ସିଆର୍‌ପିଏଫ୍ ଗ୍ରୁପ କେନ୍ଦ୍ରରେ ସରକାରୀ ଆବାସ ଉଦ୍‌ଘାଟିତ


ସମ୍ବଲପୁର: ସମ୍ବଲପୁର ରିଜର୍ଭ ପୁଲିସ ଗ୍ରୁପ୍ ସେଣ୍ଟର ପରିସରରେ ସରକାରୀ ଆବାସ ଉଦ୍‌ଘାଟନ ସମାରୋହ ଅନୁଷ୍ଠିତ ହୋଇଯାଇଛି I ସିଆରପିଏଫ ଓଡ଼ିଶା ସେକ୍ଟର ମହାନିର୍ଦେଶକ ଡଃ ଅର୍ଜନା ଶିବହରେ ଆଜି ଏହାକୁ ଉଦ୍‌ଘାଟନ କରିଥିଲେ I ଉପ ମହାନିରୀକ୍ଷକ ସଞ୍ଜୟ କୁମାର ସିଂହ ଉପସ୍ଥିତ ଥିଲେ I ୬୮.୧୮ କୋଟି ଟଙ୍କା ବ୍ୟୟରେ ୩୪୮ ପରିବାର ପାଇଁ ଘର ନିର୍ମାଣ କରାଯାଇଛି I କେନ୍ଦ୍ର ବାହାରେ ରହୁଥ‌ିବା ୧୦୬ କମଚାରୀଙ୍କ ମଧ୍ୟରୁ ୫ ଜଣଙ୍କୁ ମହାନିର୍ଦେଶକ ଘରର ଚାବି ପ୍ରଦାନ କରିଥିଲେ। ଏହାବ୍ୟତୀତ ୧୧ କୋଟି ଟଙ୍କା ବ୍ୟୟରେ ନିର୍ମିତ ରାସ୍ତା, ଷ୍ଟ୍ରିଟଲାଇଟ, କ୍ୟାମ୍ପ ସରିସର ସ୍ଥିତ ପରିବାର କଲ୍ୟାଣ କେନ୍ଦ୍ରରେ ପୁସ୍ତକାଳୟ ଓ କମ୍ପ୍ୟୁଟର ଲ୍ୟାବ୍‌ ଆଦିର ମଧ୍ୟ ଉଦ୍‌ଘାଟନ କରିଥିଲେ। କମାଣ୍ଡାଣ୍ଟ ରାମଫୁଲ ମୀନା ଧନ୍ୟବାଦ ଦେଇଥିଲେ।