା ଭାବରେ ବରିଷ୍ଠ ଅଧ୍ୟାପକ ଦେବେଶ କୁମାର ବିଶ୍ବାଳ ଯୋଗ ଦେଇ ଗୀତା ର ମହତ୍ତ, ବାର୍ତ୍ତା, ମହନୀୟତା ଓ ଶିକ୍ଷଣୀୟ ଉପାଦାନ ସମ୍ପର୍କ ରେ ଆଲୋକପାତ କରିଥିଲେ।ଅଧ୍ୟାପିକା ଲିଟିନା ପ୍ରିୟଦର୍ଶିନୀ ସହଯୋଗ କରିଥିବାବେଳେ ଜୟନ୍ତୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।