Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗୋବିନ୍ଦତୋଳା ମାଁ ଭୁବନେଶ୍ବରୀ ଙ୍କର ପାଖରେ ମହାଷ୍ଟମୀ ଓ ଭାଇଯୁଇନ୍ତିଆ ଦୁବ ଛୁଆଁ ପୂଜା ସମ୍ପନ୍ନ

ସମ୍ବଲପୁର:ସମ୍ବଲପୁର ସହରର ଗୋବିନ୍ଦତୋଳା ଶାରଦୀୟ ଦୁର୍ଗାପୂଜା ମହା ସମାରୋହ ରେ ଅନୁଷ୍ଠିତ ହେଉଅଛି l ଆଜି ମାଁ ଭୁବନେଶ୍ୱରୀ ଙ୍କର ମହାଷ୍ଟମୀ ପୂଜା ଅନୁଷ୍ଠିତ ହେବା ସହ ଝିଅ ବୋହୁ ତଥା ମହିଳା ମାନେ ଭାଇଯୁଇନ୍ତିଆ ଉପବାସ ରଖିଥିବା ବେଳେ ମାଁ ଙ୍କୁ ଦୁବ ଛୁଆଇଁ ଥିଲେ ତଥା ଭାଇ ମାନଙ୍କର ଶୁଭ ମନାସି ପୂଜା ଅର୍ଚନା କରିଥିଲେ ବୋଲି କମିଟି ର ମୁଖପାତ୍ର ସୂର୍ଯ୍ୟ ପାଣିଗ୍ରାହୀ ଜଣାଇଛନ୍ତି l କମିଟି ର ସଭାପତି ପ୍ରଦୀପ ପାଢ଼ୀ କହିଛନ୍ତି ଯେ, ଆଜିଠୁ ଯେହେତୁ ଶ୍ରଦ୍ଧାଳୁ ଙ୍କର ଭିଡ଼ ଜମିବାର ଆଶଙ୍କା ରହିଛି ତେଣୁ, ସମସ୍ତଙ୍କୁ ଶାନ୍ତି ଶୃଙ୍ଖଳା ରକ୍ଷା କରିବାକୁ ଅନୁରୋଧ ଜଣାଇଛନ୍ତି l କମିଟି ର ସମ୍ପାଦକ କହିଛନ୍ତି ଯେ, କଚେରୀ ପଟୁ ଆସି ଗୋବିନ୍ଦତୋଳା ହରଡ଼ ବ୍ରିଜ କୁ ସଂଲଗ୍ନ କରିଥିବା ରିଙ୍ଗ ବନ୍ଧ ରେ ଯେହେତୁ ଲୋକ ପୂଜା ସମୟରେ ବେଶୀ ଯାତାୟାତ କରନ୍ତି ଏବଂ ଷ୍ଟ୍ରିଟ ଲାଇଟ ର ବ୍ୟବସ୍ଥା ମଧ୍ୟ ମହାନଗର କର୍ତ୍ତୃପକ୍ଷ କରିଲେ ନାହିଁ, ତେଣୁ ପୋଲିସ ପ୍ରଶାସନ ସେହି ଅଂଚଳ ରେ ବିଶେଷ ଧ୍ୟାନ ଦେବାକୁ ନିବେଦନ କରିଛନ୍ତି l
ଆଜିର ପୂଜା ଓ ହୋମ ଯଜ୍ଞ କାର୍ଯ୍ୟକ୍ରମ ପଣ୍ଡିତ ଜଗଦୀଶ ଦାସ ଓ ସହଯୋଗୀ ମାନେ ସମ୍ପାଦନ କରିଥିବା ବେଳେ କର୍ତ୍ତା ଇ. ସଞ୍ଜୟ ତ୍ରିପାଠୀ ଓ ଡାକ୍ତର ନମିତା ନାଥ ପୂଜା ଦାୟିତ୍ୱ ନିର୍ବାହ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ