Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପୂର୍ବାଞ୍ଚଳ ଆନ୍ତଃ ବିଶ୍ୱବିଦ୍ୟାଳୟ ମହିଳା ବ୍ୟାଡ଼ମିଣ୍ଟନ ପ୍ରତିଯୋଗିତା ଉଦଘାଟିତ

ସମ୍ବଲପୁର:ସମ୍ବଲପୁର ବିଶ୍ୱବିଦ୍ୟାଳୟ ଓ ଆସୋସିଏସନ ଅଫ ଇଣ୍ଡିଆନ ୟୁନିଭେର୍ସିଟି ର ମିଳିତ ଆନୁକୂଲ୍ୟରେ ବୁର୍ଲା ସ୍ଥିତ ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିଅମ ଠାରେ ପୂର୍ବାଞ୍ଚଳ ଅନ୍ତଃ ବିଶ୍ୱବିଦ୍ୟାଳୟ ମହିଳା ବ୍ୟାଡ଼ମୀଣ୍ଟନ ପ୍ରତିଯୋଗିତା ଆଜି ସମ୍ବଲପୁର ବିଶ୍ୱବିଦ୍ୟାଳୟ ର କୁଳପତି ପ୍ରଫେସର ବିଧୁଭୂଷଣ ମିଶ୍ର ଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି l ସମ୍ବଲପୁର ବିଶ୍ୱବିଦ୍ୟାଳୟ ର ସ୍ପୋର୍ଟ୍ସ କାଉନସିଲ ର ସଚିବ ପ୍ରଫେସର ଦେବେନ୍ଦ୍ର କୁମାର ମହାଳିକ ଙ୍କର ସଂଯୋଜନା ରେ ଆଜିର ଉଦଘାଟନି ଉତ୍ସବ ରେ ସମ୍ବଲପୁର ବିଶ୍ୱବିଦ୍ୟାଳୟ ର କୁଳସଚିବ ଡ଼. ନୃପରାଜ ସାହୁ, ବିତ୍ତ ନିୟନ୍ତ୍ରକ ଅଶୋକ କୁମାର ବେହେରା, ପି. ଜି. କାଉନସିଲ ଚେୟାରମ୍ୟାନ ପ୍ରଫେସର ତୁଷାର କାନ୍ତି ଦାସ, ପ୍ରଫେସର ସୂର୍ଯ୍ୟ ନାୟକ, ପରିବେଶ ବିଜ୍ଞାନ ବିଭାଗୀୟ ମୁଖ୍ୟ ପ୍ରଫେସର ମଳୟ ରଞ୍ଜନ ମହାନନ୍ଦ ପ୍ରମୁଖ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ବିଶ୍ୱବିଦ୍ୟାଳୟ ର କ୍ରୀଡା ଅଧିକାରୀ ଡ଼. ଅବିନାଶ କର ପ୍ରତିଯୋଗିତା ର ସୁପରିଚାଳନା କରିଥିଲେ l
ଏହି ପୂର୍ବାଞ୍ଚଳ ଅନ୍ତଃ ବିଶ୍ୱବିଦ୍ୟାଳୟ ମହିଳା ବ୍ୟାଡ଼ମୀଣ୍ଟନ ପ୍ରତିଯୋଗିତା ରେ ଦେଶର ଉତ୍ତର ପ୍ରଦେଶ, ମଧ୍ୟପ୍ରଦେଶ, ବିହାର, ଝାରଖଣ୍ଡ, ଓଡିଶା, ପଶ୍ଚିମବଙ୍ଗ ତଥା ଉତ୍ତର ପୂର୍ବାଞ୍ଚଳ ରୁ ସର୍ବମୋଟ ୩୬ ଟି ବିଶ୍ୱବିଦ୍ୟାଳୟ ର ଦଳ ଭାଗ ନେଇଛନ୍ତି l ଏହି ଟୁର୍ନାମେଣ୍ଟ ରୁ ଶ୍ରେଷ୍ଠ ୪ଟି ବିଶ୍ୱବିଦ୍ୟାଳୟ ଦଳ ଆଗାମୀ ସର୍ବଭାରତୀୟ ବିଶ୍ୱବିଦ୍ୟାଳୟ ବ୍ୟାଡ଼ମୀଣ୍ଟନ ପ୍ରତିଯୋଗିତା ରେ ଭାଗ ନେବେ ବୋଲି ବିଶ୍ଵବିଦ୍ୟାଳୟ ର କ୍ରୀଡା ଅଧିକାରୀ ଡ଼. ଅବିନାଶ କର ସୂଚନା ପ୍ରଦାନ କରିଛନ୍ତି l
ଏହି ଜାତୀୟ ବିଶ୍ଵବିଦ୍ୟାଳୟ ସ୍ତରୀୟ ବ୍ୟାଡ଼ମୀଣ୍ଟନ ପ୍ରତିଯୋଗିତା କୁ ଓଡିଶା ବ୍ୟାଡ଼ମୀଣ୍ଟନ ଆସୋସିଏସନ ର ମ୍ୟାଚ ରେଫରୀ ଅସିତ ପଟ୍ଟନାୟକ, ଅମ୍ପାୟାର ଟିକେଶ୍ୱର ସାହୁ,ବବୁଲୁ ସାହୁ, ସୂର୍ଯ୍ୟ ପାଣିଗ୍ରାହୀ, ପ୍ରମିତ ମହାନ୍ତି, ନୀଳାଞ୍ଚଳ ସେଠି, ମଣି ବେଜି, ସତ୍ୟ ଦାସ ଓ ହେମନନ୍ଦ ଥାପ୍ପା ପ୍ରମୁଖ ମ୍ୟାଚ ଗୁଡିକୁ ପରିଚାଳନା କରୁଛନ୍ତି।ସୂଚନାଯୋଗ୍ୟ ଯେ ଏହି ସର୍ବଭାରତୀୟ ବ୍ୟାଡ଼ମୀଣ୍ଟନ ପ୍ରତିଯୋଗିତା ଅକ୍ଟୋବର୨୨ରୁ ତିନି ଦିନ ଧରି ବୁର୍ଲା ସ୍ଥିତ ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିୟମରେଅନୁଷ୍ଠିତ ହୋଇ ୨୪ତାରିଖରେ ଉଦଯାପିତ ହେବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ