Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜଗିଲେ ମାଜିଷ୍ଟ୍ରେଟ, ପୋଲିସ ଫୋର୍ସ, ଆରମ୍ଭ ହେଲା ଯଜ୍ଞ ମଣ୍ଡପ ନିର୍ମାଣ କାର୍ଯ୍ୟ

ସମ୍ବଲପୁର,(ରାଜାରାମ ଷଡ଼ଙ୍ଗୀ):ସମ୍ବଲପୁର ଜିଲ୍ଲାପାଳ ଙ୍କ ନିର୍ଦ୍ଦେଶ ଅନୁସାରେ ଜଣେ ମାଜିଷ୍ଟ୍ରେଟ,ଗୋଟିଏ ପ୍ଲାଟୁନ ଫୋର୍ସ, ଠେଲକୋଲାଇ ଥାନାର ୫ ଅଧିକାରୀଙ୍କ ଉପସ୍ଥିତ ରେ ସ୍ବାଧିନତା ସଗ୍ରାମୀ ବୀର ସୁରେନ୍ଦ୍ର ସାଏ ଙ୍କ ଜନ୍ମ ଭୁମିରେ ପ୍ରସ୍ତାବିତ “ଜଜ୍ଞ ମଣ୍ଡପ” ନିର୍ମାଣ କାର୍ଯ୍ୟ ବୁଧବାର ଆରମ୍ଭ ହୋଇଛି । ପୂର୍ବତନ ବିଧାୟକ ନାଉରୀ ନାଏକ ଏଥିପାଇଁ ଅର୍ଥ ମଞ୍ଜୁର କରିଥିଲେ । ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବଡିଓ ଙ୍କ ପତ୍ର ସଂଖ୍ୟା ୧୧୩୨/ତା.୧୩.୦୪.୨୩ ଅନୁସାରେ ପାଖ ଜମି ମାଲିକ ମାନଙ୍କୁ ଡାକି ସରକାରୀ ଜମି ଖାତା.ନଂ.୨୪୫ ପ୍ଲଟ ନଂ.୧୬୮୦ ରୁ ୦.୦୪ ଡି. ବିଡିଓ ଙ୍କୁ ରେଙ୍ଗାଲି ତହସିଲଦାର ଙ୍କ ପତ୍ର ସଂଖ୍ୟା ୩୧୯୩/ତା.୧୮.୦୭.୨୩ ରେ ଦେଇଥିଲେ l କାମ ଆରମ୍ଭ ସମୟରେ ପିତାମ୍ବର ବିଶ୍ବାଲ ଏବଂ ତାଙ୍କ ପୁତୁରା ମାନେ ଆମ୍ଭର ରୟତ ଜମି କହି ଗ୍ରାମର ଲୋକଙ୍କୁ ଠକୁ ଥିବା ଓ ମାରପିଟ କରି ଲୋକଙ୍କୁ ଭୟଭିତ କରାଉଥିବାରୁ “ଜଜ୍ଞ ମଣ୍ଡପ” ନିର୍ମାଣ କାମ ହୋଇପାରୁ ନଥିବା ସ୍ଥାନୀୟ ଲୋକେ ଅଭିଯୋଗ କରି ଆସୁଥିଲେ। l ତହସିଲ ପକ୍ଷରୁ ବାରମ୍ବାର ଜମି ଚିହ୍ନଟ ହୋଇଥିଲେ ସୁଦ୍ଧା କାମ ଆଗେଇ ପାରୁନଥିଲା। ଗତ ତା.୨୩.୦୬.୨୪ ରାଜସ୍ବ ମନ୍ତ୍ରୀ ଙ୍କୁ ଅଭିଯୋଗ ପରେ ତହସିଲଦାର ଓ ଠେଲକୋଲାଇ ଥନାଧିକାରୀ ଉପସ୍ଥିତ ରହି କାର୍ଯ୍ୟରମ୍ଭ ପାଇଁ କହିବା ପରେ ତହସିଲଦାରଙ୍କ ଆଦେଶ ପତ୍ର ସଂଖ୍ୟା.୩୦୪୩ ତା.୨.୮.୨୪ ଅନୁସାରେ ୬ ଜଣିଆ ଟିମ ସହିତ ପୋଲିସ ରହି ଜମି ଚିହ୍ନଟ ପାଇଁ ଧାର୍ଯ୍ୟ ହୋଇଥିଲା । ରେଙ୍ଗାଲି ତହସିଲଦାର ଓ ଠେଲକୋଲାଇ ଥନାଧିକାରୀ ବଦଲି ପରେ ବର୍ତ୍ତମାନ ର ତହସିଲଦାର “ଜଜ୍ଞ ମଣ୍ଡପ” କରେଇ ପାରିବେନି ବୋଲି ଗତ ତା.୧୭ ତାରିଖ ଦିନ ର ନୋଟିସ ପରେ ଗ୍ରାମବାସୀ ସନ୍ଦେହ କରିଥିଲେ। ଆଜିର କାର୍ଯ୍ୟକ୍ରମ ପରେ ମାନ୍ୟବର ସମ୍ବଲପୁର ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ,ସମ୍ବଲପୁର ଜିଲ୍ଲାପାଳ,ସମ୍ବଲପୁର ଏସ୍ ପି ଓ ସମସ୍ତ ଅଧିକାରୀ ମାନଙ୍କୁ ଗ୍ରାମବାସୀ ଧନ୍ୟବାଦ ଦେବା ସହିତ ସବୁଦିନ ପାଇଁ ମନେରଖିବେ ବେଲି କହିଛନ୍ତି । ଜଜ୍ଞ ମଣ୍ଡପ ଶୁଭ ଦେବା ସମୟରେ ସୁରେନ୍ଦ୍ର ସାଏଙ୍କ ବଂଶଜ ଲାଲ ଫକୀର ସାଏ ପ୍ରଥମ ଶୁଭ ଦେଇଥିଲେ। ପରେ ତାଙ୍କ ଧର୍ମପତ୍ନୀ ସନ୍ଧ୍ୟାରାଣୀ ସାଏ, ଝିଅ ଅନିତାସାଏ ତଥା ଖିଣ୍ଡା ପଞ୍ଚାୟତର ସମିତି ସଭ୍ଯା, ଲାଲ ବିରେନ୍ଦ୍ର ସାଏ, ଅଚ୍ୟୁତ ଖମାରୀ,ଫକୀର ବୁଧିଆ, ଅନ୍ତର୍ଯ୍ୟାମି ତିୱାରୀ ,ଅକ୍ଷୟ ବେହେରା,ବିକ୍ରମ ବୁଧିଆ,ଜଜ୍ଞ ମଣ୍ଡପ ର କର୍ମକର୍ତ୍ତା ଙ୍କ ସହିତ ପଞ୍ଚାୟତର ଅନେକ ମାନ୍ଯଗଣ୍ଯ ବ୍ଯକ୍ତି ଭୂମିପୂଜା ସମୟରେ ଉପସ୍ଥିତ ଥିଲେ । ଗ୍ରାମର ଜଗନ୍ନାଥ ମନ୍ଦିର ପୂଜକ ପଣ୍ଡିତ ବିକାଶ ଚନ୍ଦ୍ର ପଣ୍ଡା ପୂଜା ପାଠ କରିଥିଲେ। ଏହି ସମୟରେ ସମସ୍ତଙ୍କ ପାଇଁ ପ୍ରସାଦ ବ୍ଯବସ୍ଥା କରାଯାଇଥିଲା । ରାତି ସାରା ପ୍ରଶାସନର ସହଯୋଗରେ ଜଜ୍ଞ ମଣ୍ଡପ କାମ ଚାଲିବ ବୋଲି କମିଟି ପକ୍ଷରୁ ସୂଚନା ଦିଆଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ