ନାକଟିଦେଉଳ ସ୍ନାତକ ମହାବିଦ୍ୟାଳୟରେ ନବାଗତ ଓଏଏସଙ୍କ ପାଇଁ ସମ୍ବର୍ଦ୍ଧନା ସଭା


ସମ୍ବଲପୁର: ଓଡିଶା ପ୍ରଶାସନିକ ସେବା ପରୀକ୍ଷା ରେ ସଫଳତା ହାସଲ କରିଥିବା ସରାପାଲି ଗ୍ରାମ ର ବିଶ୍ବକେଶନ ପୁରୋହିତ ଓ ଟାଙ୍ଗିଆନିଶା ର ନରହରି ବେହେରା ଙ୍କୁ ନାକଟିଦେଉଳ ସ୍ନାତକ ମହାବିଦ୍ୟାଳୟ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଥିଲା I ସଫଳତା ହାସଲ କରିଥିବା କୁଟାସିଂହା ଗ୍ରାମ ର ବର୍ଷାରାଣୀ ମୁଣ୍ଡା ବ୍ୟକ୍ତିଗତ ଅସୁବିଧା ହେତୁ ଆସିପାରିନଥିଲେ I ଅନୁଷ୍ଠାନ ର ଅଧ୍ୟକ୍ଷ ସୁଧୀର କୁମାର ସାହୁ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭା ରେ ଅଧ୍ୟାପକ ଦେବେଶ କୁମାର ବିଶ୍ବାଳ, ବିନୋଦ ବିହାରୀ ପ୍ରଧାନ, ଶେଷଦେବ ବିଶ୍ବାଳ, ଭଜମୋହନ ପ୍ରଧାନ, ଅଧ୍ୟାପିକା ଲିଟିନା ପ୍ରିୟଦର୍ଶନୀ, ଜୟନ୍ତୀ ସାହୁ, ଶ୍ବେତାଶ୍ରୀ ପ୍ରଧାନ ଓ ଗ୍ରନ୍ଥଗାରିକ ବିଭୁତି ଭୁଷଣ ସାହୁ ଯୋଗଦେଇ ବିଶ୍ବକେଶନ ଓ ନରହରି ଙ୍କୁ ଅଭିନନ୍ଦନ ଜଣାଇବା ସହିତ ସେମାନଙ୍କ ର ଉଦ୍ୟମକୁ ପ୍ରଶଂସା କରିଥିଲେ I ସମ୍ବର୍ଦ୍ଧନା ର ଉତ୍ତର ରେ ବିଶ୍ବକେଶନ ଓ ନରହରି ସେମାନଙ୍କ ସଫଳତା ପଛରେ ଶିକ୍ଷକ ଶିକ୍ଷୟତ୍ରୀ ତଥା ଅଞ୍ଚଳବାସୀ ଶୁଭେଛୁ ମାନଙ୍କ ର ଭୁମିକା ବିଷୟ ରେ ଆଲୋକପାତ କରିବା ସହିତ ଛାତ୍ରୀ ମାନଙ୍କୁ ଶ୍ରୁଙ୍ଖଳା ସଞ୍ଜମତା ସହିତ ପରିଶ୍ରମ କରି ଆଗକୁ ବଢିବା ପାଇଁ ପରାମର୍ଶ ଦେଇଥିଲେ I ବିଶ୍ବକେଶନ ନାକଟିଦେଉଳ ମହାବିଦ୍ୟାଳୟ ର ପୁର୍ବତନ ଛାତ୍ର ଭାବେ ଗର୍ବ ଅନୁଭବ କରିଥିଲେ I ଅଧ୍ୟାପିକା ଡକ୍ଟର ପୁଷ୍ପାଞଳି ରବନା ଧନ୍ୟବାଦ ଅର୍ପଣ କରିଥିଲେ I ଏହି ସମାରୋହ ରେ ଅନୁଷ୍ଠାନ ର ସମସ୍ତ କର୍ମଚାରୀ ତଥା ଛାତ୍ର ଛାତ୍ରୀ ଭାଗ ନେଇଥିଲେ।