ସମ୍ବଲପୁର:ଆଜି ସମ୍ବଲପୁର ପୌରାଞ୍ଚଳ ସମନ୍ନିତ ଶିଶୁ ବିକାଶ ପ୍ରକଳ୍ପ ପକ୍ଷରୁ ଆନ୍ତର୍ଜାତିକ ଶିଶୁ କନ୍ୟା ଦିବସ ଉପଲକ୍ଷେ ବେଟୀ ବଞ୍ଚାଅ ବେଟୀ ପଢ଼ାଅ କାର୍ଯ୍ୟକ୍ରମ ପ୍ରକଳ୍ପ ଅଧୀକାରିଣୀ ମୀନତି ପାଣିଗ୍ରାହୀ ଙ୍କ ଅଧ୍ୟକ୍ଷତାରେ ସମ୍ବଲପୁର ଝାଡୁଆପଡା ଠାରେ ଅନୁଷ୍ଠିତ ହୋଇଯାଇଛି l ମୁଖ୍ୟ ଅତିଥି ରୂପେ ଶିଶୁ କଲ୍ୟାଣ ସମିତି ଅଧ୍ୟକ୍ଷ ପ୍ରଶାନ୍ତ ପାଢୀ ଉପସ୍ଥିତ ରହି କହିଥିଲେ ଯେ ବେଟୀ ବଞ୍ଚାଅ ବେଟୀ ପଢ଼ାଅ ଅଭିଯାନ ଦ୍ଵାରା ଭୃଣହତ୍ୟା କୁ ବହୁ ମାତ୍ରାରେ ରୋକାଯାଇ ପାରିଛି l ଡାକ୍ତର ସ୍ଵାତି ନାରୀ ସଶକ୍ତୀକରଣ ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ ସମାଜସେବୀ ଜ୍ୟୋତି ଶତପଥି, ସୁପରଭାଇଜର ସାଧନା ସିଂ,ସଖୀ କେନ୍ଦ୍ର ର ସଂଯୋଜିକା ମୌସୁମି ଦୋରା ପ୍ରମୁଖ ଶିଶୁ କନ୍ଯା ଙ୍କ ସୁରକ୍ଷା, କଲ୍ଯାଣ ଏବଂ ଶିକ୍ଷା ଉପରେ ଆଲୋକପାତ କରିଥିଲେ l ବକ୍ତୃତା ପ୍ରତିଯୋଗୀତା ରେ ଅସମିତା ନାୟକ, ଆଦ୍ୟାଶା ଶର୍ମା, ସ୍ଵାଗତିକା ବେହେରା ଓ ପାୟଲ ରାଉତ ଙ୍କୁ ପୁରସ୍କୃତ କରାଯାଇଥିଲା l ଶିଶୁ କନ୍ଯା ଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା l ସୁପରଭାଇଜର ଶୈରିନ୍ଦ୍ରୀ ନାୟକ, ସୁଲୋଚନା ଅର୍କ ଙ୍କ ସମେତ ବହୁ ସଂଖ୍ଯାରେ ଅଙ୍ଗନବାଡି କର୍ମୀ,ସ୍କୁଲ ଓ କଲେଜ ଛାତ୍ରୀ ତଥା ମହିଳା ମାନେ ଉପସ୍ଥିତ ଥିଲେ l