କଲରାପତରିଆ ବାଘର ମୃତ ଦେହ ଉଦ୍ଧାର


ସମ୍ୱଲପୁର:ବରଗଡ଼ ଜିଲା ଅମ୍ବାଭୋନା ଥାନା ଅନ୍ତର୍ଗତ ସମ୍ବରଧରା-ଲଖନପୁର ରାସ୍ତାରୁ ମଙ୍ଗଳବାର ଏକ କଲରାପତରିଆ ବାଘର ମୃତଦେହ ଉଦ୍ଧାର ହୋଇଛି। ବାଘର ମୃତଦେହକୁ ବନବିଭାଗ ଜବତ କରିଛି। ମୃତଦେହକୁ ଭଟଲି ରେଞ୍ଜ ଅଫିସରେ ରଖାଯାଇଛି।
ବୁଧବାର ମୃତବାଘର ବ୍ୟବଚ୍ଛେଦ ହୋଇଥିବା ନେଇ ବରଗଡ଼ ଡିଏଫଓ ବିକ୍ରମଦେବ ପଟ୍ଟନାୟକ ସୂଚନା ଦେଇଛନ୍ତି । ଏକ ଗାଡ଼ି ଧକ୍କାରେ ବାଘର ମୃତ୍ୟୁ ହୋଇଛି, ମାତ୍ର ଦୁର୍ଘଟଣା ଘଟାଇଥିବା ଗାଡ଼ି ଜବତ ହୋଇ ନାହିଁ । ସେ ନେଇ ଅଧିକ ତଦନ୍ତ ଚାଲିଥିବା ଡିଏଫଓ ପଟ୍ଟନାୟକ କହିଛନ୍ତି। ମୃତ ବାଘ ପ୍ରାୟ ୨ ଫୁଟ୍‌ ଲମ୍ବ ଏବଂ ୬ ମାସ ବୟସର ହେବ ବୋଲି ସେ କହିଛନ୍ତି।
ସୂଚନା ଅନୁଯାୟୀ, ବରଗଡ଼-ଅମ୍ବାଭୋନା ରାସ୍ତାର ଲଖନପୁର ନିକଟ ମୁଁଣ୍ଡକଟି ପାଖରେ ବାଘର ମୃତଦେହ ପଡ଼ିଥିବା ଜଣାପଡ଼ିଥିଲା। ଏ ନେଇ ସୂଚନା ପାଇବା ପରେ ବରଗଡ଼ ଡିଏଫଓ ପଟ୍ଟନାୟକଙ୍କ ସମେତ ବନ କର୍ମଚାରୀମାନେ ଘଟଣାସ୍ଥଳକୁ ପହଞ୍ଚିଥିଲେ ଏବଂ ବାଘର ମୃତଦେହକୁ ଜବତ କରିଥିଲେ। ଦେବେ ସଡ଼କ ଦୁର୍ଘଟଣାରେ ବାଘର ମୃତ୍ୟୁ ଜିଲାର ଏହା ପ୍ରଥମ ଘଟଣା।