Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସୁବର୍ଣ୍ଣପୁରରେ ୬୫ ତମ ପୋଲିସ ସହିଦ ଦିବସ ପାଳିତ

ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ) ଆଜି ସୁବର୍ଣ୍ଣପୁର ଜିଲ୍ଲାର ସଦର ମହକୁମା ରିଜର୍ଭ ପୋଲିସ ପଡିଆରେ ସହିଦଙ୍କ ସ୍ମୁତି ଉଦ୍ଦେଶ୍ୟରେ ପ୍ୟାରେଡ ଅନୁଷ୍ଟିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଅନ୍ୟା ଦାସ ନିମନ୍ତ୍ରିତ ଅତିଥି ଭାବେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପୋଲିସର ପ୍ଲାଟୁନ ଆରକ୍ଷୀ ନିରୀକ୍ଷକ ସରୋଜ ବେହେରାଙ୍କ ନେତୃତ୍ବରେ ପ୍ୟାରେଡ ପ୍ରଦର୍ଶନ କରାଯାଇଥିଲା। ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରାମ ପ୍ରସାଦ ସାହୁ ସହିଦଙ୍କ ବଳିଦାନ ଓ ସ୍ମୁତିକୁ ମନେ ପକେଇ ବଳିଦାନଙ୍କୁ ହୃଦୟରୁ ପ୍ରଶଂସା କରାଇଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ଦୁଇ ବୀର ସହିଦ ସ୍ଵର୍ଗତ ନରସିଂହ ମହାକୁର ଓ ସ୍ବର୍ଗତ ସହିଦ୍ ବିଭୀଷଣ ସାହୁଙ୍କ ପରିବାର ସଦସ୍ୟ ଙ୍କୁ ଏସପି ଉପଢ଼ୌକନ ପ୍ରଦାନ କରି ସମ୍ମାନ ଜଣାଇଥିଲେ। ପୋଲିସ ସହିଦ୍ ଦିବସରେ ଅତିରିକ୍ତ ଏସପି ବିରେନ୍ଦ୍ର ନାୟକଙ୍କ ସମେତ ଜିଲ୍ଲାର ସମସ୍ତ ପ୍ରଶାସନିକ ଅଧିକାରୀ ଓ ବରିଷ୍ଠ ପୋଲିସ କର୍ମଚାରୀ ତଥା ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ଥିଲେ। ପୋଲିସ ହାବିଲଦାର କନେଷ୍ଟବଳ ସଂଘ ର ସଭାପତି ଦିନେଶ ମିଶ୍ର, ମନୋଜ ପଣ୍ଡା ପ୍ରମୁଖ ସମସ୍ତ କର୍ମଚାରୀ ଉତ୍ସବ ପାଳନରେ ସହଯୋଗ କରିଥିଲେ।