Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଯୁଯୋମୁରା: କଳା ଐତିହ୍ୟ ପୂଜ୍ୟପୂଜା ସହିତ ଶାରଦୀୟ ଉତ୍ସବ

ସମ୍ବଲପୁର:ଯୁଯୋମୁରା ବ୍ଲକର ୩ଟି ସ୍ଥାନରେ ଚଳିତ ବର୍ଷ ଦୁର୍ଗା ମେଢ଼ରେ ପୂଜା ପାଇଛନ୍ତି ମା ଦୁର୍ଗା।ତେବେ ଅନୁଷ୍ଠିତ ହୋଇଥିବା ଡ଼ଙ୍ଗରପଡା, ପଡିଆବାହାଲ ଓ ଯୁଯୋମୁରାରେ ଭିନ୍ନ ଭିନ୍ନ ଢଙ୍ଗରେ ପାଳନ ହୋଇଛି ଶାରଦୀୟ ଉତ୍ସବ।
ଏହି ବ୍ଲକରେ ସର୍ବ ପ୍ରଥମେ ଆରମ୍ଭ ହୋଇଥିବା ଡ଼ଙ୍ଗରପଡା ରେ ନାମ ସଂକୀର୍ତନରେ ଶାରଦୀୟ ଉତ୍ସବ ଆଧ୍ୟାତ୍ମିକ ଭାବାବେଗ ଏକ ନୁଆଁ ପରମ୍ପରା ତିଆରି କରିଛି। ଏଠାରେ ବିରୋଧୀ ଦଳ ଉପନେତା ତଥା ରେଢ଼ାଖୋଲ ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ ମୁଖ୍ୟଅତିଥି ଭାବେଯୋଗଦେଇଥିଲେ। ସେହିପରି ୫୧ ବର୍ଷରେ ପହଞ୍ଚି ଥିବା ପଡ଼ିଆବାହାଲ ରାମଲୀଳାକୁ ବଜାୟ ରଖି ପୁରୁଷ ଓ ମହିଳା ଫୁଟବଲ ପ୍ରତିଯୋଗିତା, କୃଷକମେଳା ଓ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ୍ୟରେ ନିଜର ଐତିହ୍ୟ ବଜାୟ ରଖିଛି। ତେବେ ଚଳିତ ବର୍ଷ ସମ୍ବଲପୁରୀ ଧନୁଯାତ୍ରାର କଂସ ଫନୀନ୍ଦ୍ର କୁମାର ପଣ୍ଡା ପଡିଆବାହାଲ ରାମଲୀଲାରେ ରାବଣ ଭୂମିକାରେ ଅବତୀର୍ଣ୍ଣ ହୋଇ ଅଞ୍ଚଳକୁ ନୁଆଁ ଚମକ ଦେଇଛନ୍ତି। ଗତକାଲି ଏଠି ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ମୁଖ୍ୟଅତିଥି ରୂପେ ଯୋଗଦେଇଥିଲେ।
ଅନ୍ୟ ପକ୍ଷରେ ଯୁଯୋମୁରା ଠାରେ ଆୟୋଜିତ ଦୁର୍ଗା ପୂଜା ଚଳିତ ବର୍ଷ ସୁବର୍ଣ୍ଣ ଜୟନ୍ତୀ ପାଳନ କରି ପୂଜ୍ୟ ପୂଜାର ମହାନ ଭୂମିକା ଗ୍ରହଣ କରିଛି। ଏହି ଅବସରରେ ଦୁର୍ଗାପୂଜା କମିଟି ସଭାପତି ଲକ୍ଷ୍ମୀଧର ଦେହୁରୀଙ୍କ ସଭାପତିତ୍ୱ ଓ ସୁଧୀର ହୋତାଙ୍କ ସଂଯୋଜନାରେ ଏକ ସମ୍ବର୍ଦ୍ଧନା ସଭାର ଆୟୋଜନ କରାଯାଇଥିଲା। ଏଥିରେ ଯୁଯୋମୁରା ଜମିଦାର ଭୂପେନ୍ଦ୍ର ସିଂ ମୁଖ୍ୟଅତିଥି, ଶିକ୍ଷାବିତ ବନମାଳୀ ମିଶ୍ର ମୁଖ୍ୟବକ୍ତା, ଯୁଯୋମୁରା ସରପଞ୍ଚ ବାସନ୍ତୀ ପ୍ରଧାନ ଓ ସମାଜସେବୀ ଡା. ରାଜାରାମ ଷଡ଼ଙ୍ଗୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଦଶହରାର ଆୟଂଆରମ୍ଭ ଉଦ୍ୟୋକ୍ତ ଗଣଙ୍କୁ ଅମର ରତ୍ନ ଓ ଆଦର୍ଶ ପ୍ରତିଭା ଭାବେ ମାନପତ୍ର, ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ ସମ୍ମାନିତ କରିଥିଲେ। ଏହି କାର୍ଯ୍ୟକ୍ରମକୁ ସମ୍ପାଦକ ଧନେଶ୍ୱର ରାଉତ ଓ କୋଷାଧ୍ୟକ୍ଷ ପ୍ରହଲ୍ଲାଦ ସାହୁ ପରିଚଳନା କରିଥିବାବେଳେ ବିଜୟ କୁମାର ସେଠୀ,ନୀତିଶ ନନ୍ଦ,ବିଦେଶୀ ଧଳ, ବିରେନ ନାଏକ, କ୍ଷିତୀଶ ନନ୍ଦ ପ୍ରମୁଖ ସହଯୋଗ କରିଥିଲେ। ପୂଜାରେ ଡ଼ଙ୍ଗରପଡାରେ ଅୟସ କାନ୍ତ ବଡ଼ପଣ୍ଡା, ପଡିଆବାହଳରେ ଅଭିଷେକ ବଡ଼ପଣ୍ଡା ଓ ଯୁଯୋମୁରାରେ ଅଶ୍ୱନୀ କୁମାର ଦେହୁରୀ ସସ୍ତ୍ରୀକ କର୍ତ୍ତା ଦାୟିତ୍ୱ ସମ୍ପର୍ଣ୍ଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ