Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅସହାୟକୁ ସହାୟତର ହାତ ବଢ଼ାଇଲେ ସ୍ବେଚ୍ଛାସେବୀ

ସମ୍ବଲପୁର :ମଙ୍ଗଳବାରଦିନ ହସ୍ପିଟାଲ ରୋଡ଼ରେ ଜଣେ ବୃଦ୍ଧ ମୁମୁର୍ଷୁ ଅବସ୍ଥାରେ ପଡ଼ିଥିବା ବେଳେ କେହି ସହାୟତା କରୁନଥିବା ଦେଖି ପାଖରେ ଔଷଧ ଦୋକାନ କରିଥିବା ରୀନା ପାଣିଗ୍ରାହୀ ପାଖକୁ ଯାଇ ବୃଦ୍ଧ ଙ୍କ ଜୀବନ ଥିବା ଯାଣି ତୁରନ୍ତ ଗ୍ଲୁକୋଜ ପିଆଇ ସ୍ବେଚ୍ଛାସେବୀ ସଂଘମିତ୍ରା ପଟେଲ ଙ୍କୁ ଫୋନ କରି ଜଣାଇଥିଲେ । ଶ୍ରୀମତୀ ପଟେଲ ସାଙ୍ଗେ ସାଙ୍ଗେ ପହଞ୍ଚି ଶେଖର ଗହିର ଓ ରୀନା ଙ୍କ ସହଯୋଗ ରେ ଆମ୍ବୁଲାନ୍ସ ଡକାଇ ସ୍ବାସ୍ଥ୍ୟକେନ୍ଦ୍ର ପଠାଇଥିଲେ । ବୃଦ୍ଧ ଜଣକ ମୂଳତଃ ନେପାଳ ବାସିନ୍ଦା ୬୭ ବର୍ଷିୟ ରାଜକୁମାର ସେଠିଆ। ଦୁର୍ବଳ ସ୍ୱାସ୍ଥ୍ୟ ଯୋଗୁଁ ତାଙ୍କୁ ଉନ୍ନତ ଚିକିତ୍ସା ପାଇଁ ଖେଦାପାଲି ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।ଅସହାୟକୁ ସହାୟତାର ହାତ ବଢ଼ାଇ ଏଭଳି ସେବା କାମ ପାଇଁ ରୀନା ଓ ସଂଘମିତ୍ରା ଙ୍କୁ ଲୋକେ ଭୂୟସୀ ପ୍ରଶଂସା କରିଛନ୍ତି

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ