Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନଭେମ୍ବର ୫ରେ ଜନ କଲ୍ୟାଣ ସେବା ଟ୍ରଷ୍ଟ ର ୧୯ ତମ ପ୍ରତିଷ୍ଠାତା ଦିବସ,ମା ସମଲେଶ୍ୱରୀଙ୍କ ଠାରେ ପୂଜାର୍ଚନା ପରେ ନିମନ୍ତ୍ରଣ

ସମ୍ବଲପୁର:ବରଗଡର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଜନ କଲ୍ୟାଣ ସେବା ଟ୍ରଷ୍ଟ ର ୧୯ ତମ ପ୍ରତିଷ୍ଠାତା ଦିବସ ଓ ନୂଆଁଖାଇ ଭେଟ ଘାଟ କାର୍ଯ୍ୟକ୍ରମ ପାଇଁ ଆଜି ବରଗଡ଼ ସ୍ଥିତ ତଲିପଡା ସମଲେଶ୍ଵରୀ ମନ୍ଦିର ଠାରେ ଅନୁଷ୍ଠାନ ତରଫରୁ ପୂଜାର୍ଚ୍ଚନା କରି ମାଁ ଙ୍କୁ ନିମନ୍ତ୍ରଣ ପତ୍ର ଦେଇ ଆଗମନ କରାଯାଇଛି,ଏହି ଅବସରରେ ଅନୁଷ୍ଠାନ ର ମୁଖ୍ୟ ଶ୍ରୀ ମୁକୁନ୍ଦ ଦାଶ, ଉପଦେଷ୍ଟା ଶ୍ରୀ ଶିବାନନ୍ଦ ମଟାରୀ, ଚନ୍ଦ୍ରକାନ୍ତ ସାହୁ, ଆଜୀବନ ସଦସ୍ୟ ଶ୍ରୀ ବୃନ୍ଦାବନ ବେହେରା ମାଁ ଙ୍କ ଠାରେ ଦୀପ ଗୁଆ, ପୁଷ୍ପ,ଧୁପକାଠି ଦେଇ ମା ଙ୍କ ବରଣ କରିଥିଲେ, ପ୍ରକାଶ ଥାଉକି ଜନ କଲ୍ୟାଣ ସେବା ଟ୍ରଷ୍ଟ ପ୍ରତିଷ୍ଠା ଦିବସ ଚଲିଚ ମାସ ନଭେମ୍ବର ୫ ତାରିଖ ଦିନ ସମୟ ୧୦ ଟାରେ ବରଗଡ଼ ସ୍ଥିତ ଟାଉନ ହଲ୍ ଠାରେ ଅନୁଷ୍ଠିତ ହେବ ବୋଲି ଅନୁଷ୍ଠାନର ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଡ଼ଃ ଅଜିତ କୁମାର ନାଥ ଓ ପ୍ରତିଷ୍ଠାତା ସଭାପତି ମୁକୁନ୍ଦ ଦାଶ ସୂଚନା ଦେଇ ସମସ୍ତଙ୍କୁ ଯୋଗଦାନ ପାଇଁ ଅନୁରୋଧ କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ