ପାଟ୍ଟଶାଣୀଙ୍କ ବିସ୍ଫୋରକ ବୟାନ: ପାଣ୍ଡିଆନ ଥିବା ଯାଏଁ ବିଜେଡି ଜିତିବନି


ଭୁବନେଶ୍ବର: ବିଜେଡି ଛାଡିବାର କିଛି ଦିନ ବିତିବା ପରେ ବିଜେଡି ଓ ଭି.କେ. ପାଣ୍ଡିଆନଙ୍କୁ ନେଇ ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀଙ୍କ ବିସ୍ଫୋରକ ବୟାନ । କହିଲେ, ମୁଁ ବିଜେଡି ଛାଡିବା ପଛରେ ପାଣ୍ଡିଆନ ଦାୟୀ । ପାଣ୍ଡିଆନଙ୍କ ପାଇଁ ମୁଁ ବିଜେଡି ଛାଡ଼ିଲି । ପାଣ୍ଡିଆନ ଥିଲା ଯାଏଁ ବିଜେଡି କେବେ ଜିତିବନି ।
ସେ ଆଗକୁ କହିଛନ୍ତି, ‘ଯେଉଁ ଦଳକୁ ଆମେ ସଂଘର୍ଷ କରି ଗଢ଼ିଥିଲୁ, ମୋର ଦୁର୍ଭାଗ୍ୟ ଯେ ସେହି ଦଳ ଛାଡ଼ି ଆସିବାକୁ ପଡ଼ିଲା । ମୁଁ ସ୍ପଷ୍ଟ ଭାବେ କହୁଛୁ ଯେ, ପାଣ୍ଡିଆନ ବାବୁଙ୍କ ପାଇଁ ମୁଁ ବିଜେଡି ଛାଡ଼ି ଦେଲି ।’
ବିଜେଡିର ପରାଜୟକୁ ନେଇ ବଡ଼ ବୟାନ ରଖିଛନ୍ତି ପ୍ରସନ୍ନ । କହିଛନ୍ତି, ପାଣ୍ଡିଆନଙ୍କ ପାଇଁ ଲୋକପ୍ରିୟ ସରକାର ଚାଲିଗଲା । ଯେପର୍ଯ୍ୟନ୍ତ ପାଣ୍ଡିଆନ ଥିବେ, ସେପର୍ଯ୍ୟନ୍ତ ବିଜେଡି ଆସିବନି । ଅମର ଶତାପଥୀ ଯାହା କହିଛନ୍ତି କିଛି ଖରାପ କହିନାହାନ୍ତି । ଲୋକମାନେ ଥରେ ଫୋପାଡ଼ି ଦେଲେ ଦଳର ଅବସ୍ଥା କ’ଣ ହୁଏ, ଆପଣମାନେ ଦେଖିପାରିଲେ । ଏହାସହ ଅନ୍ୟ ନେତାଙ୍କୁ ପ୍ରଶ୍ନ କରି କାହିଁକି ସେ ପାଣ୍ଡିଆନ ପଛରେ ଗୋଡ଼ାଇଛ ବୋଲି ପଚାରିଛନ୍ତି ପ୍ରସନ୍ନ ।
ସେ ପ୍ରସନ୍ନ କହିଛନ୍ତି, ଦଳରେ ଥିଲା ବେଳେ ମୁଁ ନବୀନ ବାବୁଙ୍କ ସହ ବୁଲୁଥିଲି । ନବୀନ ବାବୁଙ୍କ ପ୍ରତି ମୋ ଦୁର୍ବଳତା ରହିବା ସ୍ୱାଭାବିକ । ମୁଁ ତାଙ୍କ ବିରୋଧରେ କେବେ କିଛି କହି ନାହିଁ କି, ଏବେ ମଧ୍ୟ କହୁ ନାହିଁ । ପାଣ୍ଡିଆନ ଯୋଗୁଁ ଗୋଟିଏ ଲୋକପ୍ରିୟ ସରକାର ଚାଲିଗଲା । ଲୋକେ ନବୀନ ପଟ୍ଟନାୟକଙ୍କୁ ବିରୋଧରେ କିଛି କହୁ ନାହାନ୍ତି । ସମସ୍ତେ ପାଣ୍ଡିଆନଙ୍କ ବିରୋଧରେ କହୁଛନ୍ତି । ତାଙ୍କୁ କାହିଁକି କେଜାଣି ରଖିଛନ୍ତି ?
ସୂଚନାଯୋଗ୍ୟ, ୨୦୨୪ରେ ପାଟ୍ଟଶାଣୀଙ୍କୁ ଟିକେଟ୍ ଦେଇ ନଥିଲା ବିଜେଡି । ଏହାପରେ ବିଜେପି ପ୍ରତି ଢଳିଥିଲେ ପ୍ରସନ୍ନ । ୨୪ ନିର୍ବାଚନ ପ୍ରଚାର ବେଳେ ବିଜେପି ଉତ୍ତରୀୟ ପିନ୍ଧିଥିଲେ । ପରେ ଦିଲ୍ଲୀ ଯାଇ ବିଜେପିରେ ମିଶିଥିଲେ ।