ବ୍ଲକ ସ୍ତରୀୟ ଅଦ୍ଧବାର୍ଷିକ ଉପଦେଷ୍ଟା କମିଟି ବୈଠକ


ସମ୍ବଲପୁର: ସ୍ବେଚ୍ଛାସେବୀ ଅନୁଷ୍ଠାନ ସିଡି, କେ.ଏନ.ଏଚ ଏବଂ ତିଳେଇବଣୀ ବ୍ଲକ ପ୍ରଶାସନର ମିଳିତ ଉଦ୍ୟମରେ ତଥା ତିଲେଇବଣି ଗୋଷ୍ଠୀ ଉନ୍ନୟନ ଅଧିକାରୀ ରଘୁନାଥ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ତିଲେଇବଣି ବ୍ଲକ କନଫରେନ୍ସ ହଲରେ ବ୍ଲକ ସ୍ତରୀୟ ଅଦ୍ଧବାର୍ଷିକ ଉପଦେଷ୍ଟା କମିଟି ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକକୁ ସର୍ବପ୍ରଥମେ ସ୍ନେହ ପ୍ରକଳ୍ପର ସ୍ପନ୍ସରସିପ ଅଫିସର ପ୍ରିୟଙ୍କା ବାରିକ ସମସ୍ତଙ୍କୁ ସ୍ବାଗତ କରିବା ସହିତ ବୈଠକର ଉଦ୍ଦେଶ୍ୟ ବିଷୟରେ କହିଥିଲେ । ଦେବଗଡ଼ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରୋମିଓ ମହାପାତ୍ର ଶିଶୁ ଶ୍ରମିକ, ଶିଶୁ ଯୌନ ନିର୍ଯାତନା, ବିଦ୍ୟାଳୟ ଅଧାରୁ ପାଠ ଛାଡ଼ିବା, ବାଲ୍ୟ ବିବାହ ଇତ୍ୟାଦିକୁ କିପରି ସମ୍ପୂର୍ଣ୍ଣ ବନ୍ଦ କରିବା ସହିତ ଅସହାୟ ଶିଶୁମାନଙ୍କ ପାଇଁ ଥିବା ବିଭିନ୍ନ ସରକାରୀ ଯୋଜନା ଗୁଡିକ ସେମାନଙ୍କ ପାଖକୁ କିପରି ଭଲଭାବରେ ପହଞ୍ଚାଇ ପାରିବା ସେ ବିଷୟରେ ଆଲୋଚନା କରିଥିଲେ । ରଘୁନାଥ ପାଣିଗ୍ରାହୀ ଶିଶୁମାନଙ୍କର ଅଧିକାର ବିଷୟରେ କହିବା ସହିତ ବ୍ଲକ ଓ ଗ୍ରାମ ସ୍ତରରେ ଥିବା ଶିଶୁ ମାନଙ୍କର ବିଭିନ୍ନ କମିଟି କିପରି ଭଲ ଭାବରେ କାର୍ଯ୍ୟକାରୀ କରିବା ସେ ବିଷୟରେ ଆଲୋକପାତ କରିଥିଲେ । ବାଲ୍ୟ ବିବାହ ପ୍ରକଳ୍ପ ଅଧିକାରୀ ଭୁବନେଶ୍ବର ଦ୍ଵିବେଦୀ ସିଡି ଅନୁଷ୍ଠାନ ପୃଷ୍ଠଭୂମି ବିଷୟରେ କହିଥିଲେ । ସ୍ନେହ ପ୍ରକଳ୍ପର ପ୍ରୋଗ୍ରାମ ଅଫିସର ସଂସାର ବାଗ ସ୍ନେହ ପ୍ରକଳ୍ପରେ ଚାଲିଥିବା ବିଭିନ୍ନ କାର୍ଯକ୍ରମ ଓ ଆଗାମୀ ଦିନର ଯୋଜନା ବିଷୟରେ ଅବଗତ କରାଇଥିଲେ । ଏହି ବୈଠକରେ ସମନ୍ମିତ ଶିଶୁ ବିକାଶ ଯୋଜନା ପ୍ରତିନିଧି, ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ପ୍ରତିନିଧି, ଗ୍ରାମ ପଞ୍ଚାୟତ ସଚିବ ତଥା ଦୁଧିଆନାଳୀ, ଢୋଳାପଡା ଓ କଂସର ଗ୍ରାମ ପାଞ୍ଚୟତର ଅଭିଭାବକ ଅଭିଭାବିକା, ଶିଶୁ ଏବଂ ସ୍ନେହ ପ୍ରକଳ୍ପର କର୍ମକର୍ତ୍ତା ଉପସ୍ଥିତ ଥିଲେ । ଶେଷରେ ସ୍ନେହ ପ୍ରକଳ୍ପର ସଂଯୋଜକ ତପନ କୁମାର ପ୍ରଧାନ ସମସ୍ତଙ୍କୁ ଧନ୍ୟବାଦ ଦେଇ ବୈଠକକୁ ସାଙ୍ଗ କରିଥିଲେ ।