ଲକ୍ଷେ ଟଙ୍କା ପାଇଁ ତକିଆ ପକାଇ ବୋହୂକୁ ମାରି ଦେଲେ !


ଭଦ୍ରକ: ଯୌତୁକ ଜୁଇରେ ଆଉ ଜଣେ ମହିଳା । ମାତ୍ର ଲକ୍ଷେ ଟଙ୍କା ପାଇଁ ଯେଉଁ ଲକ୍ଷ୍ମୀଙ୍କୁ ଘରର ବୋହୂ କରି ଆଣିଥିଲେ ତା’ ମୁହଁରେ ତକଆ ପକାଇ ଶ୍ବାସରୁଦ୍ଧ କରିମାରିଦେଲେ । ଏମିତି ଅଭିଯୋଗ ଆସିଛି ଭଦ୍ରକ ଜିଲ୍ଲାରୁ । ମୃତା ମହିଳା ହେଲେ ତନୟା ନାୟକ । ଅଭିଯୋଗ ପରେ ପୋଲିସ ଅଭିଯୁକ୍ତ ସ୍ବାମୀ ଏବଂ ଶ୍ବଶୁରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ସୂଚନାଯୋଗ୍ୟ, ୨୦୨୧ ମସିହାରେ ତନୟା ଚାନ୍ଦବାଲି ଏନ୍ଏସି ୪ର କୁବେର ସାହିର ସୁରେଶ ସାହୁଙ୍କ ପୁଅ ରତିକାନ୍ତ ସାହୁଙ୍କୁ ବିବାହ କରିଥିଲେ । ବିବାହ ପରେ ଯୌତୁକ ପାଇଁ ସାବତ ମାଆ, ଶ୍ୱଶୁର, ଦିଅର ଓ ସ୍ଵାମୀ ତନୟାଙ୍କୁ ମାନସିକ ନିର୍ଯାତନା ଦେଉଥିଲେ । ବାପ ଘରୁ ଲକ୍ଷେ ଟଙ୍କା ଆଣିବା ପାଇଁ ବାରମ୍ବାର ଚାପ କପାଉଥିଲେ ।

ଯୌତୁକ ଟଙ୍କା ନମିଳିବାରୁ ଗତ ୧୫ ତାରିଖରେ ଶ୍ୱଶୁର ଘର ଲୋକେ ଝିଅକୁ ତକିଆ ପକାଇ ମାରିଦେଇଥିବା ତନୟାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି । ଏନେଇ ତନୟା ପରିବାର ଲୋକେ ଥାନାରେ ଅଭିଯୋଗ କରିବା ପରେ ଚାନ୍ଦବାଲି ଥାନା ପୋଲିସ ମୃତ ମହିଳାଙ୍କ ସ୍ୱାମୀ ଓ ଶାଶୁଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏହି ହତ୍ୟାକାଣ୍ଡରେ ଆଉ କେଉଁମାନେ ସଂପୃକ୍ତ ଅଛନ୍ତି, ତା’ର ଖୋଳତାଡ଼ କରୁଛି ପୋଲିସ । ତନୟାଙ୍କର ୧୬ ମାସର ଝିଅଟିଏ ଅଛି ।