ବାତ୍ୟା ଦାନାରୁ ସୁରକ୍ଷା ପାଇଁ ଯୋଗ ସମିତି ପକ୍ଷରୁ ସାମୂହିକ ମହା ମୃତ୍ୟୁଞ୍ଜୟ ମନ୍ତ୍ର ପଠନ


ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ) ଗତକାଲି ସୋନପୁର ଦିବ୍ୟଉର୍ଯ୍ୟା ଯୋଗ ସମିତି ପକ୍ଷରୁ ସ୍ଥାନୀୟ ସ୍ମାର୍ଟ ପାର୍କ ଠାରେ ପ୍ରାର୍ଥନା ଓ ଶାନ୍ତି ପାଠ କାର୍ଯ୍ଯକ୍ରମ ଅନୁଷ୍ଟିତ ହୋଇ ଯାଇଛି। ବାତ୍ୟା ଦାନା ରୁ ମୁକ୍ତି ପାଇଁ ଧନ ଜୀବନ ହାନି ରୁ ରକ୍ଷା ପାଇଁ ଓ ପୃଥିବୀ ଶାନ୍ତି ସକାଶେ ଯୋଗ ମଣ୍ଡପ ଠାରେ ୨୧ ଥର ସାମୂହିକ ମହା ମୃତ୍ୟୁଞ୍ଜୟ ମନ୍ତ୍ର ପାଠ କରାଯାଇ ଭଗଵାନ ଙ୍କୁ ପ୍ରାର୍ଥନା କରଯାଇଥିଲା। ଓଡ଼ିଶା ରେ ବିଗତ ବର୍ଷ ମାନଙ୍କରେ ଘଟିଥିବା ଫନି, ଫାଇଲିନ, ହୁଡ ହୁଡ଼, ତିତିଲି ଓ ୧୯୯୯ ମସିହା ରେ ହୋଇଥିବା ମହାବାତ୍ୟା ପ୍ରକୃତି ର ତାଣ୍ଡବ ଲୀଳା କୂ ସ୍ମରଣ କରିବା ସହ ଆଗମୀ ଦିନ ରେ ଲୋକ ଙ୍କ ଏଭଳି ବହୂ ମୂଲ୍ୟ ଧନ ଜୀବନ କ୍ଷତି ନ ହେବା ପାଈଁ ପ୍ରଭୂ ଶ୍ରୀ ଜଗନ୍ନାଥ ଙ୍କୁ ପ୍ରାର୍ଥନା ଓ ଓଡ଼ିଶା ବାସୀ ଙ୍କ ମଙ୍ଗଳ କାମନା କରିଥିଲେ। ଯୋଗ ସମିତି ସମ୍ପାଦକ ଶ୍ରିବନ୍ତ ମିଶ୍ର ଙ୍କ ନେତୃତ୍ବ ରେ ସମସ୍ତ ସଦସ୍ୟ ଙ୍କ ଉପସ୍ଥିତି ରେ ଏ ଶାନ୍ତି ପାଠ କାର୍ଯ୍ଯ କ୍ରମ ଅନୁଷ୍ଟିତ ହୋଇଥିଲା।