Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ନାକଟିଦେଉଳ ବ୍ଲକ ଠାରେ ଜନ ଅଭିଯୋଗ ଶୁଣାଣି

ସମ୍ବଲପୁର:ନାକଟିଦେଉଳ ବ୍ଲକ କାର୍ଯ୍ୟାଳୟରେ ସୋମବାର ସମ୍ବଲପୁର ଜିଲ୍ଲାପାଳ ଙ୍କ ଅଧ୍ୟକ୍ଷତା ରେ ମିଳିତ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଥିଲା । ମୋଟ ୨୧୭ ଟି ଆବେଦନ ଗ୍ରହଣ କରାଯାଇ ଥିଲା ଯେଉଁଥିରୁ ୧୯୩ ଟି ଆବେଦନ ବ୍ୟକ୍ତିଗତ ସମ୍ବନ୍ଧୀୟ ଥିବା ବେଳେ, ୨୩ ଟି ସମସ୍ୟା ଗ୍ରାମୀୟ ସମସ୍ୟା ସହିତ ଜଡିତ ଥିଲା ।ସିଏମଆରଏଫ ଅଧୀନରେ ସହାୟତା ପାଇଁ ୦୧ ଗୋଟି ଆବେଦନ ପ୍ରାପ୍ତ ହୋଇଛି । ୧୫୦ ଟି ଅଭିଯୋଗ, ଅନୁଷ୍ଠିତ ଅଭିଯୋଗ ଶୁଣାଣି ଠାରେ ସମାଧାନ କରାଯାଇଛି । ଅଭିଯୋଗ ଶୁଣାଣି ଠାରେ ଜିଲ୍ଲାପାଳ, ସମ୍ବଲପୁର ୦୩ ଜଣ ହିତାଧିକାରୀଙ୍କୁ ହୁଇଲଚେୟାର , ୦୧ ଜଣ କୁ ୱାକିଙ୍ଗ ସ୍ଟିକ ଏବଂ ମଧୁବାବୁ ପେନସନ ଯୋଜନା ଅନ୍ତର୍ଭୁକ୍ତ ୦୬ ଜଣ ହିତାଧିକାରୀଙ୍କୁ ଭତ୍ତା ଏବଂ ଜାତୀୟ ପରିବାର ମଙ୍ଗଳ ଯୋଜନା ଅନ୍ତର୍ଭୁକ୍ତ ୦୬ ଜଣ ହିତାଧିକାରୀଙ୍କୁ ୨୦,୦୦୦ ଟଙ୍କା ଲେଖାଏ ସହାୟତା ରାଶି ପ୍ରଦାନ କରିଥିଲେ । ଆସନ୍ତା ଅକ୍ଟୋବର ମାସ ୨୮ ତାରିଖ ରେ ବାମରା ବ୍ଲକ୍ କାର୍ଯ୍ୟାଳୟ ଠାରେ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହେବ ବୋଲି ଜ଼ିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।