Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମାଁ ଭୁବନେଶ୍ୱରୀ ଙ୍କର ବିଜୟା ଦଶମୀ ତଥା ଅପରାଜିତା ପୂଜା ସମ୍ପନ୍ନ

ସମ୍ବଲପୁର: ସମ୍ବଲପୁର ସହରର ଆକର୍ଷଣ ଗୋବିନ୍ଦତୋଳା ଦୁର୍ଗାପୂଜା ମହାସମାରୋହରେ ଆୟୋଜିତ ହୋଇଯାଇଛି l ମହାନବମୀ ଦିନ ମଧ୍ୟରାତ୍ରି ରେ ଚଣ୍ଡୀ ହୋମ ଯଜ୍ଞ ହୋଇଥିବା ବେଳେ ବିଜୟା ଦଶମୀ ଦିନ ଅପରାଜିତା ପୂଜା ଅନୁଷ୍ଠିତ ହୋଇଥିଲା l ଅପରାହ୍ନ ରେ ଘଟ ବିସର୍ଜନ କରାଯାଇଥିଲା l ବିଜୟା ଦଶମୀ ଦଶହରା ପୂର୍ଣ୍ଣାହୁତି ସମୟରେ ରାଜ୍ୟ ସରକାର ଙ୍କର ରାଜସ୍ବ ଓ ବିପର୍ଯାୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଓ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ମାଁ ଭୁବନେଶ୍ୱରୀ ଙ୍କୁ ଦର୍ଶନ କରିବା ସାଥିରେ ମାଁ ଙ୍କର ଆଶୀର୍ବାଦ ନେଇଥିଲେ ବୋଲି କମିଟି ର ମୁଖପାତ୍ର ସୂର୍ଯ୍ୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି l
ପୂଜା କର୍ତ୍ତା ଇ. ସଞ୍ଜୟ ତ୍ରିପାଠୀ, ଡାକ୍ତର ନମିତା ନାଥ ମାଁ ଭୁବନେଶ୍ୱରୀ ଙ୍କୁ ପୂଜାବିଧି କରିଥିବା ବେଳେ ପୂଜକ ଜଗଦୀଶ ଦାସ, ସୁଶ୍ରିତ ଷଡ଼ଙ୍ଗୀ, ସରୋଜ ପୁରୋହିତ ପୂଜା କାର୍ଯ୍ୟ ସମ୍ପାଦନା କରିଥିଲେ l ସାଧକ ଅଶୋକ ପଣ୍ଡା ଚଣ୍ଡୀ ଶ୍ଳୋକ ପାଠ କରିଥିଲେ l ପ୍ରଦୀପ ମିଶ୍ର, ଦାଶରଥି ପଣ୍ଡା, ପ୍ରକାଶ ପଣ୍ଡା, ପ୍ରହଲ୍ଲାଦ ପାଣିଗ୍ରାହୀ, ଶ୍ରୀକାନ୍ତ ପଣ୍ଡା, ଅନିଲ ନାୟକ, ଦୀପକ ପଣ୍ଡା, ଗୌରୀଦାସ ପଣ୍ଡା, ପ୍ରତୀକ ପଣ୍ଡା, ଟୁଲୁ ପଣ୍ଡା, ରଂଜିତ ରଥ, ବସନ୍ତ ଦାସ ପ୍ରମୁଖ ଚଣ୍ଡୀ ହୋମ ପରିଚାଳନା କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ