Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ତାଲଶ୍ରୀଗିଡା ଗ୍ରାମରେ ରକ୍ତ ଦାନ ଶିବିର ୫୫ ୟୁନିଟ ରକ୍ତ ସଂଗ୍ରହ

ସମ୍ବଲପୁର:ବରଗଡ଼ ଜିଲ୍ଲା ବରଗଡ ବ୍ଲକ ଅନ୍ତର୍ଗତ ତାଲଶ୍ରୀଗିଡା ଗ୍ରାମ ରେ ଉତ୍କଟ ରକ୍ତ ଅଭାବ କୁ ଦୂର କରିବା ପାଇଁ ଜୀବନ ସଂଯୋଗ ଓ ନିଷ୍ଠା ପରିବାର ର ମିଳିତ ଆନୁକୁଲ୍ୟରେ ଏକ ସ୍ଵେଚ୍ଛାକୃତ ରକ୍ତ ଦାନ ଶିବିର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଥିଲା। ୧୯୮୨ମସିହା ରୁ ପ୍ରଥମ ଥର ରକ୍ତ ଦାନ କରିଥିବା ଜଣେ ନିୟମିତ ରକ୍ତ ଦାତା ପଣ୍ଡିତ ଦାଧିବାବନ୍ ମିଶ୍ର ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଥିଲେ,ସମ୍ବାନିତ ଅତିଥି ଭାବରେ ସରପଞ୍ଚ ରିକନ ସାହୁ ଓ ସମିତିସଭ୍ୟ ରାଧେଶ୍ୟାମ ମହାପାତ୍ର ଫିତା କାଟି ଶିବିର ର ଶୁଭାରମ୍ଭ କରିଥିଲେ। ବୁର୍ଲା ରକ୍ତ ଭଣ୍ଡାର ର ଉତ୍କଟ ରକ୍ତ ଅଭାବ କୁ କିଛି କାଂଶ ରେ ଦୂର କରିବା ପାଇଁ ନିଷ୍ଠା ପରିବାର ର ଅନୁରୋଧ କୁ ରକ୍ଷା କରି ହଠାତ୍ ରକ୍ତ ଦାନ ଶିବିର ଆୟୋଜନ କରିଥିଲେ ଜୀବନ ସଂଯୋଗ ଓ ତାଲଶ୍ରୀଗିଡା ଗ୍ରାମବାସୀ। ଏହି ଶିବିର ରେ ୮ ଯୋଡା ଦମ୍ପତ୍ତି ଙ୍କ ସମେତ ୭ଜଣ ମହିଳା ଓ ୩୨ଜଣ ପୁରୁଷ ସର୍ବମୋଟ ୫୫ୟୁନିଟ ରକ୍ତ ବୁର୍ଲା ରକ୍ତ ଭଣ୍ଡାର ଦ୍ଵାରା ସଂଗୃହୀତ ହୋଇଥିଲା। ପାରିସେଶ ରେ ରକ୍ତ ଦାନ ଶିବିର ଆୟୋଜନ ପାଇଁ ଜୀବନ ସଂଯୋଗ ଅନୁଷ୍ଠାନ କୁ ନିଷ୍ଠା ପରିବାର ତରଫ ରୁ ଏକ ଉପଢୌକନ ଓ ଏକ ସ୍ମୃତି ଫଳକ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।ନିୟମିତ ରକ୍ତ ଦାତା ପଣ୍ଡିତ ଦାଧିବାବନ ମିଶ୍ର ଙ୍କୁ ଉପଢୌକନ ଦେଇ ଅତିଥି ମାନଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା।ଏହି ଶିବିର କୁ ରାଜକିଶୋର ମଲ୍ଲିକ,ସୁଦାମ ମିଶ୍ର,ଜୟନ୍ତ ବେହେରା,ଶେଷ ସାହୁ,ପ୍ରଫୁଲ୍ଲ ସାହୁ,ଶ୍ରୀପତି ସାହୁ,ଈଶ୍ୱର ସାହୁ,ଉପେନ୍ଦ୍ର ବେହେରା ଏବଂ ଜୀବନ ସଂଯୋଗ ର ଅନ୍ୟ ସଦସ୍ୟ,ନିଷ୍ଠା ପରିବାର ର ସଦସ୍ୟ ସଦସ୍ୟା ଓ ଗ୍ରାମବାସୀ ମାନେ ପରିଚାଳନା କରିଥିଲେ।