Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମେଗା ଲିଫ୍ଟ ପ୍ରକଳ୍ପ କାର୍ଯ୍ୟକ୍ଷମ ଦାଵୀ ରେ ଚାଷୀ ଙ୍କ ଜାତୀୟ ରାଜପଥ ଅବରୋଧ

ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ) ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ବ୍ଲକ ଅନ୍ତର୍ଗତ ଖମ୍ବେଶ୍ୱରୀପାଲି ଅଞ୍ଚଳର ଚାଷୀ ଆଜି ଆନ୍ଦୋଳନ କୁ ଓହ୍ଲାଇ ସୋନପୁର- ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ଅବରୋଧ କରିବା ସହ ଦାବୀ ପୂରଣ ପାଇଁ ପ୍ରଶାସନିକ ଦୃଷ୍ଟି ଆକର୍ଷଣ କରିଛନ୍ତି। ବର୍ଷା ଅଭାବ ଯୋଗୁଁ ଏବେ ପ୍ରଚଣ୍ଡ ଖରାରେ ଚାଷ ଜମି ଶୁଖି ମରୁଡ଼ି ଗ୍ରସ୍ତ ହେବାରେ ଲାଗିଛି। ଏବେ ଚାଷ ଜମି ପାଣି ଆବଶ୍ୟକ କରୁଥିବା ବେଳେ ବୃହତ୍ ଉଠା ଜଳସେଚନ ବିଭାଗର ଅବହେଳା ଯୋଗୁଁ ସଦର ବ୍ଲକ ଛତାପିପଲ ଗାଁ ତେଲନଦୀ କୂଳରେ ଥିବା ୫୪ କୋଟି ୭୦ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ପାର୍ବତୀଗିରି ମେଗା ଉଠାଜଳସେଚନ ପ୍ରକଳ୍ପ କାର୍ଯ୍ୟକ୍ଷମ ହେଉ ନ ଥିବା ଅଭିଯୋଗ ହୋଇଛି। ଫଳରେ ପାଣି ଅଭାବ ଯୋଗୁଁ ମଲ୍ଲିକମୁଣ୍ଡା, ବିଶିମୁଣ୍ଡା, ହରଡଖୋଲ, ବଲାଡି ପଞ୍ଚାୟତର ୨୦୦୦ ହେକ୍ଟର ଚାଷ ଜମିରେ ମରୁଡ଼ିର ଆଶଙ୍କା ଦେଖା ଦେଇଛି। ଏବେ ଚାଷୀଙ୍କ ଭରସା ଇନ୍ଦ୍ରଦେଵ ଓ ଉଠାଜଳସେଚନ ପ୍ରକଳ୍ପ କର୍ତ୍ତୃପକ୍ଷଙ୍କ ଉପରେ। ତେବେ ବାରମ୍ବାର ବିଭାଗୀୟ ଅଧିକାରୀ ବାବୁଙ୍କୁ ହାରି ଗୁହାରି କରିବା ପରେ ବି କୌଣସି ଫଳ ନ ମିଳିବାରୁ ଚାଷୀ ମାନେ ବାଧ୍ୟ ହୋଇ ଆଜି ରାଜରାସ୍ତାକୁ ଓହ୍ଲାଇଛନ୍ତି। ସମ୍ବଲପୁର ରେ ରହୁଥିବା ସୋନପୁର ମେଗା ଲିଫ୍ଟର ଭାରପ୍ରାପ୍ତ ଉଚ୍ଚ କର୍ତ୍ତୃପକ୍ଷ ଆନ୍ଦୋଳନ ସ୍ଥଳରେ ପହଞ୍ଚି ଚାଷୀଙ୍କ ସହିତ ଆଲୋଚନା କରିବା ସହ ତିନି ଦିନ ମଧ୍ୟରେ ପାଣି ଯୋଗାଇ ଦେବା ପାଇଁ ଲିଖିତ ପ୍ରତିଶ୍ରୁତି ଦେବା ପରେ ଚାଷୀ ମାନେ ରାସ୍ତା ଅବରୋଧ ହଟାଇ ଥିଲେ। ଚାଷୀ ମାନେ ସାମୟିକ ଭାବେ ଆନ୍ଦୋଳନ ସ୍ଥଗିତ ରଖିଥିବା ବେଳେ ବିଭାଗୀୟ କର୍ତ୍ତୃପକ୍ଷ ନିର୍ଦ୍ଧିଷ୍ଟ ସମୟ ସୀମା ଭିତରେ ଦାବି ପୂରଣ ନ କଲେ ପୁଣି ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚାଷୀମାନେ ଚେତାବନୀ ଦେଇଛନ୍ତି। ଦୀର୍ଘ ବର୍ଷରୁ ଏ ବିଭାଗରେ ସ୍ଥାୟୀ ଭାବେ କାର୍ଯ୍ଯନିର୍ବାହୀ ଯନ୍ତ୍ରୀ ରହୁ ନ ଥିବାରୁ ଓ କ୍ଷେତ୍ର ପରିଦର୍ଶନ କରି ଚାଷୀଙ୍କ ସମସ୍ୟା ବୁଝୁ ନ ଥିବାରୁ ଆଜି ଏ ଭଳି ସମସ୍ୟା ଉପୁଜିଥିବା ଜଣାଯାଇଛି। ୫୪ କୋଟି ୫୭ ଲକ୍ଷ ଟଙ୍କା ବ୍ୟୟ ରେ ନିର୍ମାଣ ହୋଇଥିବା ଛତାପିପଲ୍ ର ପ୍ରକଳ୍ପ ସହ ଜିଲ୍ଲାର ଏହି ବିଭାଗର ଅନ୍ୟ ପ୍ରକଳ୍ପ ଗୁଡ଼ିକ କାହିଁକି ଫେଲ୍ ମାରିଛି ? କୃଷକଙ୍କ ବିକାଶ ନାରା ଦେଉଥିବା ପୂର୍ବ ସରକାରର ନେତା ଓ ଅଧିକାରୀ ‘ରାଧେ ରାଧେ ତୁମର ଅଧେକୁ ଆମର ଅଧେ ଯୋଜନା’ ନାଁ ବଦଳାଇ ନି ତ ? ଚାଷୀ ଭାଈ ଆପଣ ମାନେ ଖୁସି ତ ? ଆଗକୁ ମରୁଡି ପରିସ୍ଥିତି ହେଲେ ଭୟଙ୍କର ଆନ୍ଦୋଳନର ଆଶଙ୍କା ପ୍ରକାଶ ପାଇଛି। ଜିଲ୍ଲାରେ ହୋଇଥିବା ଜଳସେଚନ ବିଭାଗର ଭିଜିଲାନ୍ସ ଓ ମହା ଦୁର୍ନୀତି ଘଟଣାରେ ୫ଟି ସରକାର ୨୫ ବର୍ଷ ଏ ଜିଲ୍ଲାର ତଥା ରାଜ୍ୟର କେତେ ବିକାଶ କରୁଥିଲେ ତାହା ଅଳ୍ପ କିଛି ଦିନ ଆଗରୁ ଜିଲ୍ଲାବାସୀ ତଥା ରାଜ୍ୟବାସୀ ଭିଜିଲାନ୍ସ କେଶରୁ ପୁରା ସ୍ପଷ୍ଟ ଅବଗତ ହୋଇଛନ୍ତି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ