Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘର ବିଜୟା ଦଶମୀ ଉତ୍ସବ ପାଳନ

ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ) ସୁବର୍ଣ୍ଣପୁର ଜିଲ୍ଲାରେ ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘର ୯୯ ତମ ପ୍ରତିଷ୍ଠା ଦିବସ ଅବସରରେ ବିଜୟା ଦଶମୀ ଉତ୍ସବ ମହାସମାରହୋରେ ପାଳନ ହୋଇ ଯାଇଛି। ଏହି ବିଶେଷ କାର୍ଯ୍ୟକ୍ରମରେ ସୋନପୁର ଜିଲ୍ଲାର ୨୦୦ ରୁ ଉର୍ଦ୍ଧ ସ୍ଵୟଂ ସେବକ ପୂର୍ଣ୍ଣ ଗଣ ବେଶରେ ଯୋଗଦାନ କରିଥିଲେ। ଏହି ଉତ୍ସବରେ ସଂଘର ସ୍ୱୟଂ ସେବକ ମାନେ ନିୟୁଦ୍ଧ, ଆସନ ଆଦି ବିଭିନ୍ନ ଶାରୀରିକ ପ୍ରଦର୍ଶନ କରିଥିଲେ। ଏହି ଅବସରରେ ଜଳଦେବ ବରିହାଙ୍କ ବ୍ୟକ୍ତିଗତ ଗୀତ, ଅଚ୍ୟୁତାନନ୍ଦ ମହାନ୍ତିଙ୍କର ଅମୃତ ବଚନ, ସଂଘିକ ଗୀତ ସ୍ୱୟଂ ସେବକ ମାନଙ୍କ ମନରେ ଏକ ଉର୍ଜା ପ୍ରଦାନ କରିଥିଲା। ଏହି କାର୍ଯ୍ୟକ୍ରମରେ ସଙ୍ଘର ଜିଲ୍ଲା ସଙ୍ଘଚାଳକ ଦିଲ୍ଲୀପ କୁମାର ତ୍ରିପାଠୀ, ମୁଖ୍ୟ ଅତିଥି ଭାବରେ ଅବସର ପ୍ରାପ୍ତ ସିଆରପିଏଫ ଜବାନ ଉମେଶ ବୁଦ୍ଧିଆ, ମୁଖ୍ୟବକ୍ତା ଭାବରେ ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘର ସହପ୍ରାନ୍ତ ପ୍ରଚାରକ ମାନନୀୟ ସୁରେନ୍ଦ୍ର ପଣ୍ଡା ପ୍ରମୁଖ ମଞ୍ଚାସିନ ଥିଲେ। ବକ୍ତା ସୁରେନ୍ଦ୍ର ପଣ୍ଡାଙ୍କ ବୌଦ୍ଧିକରେ ବିଶ୍ୱରେ ସ୍ୱୟଂ ସେବକ ମାନଙ୍କର କର୍ତ୍ତବ୍ୟ, ଜଣେ ଭାରତର ନାଗରିକ କର୍ତ୍ତବ୍ୟ, ଦେଶ ପାଇଁ ସ୍ଵୟଂ ସେବକ ମାନେ କେମିତି ନିଜକୁ କଠିନ ପରିଶ୍ରମ କରି ତିଆରି କରିଛନ୍ତି ଓ ତାସହିତ ସମାଜ ନିଜକୁ କିପରି ସୁରକ୍ଷା କରିପାରିବ ଏହି ବିଷୟ ନେଇ ପ୍ରେରଣା ପ୍ରଦାନ କରିଥିଲେ। ପରେ ମୁଖ୍ୟ ଅତିଥି ନିଜର ବକ୍ତବ୍ୟରେ ଆଜିର ସମାଜ ପାଇଁ କହିଁକି ସଙ୍ଘ ଆବଶ୍ୟକ ତାର ଉପରେ ଆଲୋକ ପାତ କରିଥିଲେ। ଏହାପରେ ଏକ ବିରାଟ ପଥ ସଞ୍ଚଳନ ହୋଇଥିଲା ଏହି କାର୍ଯ୍ୟକ୍ରମରେ ସମସ୍ତ ସ୍ଵୟଂସେବକ ମାନେ ଉପସ୍ଥିତ ରହି ସଞ୍ଚଳନ କରିଥିଲେ। ଏହି କାର୍ଯ୍ୟକ୍ରମରେ ପରିଚୟ, ମଞ୍ଚ ପରିଚାଳନା କରିଥିଲେ ଜିଲ୍ଲା କର୍ଯ୍ୟବାହ ଧର୍ମେନ୍ଦ୍ର ବଡମାଳି। ଏହି କାର୍ଯ୍ୟକ୍ରମରେ ଜୟଦ୍ରଥ ଜଗଦଲ୍ଲା, ଶିବ ପ୍ରସାଦ ପତ୍ର, ହୃଷୀକେଶ ଭୋଇ, ରଶ୍ମୀ ରଞ୍ଜନ ଦାସ, ନାରାୟଣ ସାହୁ, କୃପାସିନ୍ଧୁ ମହାକୁର, ପ୍ରତ୍ୟୁଷ ରଞ୍ଜନ ପଣ୍ଡା, ରାଜେନ୍ଦ୍ର ନାୟକ, ରାଜେଶ ସିଂ, ସଞ୍ଜୟ ମହାପାତ୍ର, ପ୍ରଦୀପ ଆଡଯୁଆଡି, ପ୍ରଣବ ନାୟକ, ପ୍ରସାଦୁ ପଧାନ, ଚନ୍ଦନ ପ୍ରହରାଜ ସମେତ ସଙ୍ଘର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ