Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବୁର୍ଲା ବ୍ରାହ୍ମଣ ସମାଜର ଗୁରୁତ୍ୱପୂର୍ଣ୍ଣ ବୈଠକ: ମନୋନୀତ ହେଲେ ନୂତନ କର୍ମକର୍ତ୍ତା

ସମ୍ବଲପୁର / ବୁର୍ଲା, ୨୬/୧୦: ବୁର୍ଲା ବ୍ରାହ୍ମଣ ସମାଜର ବୈଠକ ବୁର୍ଲା ସ୍ଥିତ ନୃସିଂହ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଅଛି। ଏହି ବୈଠକରେ ବୁର୍ଲା ସହରର ବ୍ରାହ୍ମଣ ସଦସ୍ୟ ମାନେ ଉପସ୍ଥିତ ରହି ସମାଜର କାର୍ଯ୍ୟ ସମୀକ୍ଷା କରି ଭବିଷ୍ୟତ ଯୋଜନା ସମ୍ପର୍କରେ ନିଷ୍କର୍ଷ ବାହାର କରିଥିଲେ।ବୈଠକରେ ନିଷ୍କର୍ଷର କାର୍ଯ୍ୟକାରିତା ପାଇଁ ନୂତନ କାର୍ଯ୍ୟକର୍ତ୍ତା ଚୟନ କରାଯାଇଥିଲା। ସର୍ବସମ୍ମତି କ୍ରମେ ସଭାପତି ଭାବରେ ଯୁଧିଷ୍ଠିର ପତି, ଉପସଭାପତି ଇଂ ଦିନଦୟାଲ ଶର୍ମା ଏବଂ ସୁରେଶ ଚନ୍ଦ୍ର ପଣ୍ଡା, ସଂପାଦକ ସୁନିଲ୍ ଆଚାର୍ଯ୍ୟ, ସହ ସଂପାଦକ ଅନୀଲ ଦେବତା ଓ ସତ୍ୟବ୍ରତ ନାୟକ, ସାଙ୍ଗଠନିକ ସଂପାଦକ ଆଇନଜିବୀ ଆଶୁତୋଷ ବିଶି, ଜୟନ୍ତ ସାହୁ ଏବଂ ନିରଞ୍ଜନ ମହାପାତ୍ର, କୋଷାଧ୍ୟକ୍ଷ ହରିଶଙ୍କର ପଣ୍ଡା, ଲୋକସମ୍ପର୍କ ଅଧିକାରୀ ଯଦୁନନ୍ଦନ ବଡ଼ପଣ୍ଡା ଏବଂ ମିଡିଆ ପ୍ରହାରୀ ଭାବରେ ସାମ୍ବାଦିକ ପ୍ରଣବାନନ୍ଦ ପଣ୍ଡା ଓ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କୁ ସର୍ବସମ୍ମତି କ୍ରମେ ମନୋନୀତ କରାଯାଇଥିଲା। ଉପଦେଷ୍ଟା ଭାବରେ ଯତୀନ୍ଦ୍ର ମୋହନ ପଣ୍ଡା, ଡ଼ ବ୍ରଜମୋହନ ମିଶ୍ର, ଅଶ୍ୱିନୀ ଆଚାର୍ଯ୍ୟ, ଡ଼ ସଞ୍ଜୟ ମହାପାତ୍ର, ଡ଼ ମୁକେଶ କର, ହୃଷୀକେଶ ପତି, ରବୀନ୍ଦ୍ର ନାୟକ, ଗୋପାଳ ଶତପଥି ଏବଂ ବିଜୟ ଶର୍ମା ପ୍ରମୁଖଙ୍କୁ ଚୟନ କରାଯାଇଥିଲା। ଦେବାଶିଷ ନନ୍ଦ, ପ୍ରଦ୍ୟୁମ୍ନ ମିଶ୍ର, ନୟନ କୁମାର ନାୟକ ଏବଂ ପ୍ରମୋଦ ଦାସ ପ୍ରମୁଖ ସଭା ସଂଯୋଜନା କରିଥିଲେ। ପ୍ରତି ମାସର ଶେଷ ଶନିବାର ସଂଧ୍ୟାରେ ସାମୟୀକ ଭାବରେ ନୃସିଂହ ମନ୍ଦିର ଠାରେ ବ୍ରାହ୍ମଣ ସମାଜର ବୈଠକ ଅନୁଷ୍ଠିତ ହେବାକୁ ସ୍ଥିର କରାଯାଇଥିଲା । କାର୍ତ୍ତିକ ପୂର୍ଣ୍ଣିମା ଉପଲକ୍ଷେ ପଥଚାରୀ ମାନଙ୍କ ପାଇଁ ଅନ୍ନ ଭୋଗ ବ୍ରାହ୍ମଣ ସମାଜ ପକ୍ଷରୁ କରାଯିବା ପାଇଁ ସ୍ଥିରୀକୃତ ହେବା ସହିତ ବିଭିନ୍ନ ଗଠନ ମୂଳକ କାର୍ଯ୍ୟ ଏବଂ ସାମାଜିକ କାର୍ଯ୍ୟ ମାନ କରାଯିବା ପାଇଁ ସ୍ଥିରୀକୃତ ହୋଇଛି। ଏହା ସହିତ ବିଭିନ୍ନ ସମ୍ବେଦନଶୀଳ ପ୍ରସଙ୍ଗ ଉପରେ ଆଲୋଚନା କରାଯିବା ସହିତ ଜିଲ୍ଲା ପ୍ରଶାସନକୁ ଅବଗତ କରାଯିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ