Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ଆଗକୁ ବାତ୍ୟା ଆଶଙ୍କା !

ସମ୍ବଲପୁର:ଆଗକୁ ବାତ୍ୟା ଆଶଙ୍କା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଅକ୍ଟୋବର ମାସର ପ୍ ଶେଷ ସପ୍ତାହ ବେଳକୁ ପ୍ରାୟତଃ ଏହି ଆଶଙ୍କା ରହୁଛି। ଅକ୍ଟୋବର ୨୧ ତାରିଖରେ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସମ୍ଭାବନା ରହିଛି। ଆସନ୍ତା ୨୧ ରେ ଲଘୁଚାପ ଓ ୨୩ ରେ ଅବପାତ ସମ୍ଭାବନା ମଧ୍ୟ ରହିଛି। ଏହା ଅତି ଭୀଷଣ ବାତ୍ୟା ରୂପ ନେବା ଆଶଙ୍କା କରାଯାଉଛି। ଓଡ଼ିଶାର ବାଲେଶ୍ବର ଓ ପଶ୍ଚିମବଙ୍ଗ ମଧ୍ୟରେ ସ୍ଥଳଭାଗ ଛୁଇଁବା ସମ୍ଭାବନା ରହିଛି। ଏଭଳି ପୂର୍ବାନୁମାନ କରିଛି ଗ୍ଲୋବାଲ୍ ଫୋରକାଷ୍ଟ ସିଷ୍ଟମ୍। ତେବେ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ବାତ୍ୟା ନେଇ କୌଣସି ସୂଚନା ଦିଆଯାଇନାହିଁ।ତେବେ ଏହି ଆଶଙ୍କାକୁ ପ୍ରତିହତ କରିବା ପାଇଁ ପ୍ରତିକାରାତ୍ମକ ବ୍ୟବସ୍ଥା ପ୍ରତି ପ୍ରଶାସନ ଓ ଜନସାଧାରଣ ସତର୍କ ରହିବା ନେଇ ଗୁରୁତ୍ୱ ପ୍ରକାଶ ପାଉଛି।