Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୫୫ ବର୍ଷରେ ମୋଟେର ଦୁର୍ଗାପୂଜା, ଅଞ୍ଚଳରେ ଆଧ୍ୟାତ୍ମିକ ପରିବେଶ, ସନ୍ଧ୍ୟା ହେଲେ ଜମୁଛି ଶ୍ରଦ୍ଧାଳୁଙ୍କ ଭିଡ

କଳାହାଣ୍ଡି:୧୨/୧୦
ରିପୋର୍ଟ-ସନତ କୁମାର ପ୍ରଧାନୀ
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ମୋଟେର ଛକଠାରେ ସାର୍ବଜନୀନ ଦୂର୍ଗାପୂଜା ୫୫ ବର୍ଷରେ ପଦାର୍ପଣ କରିଛି । ବ୍ଲକର କୋକସରା, ଲଡୁଗାଁ, ସାନପୋଡାଗୁଡା, ମୀର୍ଜାପୁର, ଓଲମା ଇତ୍ୟାଦି ଗାଁରେ ତ୍ରିଦିନାତ୍ମକ ସାର୍ବଜନୀନ ଦୁର୍ଗା ପୂଜା ଚାଲିଥିବା ବେଳେ ମୋଟେର ଓ ଟେମରା ଗାଁରେ ଦଶଦିନାତ୍ମକ ପୂଜା ଚାଲିଛି। ନୀତିକାନ୍ତି ଅନୁସାରେ, ଦେବୀଙ୍କ ଦଶାବତାର ପ୍ରତିମା ପୂଜା ମଣ୍ଡପରେ ସ୍ଥାପନ ପୂର୍ବକ ପୂଜା କରାଯାଉଛି । ୫ଟି ବ୍ଲକ ଯଥା କୋକସରା, ଜୟପାଟଣା, ଧର୍ମଗଡ, ଜୁନାଗଡ ଓ କଲମପୁର ବ୍ଲକର ମଧ୍ୟ ସ୍ଥଳରେ ମୋଟେର ଛକ ଥିବାରୁ ପୂଜା ଦେଖିବା ପାଇଁ ପ୍ରତିଦିନ ଶହ ଶହ ଭକ୍ତଙ୍କର ଗହଳି ହେଉଛି। ପୂଜାକୁ ଆକର୍ଷଣୀୟ କରିବା ପାଇଁ ମନଲୋଭା ମେଢ, ସୁନ୍ଦର ସାଜସଜ୍ଜା ସୁଉଚ୍ଚ ତୋରଣ, ରଙ୍ଗୀନ ଆଲୋକ ମାଳା ସହ ପ୍ରତ୍ୟେକ ରାତିରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଉଛି । ଶାରଦୀୟ ପୂଜା ଉପଲକ୍ଷେ ସ୍ଥାନୀୟ ଅଞ୍ଚଳରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି। ଉଲ୍ଲେଖଯୋଗ୍ୟ ଏହିଯେ, ୫୫ ବର୍ଷ ହେଲା ମୋଟେରରେ ମା’ଦୁର୍ଗା ପୂଜା ପାଇ ଆସୁଛନ୍ତି । ଚଳିତ ବର୍ଷ ମାଙ୍କ ପୂଜାର୍ଚ୍ଚନା ବୈଲୋଚନ ପଣ୍ଡା କରୁଥିବା ବେଳେ ରୋହନ ପାଟ୍ଟଯୋଷୀ ଓ ନିହାରିକା ପାଟ୍ଟଯୋଷୀ ସପତ୍ନୀକ ମୂଖ୍ୟ କର୍ତ୍ତା ଭାବେ ରହିଛନ୍ତି । ସୁଚାରୁରୂପେ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିବା ପାଇଁ ସଭାପତି ଦୁଷ୍ମନ୍ତ ପାଟ୍ଟଯୋଷୀ, ଉପ ସଭାପତି ପୁରୁଷୋତ୍ତମ ଝାଙ୍କର, ସମ୍ପାଦକ ଧର୍ମେନ୍ଦ୍ର ଦାସ, ସହ ସମ୍ପାଦକ ସୌମ୍ୟ ସରାଫ, କୋଷାଧ୍ୟକ୍ଷ ସୁଧାରାମ ସରାଫ ପ୍ରମୁଖଙ୍କୁ ନେଇ ଏକ କମିଟି ଗଠନ କରାଯାଇଛି । ସମସ୍ତ ଗ୍ରାମବାସୀ ଏଥିରେ ସହଯୋଗ କରିବା ସହ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ମୋଟେର ଫାଣ୍ଡି ଅଧିକାରୀ ମନୋରଞ୍ଜନ ଆଚାର୍ଯ୍ୟଙ୍କ ନେତୃତ୍ୱରେ ଅନ୍ୟ ପୋଲିସ କର୍ମଚାରୀ ସହଯୋଗ କରୁଛନ୍ତି ।