ସମ୍ବଲପୁର:ସମ୍ବଲପୁର ସହରର ଶାରଦୀୟ ଦୁର୍ଗାପୂଜା ର ଭିନ୍ନ ଏକ ମାହୋଲ ହେଉଥିବା ଗୋବିନ୍ଦତୋଳା ଦୁର୍ଗାପୂଜା ଆଜି ଆରମ୍ଭ ହୋଇଛି l ସକାଳେ ମାଁ ଭୁବନେଶ୍ୱରୀ ଙ୍କର ପ୍ରାଣ ପ୍ରତିଷ୍ଠା ସହ ପଣ୍ଡିତ ଜଗଦୀଶ ଦାସ ଙ୍କର ପୌରାହିତ୍ୟ ରେ ଆୟୋଜିତ ହୋଇଥିଲା ଷଷ୍ଠୀ ଓ ମହାସପ୍ତମୀ ପୂଜା l ପୂଜା କର୍ତ୍ତା ଇ. ସଞ୍ଜୟ ତ୍ରିପାଠୀ ଓ ଡାକ୍ତର ନମିତା ନାଥ ଙ୍କର ଉପସ୍ଥିତି ରେ ଆୟୋଜିତ ପୂଜା କାର୍ଯ୍ୟ ରେ କମିଟି ର ସଦସ୍ୟ ଓ ବ୍ରାହ୍ମଣ ମାନେ ଉପସ୍ଥିତ ରହିଥିଲେ l ସାଧକ ଅଶୋକ ପଣ୍ଡିତ ତାଙ୍କର ଚଣ୍ଡୀପାଠ ପ୍ରାରମ୍ଭ କରିଥିଲେ l
ଏହି ବର୍ଷ ଦୁର୍ଗାପୂଜା ମେଢ଼ ରେ ଭିତର ସାଜସଜ୍ଜା ରେ ପଶ୍ଚିମ ଓଡିଶା ର ପାରମ୍ପlରିକ ଦୃଶ୍ୟ ବିଶେଷ ଭାବରେ ଗଣପର୍ବ ନୁଆଁଖାଇ କୁ ଚିତ୍ର ମାଧ୍ୟମ ରେ ପରିବେଷଣ କରାଯାଇଛି ବୋଲି କମିଟି ର ମୁଖପାତ୍ର ସୂର୍ଯ୍ୟ ପାଣିଗ୍ରାହୀ ଜଣାଇଛନ୍ତି l
ସ୍ବର୍ଣ୍ଣ ମହଲ ସଦୃଶ ମଣ୍ଡପ ସହ ଏକ କିଲୋମିଟର ବ୍ୟାପି ଆଲୋକ ତୋରଣ ଆକର୍ଷଣ ର କେନ୍ଦ୍ର ବିନ୍ଦୁ ପାଲଟିଛି।