Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ଗୋଷ୍ଠୀ କନ୍ଦଳରେ ଭୀମସାର: ଶିକ୍ଷା, ଚିକିତ୍ସା ପ୍ରଭାବିତ

ସମ୍ବଲପୁର:କିଛି ଦିନ ପୁର୍ବରୁ ସରକାରଂକ ନିର୍ଦ୍ଦେଶ ଓ ନିୟମମୁତାବକ ବହୁ ଅପେକ୍ଷିତ ବୁର୍ଲା ବଡ ଡାକ୍ତରଖାନାର ଅଧ୍ଯାପକମାନଙ୍କୁ ଶାନ୍ତ୍ବନାମୂଳକ ସମୟ ଅନୁବନ୍ଧିତ ପଦୋନ୍ନତିଦିଆଯାଇଥିଲା. ଯାହା କି ବିନା ବିତ୍ତିୟ ଲାଭଯୁକ୍ତ। ପୂର୍ବତନ ଭାରପ୍ରାପ୍ତ ନିର୍ଦେଶକ ପ୍ରଫେସର୍ ବର୍ଷା ଟୁଡୁ ଓ ପୂର୍ବତନ ରେଜିଷ୍ଟ୍ରାର ପ୍ରଫେସର ଭାବଗ୍ରାହୀ ରଥ ( ବର୍ତ୍ତମାନର ଭାରପ୍ରାପ୍ତ ନିର୍ଦ୍ଦେଶକ) ପ୍ରଭୁତିଙ୍କ ସମୟରେ ଭୀମସାର କାର୍ଯ୍ୟନି୍ରବାହୀ ପରିଷଦର ଅନୁମୋଦନ କ୍ରମେ ପଦୋନ୍ନତି ଦିଆଯାଇଥିଲା । ଏହି ପଦୋନ୍ନତି ପରେ କିଛି ପ୍ରାଧ୍ଯାପକଗଣ ସରକାରୀ ନିୟମମୁତାବକ ବିଭାଗୀୟ ମୁଖ୍ୟ ପଦବିର ପରିବର୍ତ୍ତନ ( ପ୍ରତି ଦୁଇ ବର୍ଷରେ ପ୍ରାଧ୍ୟାପକ ନତୁବା ସହଯୋଗୀ ପ୍ରଧ୍ୟାପକଙ୍କ ମଧ୍ୟରେ ଏଚଓଡି ଅଦଳବଦଳ ସରକାରି ନିୟମ) ନୀୟମକୁ କାର୍ଯ୍ୟକାରି କରିବା ନେଇ ଦାବି କରିବାରୁ , ନିରଙ୍କୁଶ ଦୀର୍ଘଦିନ ଧରି ଏକ ଚାଟିଆ ମନମୁଖି ଲଗାମ ଚଳାଉ ଥିବା ବିଭାଗୀୟ ମୁଖ୍ୟଙ୍କ ମଧ୍ୟରେ କୋକୁଆ ଭୟ ପରିଲକ୍ଷିତ ହୋଉଛି । ଏ ନେଇ ଏକ ସଦ୍ୟ ଗୋଷ୍ଠୀବିବାଦ ସୃଷ୍ଟି ହୋଇ ଏହା ଉଚ୍ଚ ନ୍ୟାୟାଲୟ ପର୍ଯ୍ୟନ୍ତ ଲମ୍ବିଗଳାଣି । ଏକ ଗୋଷ୍ଠୀ, ବିଭିନ୍ନ ସମୟରେ ପୂର୍ବତନ ରେଜିଷ୍ଟ୍ରାର ଓ ନିର୍ଦ୍ଦେଶକଙ୍କ ସମୟରେ ସମସ୍ତ ସରକାରୀ ନିତି ନୀୟମକୁ ଜଳାଞ୍ଜଳି ଦେଇ ହୋଇଥିବା ବେନିୟମ କାର୍ଯ୍ୟର ପର୍ଦାଫାଶ ପରୀକ୍ଷିତ ହେବାକୁ ବସିଲାଣି। ଯାହାକି ସେମାନଙ୍କ ଗ୍ରୁପ ୱାର୍ଡସଫରେ ପରିଲକ୍ଷିତ ହେଉଥିବା ନଜରକୁ ଆସୁଛି । ଏହି ପରିପ୍ରେକ୍ଷୀରେ ଡାକ୍ତରମାନଙ୍କ ମଧ୍ୟରେ ସମନ୍ବୟ ଓ ସୌହାର୍ଦ୍ଦ ରହୁ ନ ଥିବାରୁ ଅନେକ ସମୟରେ ରୋଗିସେବା ପ୍ରଭାବିତ ହେବା ସହିତ ଡାକ୍ତରୀ ଶିକ୍ଷା ମଧ୍ୟ ପ୍ରଭାବିତ ହେଉଛି । ତେଣୁ ସଂପୃକ୍ତ ପ୍ରସାଶନିକ ଅଧିକାରି ଓ ସରକାର ଏଦିଗରେ ଯଥାର୍ଥ ସରକାରି ନିର୍ଦ୍ଦେଶମୁତାବକ ଏହି ସମସ୍ୟାକୁ ସମାଧାନ ନକଲେ ନେଡି ଗୁଡ଼ କହୁଣୀକୁ ବହିଯିବାର ସମ୍ଭାବନା ଦେଖା ଦେଲାଣି। ଅଧ୍ୟାପକମାନଙ୍କ ମଧ୍ୟରେ ଥିବା ଅସନ୍ତୋଷ ଦୂର କରି ଏକ ଶାନ୍ତ ସୌହାର୍ଦ୍ଦ ବାତାବରଣ ସୃଷ୍ଟି କରା ଯିବାକୁ ବୁଦ୍ଧିଜୀବୀ ମହଲରେ ଦାବି ଉଠିଲାଣି।