Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଖଣ୍ଡାଧୁଆ ସହ ମା ସର୍ଵମଙ୍ଗଳା ଘାଟି ମୁଣ୍ଡିଆଣିଙ୍କ ଦଶରା ମହୋତ୍ସବ ଆରମ୍ଭ,ତିନିଦିନ ଧରି ପାଳିତ ହେବ ମହୋତ୍ସବ।

କଳାହାଣ୍ଡି:୨୧/୧୦
ରିପୋର୍ଟ—ସନତ କୁମାର ପ୍ରଧାନୀ
ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ରେ ଦେବାଦେବୀ ଙ୍କ ସ୍ଥାନ ସର୍ବାଗ୍ରେ ରହିଥିବା ବେଳେ ପ୍ରତି ବର୍ଷ ଦଶରା ଆସିଲେ ଗ୍ରାମ ରେ ଥିବା ଅଧିଷ୍ଠାତ୍ରୀ ଦେବୀ ଙ୍କୁ ପୂଜାର୍ଚ୍ଚନା କରି ଗ୍ରାମବାସୀ ଙ୍କ ମଙ୍ଗଳ କାମନା କରନ୍ତି ଗ୍ରାମ୍ୟ ପୂଜକ। କୋକସରା ବ୍ଲକ ଆଦିବାସୀ ବହୁଳ ଦଣ୍ଡପାଟ ଅଞ୍ଚଳରେ ଥିବା ଗୋତୋମୁଣ୍ଡା ଠାରେ ଘାଟି ମୁଣ୍ଡିଆଣି ମା ସର୍ବମଙ୍ଗଳାଙ୍କ ବାର୍ଷିକ ଦଶରା ରବିବାର ଠାରୁ ଆରମ୍ଭ ହୋଇଛି।ଗୋତମୁଣ୍ଡା ଠାରେ ଦଶରା ଯାତ୍ରା ତିନିଦିନ ଧରି ମହା ସମାରୋହରେ ପାଳନ କରାଯିବା ପାଇଁ କମିଟି ତରଫରୁ ସମସ୍ତ ପ୍ରକାର ଆୟୋଜନ କରାଯାଇଛି। ରବିବାର ଦିନ ମା’ ଘାଟି ମୁଣ୍ଡିଆଣୀ ସର୍ବମଙ୍ଗଳାଙ୍କ ପୀଠରେ ଖଣ୍ଡାଧୁଆ ପରମ୍ପରା ରୀତିନୀତିରେ ସମାପନ ହୋଇଛି। ଗ୍ରାମର ପୁଝାରୀ ମନୋହର ପୁଝାରୀ ଙ୍କ ଦେବୀ ଙ୍କ ଖଣ୍ଡା କୁ ନେଇ ଗ୍ରାମ ନିକଟସ୍ଥ ପୋଖରୀରୁ ମା’ଙ୍କ ଖଣ୍ଡାକୁ ବିଧି ମୁତାବକ ମାର୍ଜନା ପୂଜାର୍ଚ୍ଚନା ପରେ ପୋଖରୀ ପାଣିରେ ଧୋଇ ଅଣାଯାଏ । ଏହି ଖଣ୍ଡାଧୁଆ ପର୍ବ ରେ ବିରାଟ ପଟୁଆରରେ ଅନେକ ସାଂସ୍କୃତିକ ଦଳ, ଘଣ୍ଟଦଳ, ଘୁମୁରା ଦଳ ସମେତ ଶତାଧିକ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଛି। ଆଦିବାସୀ ପରମ୍ପରା ବେଶଭୁଷା ନାଚି ଗାଇ ମା’ଙ୍କ ଖଣ୍ଡାକୁ ମୁଖ୍ୟ ମନ୍ଦିରକୁ ଅଣାଯାଏ । ଏହା ପରେ ଖଣ୍ଡା ସ୍ଥାପନ ହୋଇଥାଏ । ଚଳିତ ବର୍ଷ ମଧ୍ୟ ଏହିସବୁ କାର୍ଯ୍ୟ ପରମ୍ପରା ଓ ରୀତିନୀତି ମୁତାବକ ସମାପନ ହୋଇଛି । ଖଣ୍ଡାଧୁଆ ଉତ୍ସଵରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ଜିଲ୍ଲା ବିଜେଡି ସଭାପତି ପୁଷ୍ପେନ୍ଦ୍ର ସିଂଦେଓ, କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ, ଆମପାଣି ଯୋନ ଜିଲ୍ଲା ପରିଷଦ ସଭ୍ୟ ହେମନ୍ତ ମାଝୀ,ଜିଲ୍ଲା ଭତରା ସମାଜ ର କର୍ମଚାରୀ ସଂଘ ସଭାପତି ଇଂ ତ୍ରୁପ କୁମାର ପାତ୍ର, ଜିଲ୍ଲା ଆଦିବାସୀ ସଂଘ ସମ୍ପାଦକ ଋତୁରାଜ ମାଝୀ, ଶୈଳେନ୍ଦ୍ର ସିଂ ଦେଓ, ସ୍ଥାନୀୟ ସରପଞ୍ଚ ପଦ୍ମିନୀ ପୁଝାରି, ନାଏବ ସରପଞ୍ଚ ପାର୍ଥବ ମାଝୀ, ନାରିନେତ୍ରୀ ତିଲୋତ୍ତମା ନାଏକ,ପ୍ରମୁଖ ସାମିଲ ହୋଇଥିଲେ। ପରେ ଦଶରା ସାଂସ୍କୃତିକ ମଞ୍ଚକୁ ଉପସ୍ଥିତ ଅତିଥି ମାନେ ଉଦଘାଟନ କରିଥିଲେ।ଏହି ଅବସରରେ ଆସନ୍ତା ମଙ୍ଗଳବାର ପର୍ଯ୍ୟନ୍ତ ଦେବାଦେବୀଙ୍କ ପୂଜାର୍ଚ୍ଚନା ସହ ରାତିରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାନେଇ ପୂଜା କମିଟି ପକ୍ଷରୁ କୁହାଯାଇଛି। ପୂଜା କମିଟି ସଭାପତି ହେମନ୍ତ ମାଝୀ, ସମ୍ପାଦକ ଭରତ ପୁଝାରି, ପୁର୍ଣ୍ଣଚନ୍ଦ୍ର ନାଏକ, ହିମାଞ୍ଚଳ ପୁଝାରି,ବଳିଆର ସିଂ ମୋରେଇ, ତୁଲାରାମ ଗୋପାଳ, ଉପେନ୍ଦ୍ର ବାଗ, ପିଣ୍ଟୁ ନନ୍ଦ ମାଝୀ, ମୁକୁନ୍ଦ ନାଗେଶ , ନିରଞ୍ଜନ ବାଗ, ଭାରତ ଦୁର୍ଗା, ବଳରାମ ମାଝୀ, ଉପେନ୍ଦ୍ର ବାଗ, ରୋମାଞ୍ଚଳ ପୁଝାରି, ଯଦୁମଣି ଦୁର୍ଗା, ସୁବାସ ଖର୍ସେଲ ପ୍ରମୁଖ ଦଶରା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।