Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦେଓଗାଁ ରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି

ସମ୍ବଲପୁର,(ରାଜାରାମ ଷଡ଼ଙ୍ଗୀ):ଶିଶୁ ମାନଙ୍କ ଅନ୍ତର୍ନିହିତ ପ୍ରତିଭା ଅନ୍ୱେଷଣ ନେଇ ମାନେଶ୍ଵର ବ୍ଲକ ଦେଓଗାଁ ପଞ୍ଚାୟତର ଦେଓଗାଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ପ୍ରାରମ୍ଭରେ ଶିକ୍ଷାର୍ଥୀ ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇ କୃତି ପ୍ରତିଯୋଗୀ ଙ୍କୁ ଚିହ୍ନଟ କରାଯାଇଥିଲା। ଏହି ଅବସରରେ ସିଆରସିସି ରବୀନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତା ଓ ପ୍ରଧାନ ଶିକ୍ଷୟତ୍ରୀ ଅନିତା ନାଏକଙ୍କ ସଂଯୋଜନାରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ଏହାକୁ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ରାଜୀବ ଲୋଚନ ପଣ୍ଡା ଉଦଘାଟନ କରିଥିବା ବେଳେ ଦେଓଗାଁ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସାଗରୀକା ହୋତା ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ।ଏହି ଅବସରରେ ଚିତ୍ରାଙ୍କନରେ ପ୍ରିୟଙ୍କା ସେଠ, କାଜଲ ଡନସେନା କୁଇଜରେ ଚେତନ କୁମାର ରାଉତ, ଉଦ୍ଧବ ସେଠ ବକୃତା ରେ ମେଘରାଣୀ ରାଉତ ସୃଜନଶୀଳ ଲିଖନରେ ଚାନ୍ଦନି ଭୋଇ,ଲୀଳାନ୍ଦ୍ରି ଭୋଇ ହସ୍ତାକ୍ଷରରେ ଚାନ୍ଦନି ଭୋଇ ଓ ଦଳଗତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଲରାସରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରମୁଖଙ୍କୁ ସମ୍ମାନିତ କରାଯାଇଥିଲା।କ୍ଲଷ୍ଟରର କୃତି ପ୍ରତିଯୋଗୀ ମାନେ ବ୍ଲକ ସ୍ତରୀୟ ପ୍ରତିଯୋଗିତାରେ ଭାଗ ନେବେ। ଏହାକୁ ଅଶ୍ୱିନୀ କୁମାର ପ୍ରଧାନ ପରିଚାଳନା କରିଥିବା ବେଳେ ଗୁଣନିଧି ମହାଳିଙ୍ଗ,ଆନନ୍ଦ କୁମାର ନେଗୀ, ମନୋଜ କୁମାର ନାଏକ,ଘନଶ୍ୟାମ ରାଉତ, ହେମନ୍ତ ମଲ୍ଲିକ, ପ୍ରଳୟ ବେହେରା,ପଞ୍ଚାନନ ପ୍ରଧାନ ଓ ସୁବ୍ରତ ମାଝି ପ୍ରମୁଖ ସହଯୋଗ କରିଥିଲେ। ଏଥିରେ କ୍ଲଷ୍ଟର ସ୍ତରୀୟ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଯୋଗ ଦେଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ