Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆପଦ ମିତ୍ର ସ୍ବେଛାସେବୀ ମାନଙ୍କର ଉତ୍ତରାଞ୍ଚଳ ରାଜସ୍ୱ ଡିଭିଜନ ସ୍ତରୀୟ ପ୍ରାଥମିକ ଚିକିତ୍ସା ଏବଂ ସନ୍ଧାନ ଓ ଉଦ୍ଧାର ପ୍ରତିଯୋଗିତା ଶିବିର

ସମ୍ବଲପୁର:ଆପଦ ମିତ୍ର ସ୍ବେଛାସେବୀ ମାନଙ୍କର ଉତ୍ତରାଞ୍ଚଳ ରାଜସ୍ୱ ଡିଭିଜନ ସ୍ତରୀୟ ପ୍ରାଥମିକ ଚିକିତ୍ସା ଏବଂ ସନ୍ଧାନ ଓ ଉଦ୍ଧାର
ପ୍ରତିଯୋଗିତା ଶିବିର ଶୁକ୍ରବାର ନୀଳଡୁଙ୍ଗାରି ସ୍ଥିତ ଉଦ୍ୟାନ ବିଭାଗ ପ୍ରଶିକ୍ଷଣ ଅନୁଷ୍ଠାନ ଠାରେ ଅନୁଷ୍ଠିତ ହୋଇଯାଇଛି।
ଓଡିଶା ରାଜ୍ୟ ବିପର୍ଯ୍ୟୟ ପରିଚଳନା କର୍ତ୍ତ୍ତୃପକ୍ଷଙ୍କ ସୌଜନ୍ୟରେ ସମ୍ବଲପୁର ଜିଲ୍ଲା ବିପର୍ଯ୍ୟୟ ପରିଚଳନା କର୍ତ୍ତ୍ତୃପକ୍ଷ ଏହାକୁ ଆୟୋଜନ କରିଥିଲେ।ଏହି ଶିବିରରେ ବଲାଙ୍ଗୀର, ଝାରସୁଗୁଡା ଓ କଳାହାଣ୍ଡି ଜିଲ୍ଲାର ୩୦ ଜଣ ଆପଦ ମିତ୍ର ସ୍ବେଛାସେବୀ ଯୋଗଦେଇ ଏଥିରେ ଅଂଶ ଗ୍ରହଣ କରିଥିଲେ।
ଆୟୋଜିତ ଶିବିରରେ ସମସ୍ତ ପ୍ରତିଯୋଗୀ ମାନଙ୍କ ମଧ୍ୟରେ ଦଳଗତ ଭାବେ ପ୍ରାଥମିକ ଚିକିତ୍ସା ଓ ଆପଦ କାଳୀନ ସେବା ନେଇ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଜିଲ୍ଲା ଡିଜାଷ୍ଟାର ପ୍ରୋଜେକ୍ଟ ଅଫିସର ଗୀତାଞ୍ଜଳି ସାଙ୍କ ପ୍ରତକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଶିବିରରେ ସମ୍ବଲପୁର ମୁଖ୍ୟ ସିକିତ୍ସାଳୟର ମେଡ଼ିସିନ ମୁଖ୍ୟ ଡା. ଲଳିତ କୁମାର ପ୍ରଧାନ, ବୁର୍ଲା ଭୀମସାର ର ଅସ୍ଥି ଓ ଶୈଳ ବିଶେଷଜ୍ଞ ଡା.ବିକାଶ ଦୁବେ, ଫାଷ୍ଟଏଡ଼ ତାଲିମଦାତା ଡା. ରାଜାରାମ ଷଡ଼ଙ୍ଗୀ, ରେଡ଼କ୍ରସ ସଂଯୋଜିକା ପ୍ରମିଳା ବେହେରା ବିଚାରକ, ସମ୍ବଲପୁର ସହାୟକ ଅଗ୍ନିଶମ ଅଧିକାରୀ ସୁଧାନ ଚରଣ କିସ୍କୋ ଓ ଯୁଯୋମୁରା ଲଷ୍ମୀକାନ୍ତ ଥପା ଭାବେ ଯୋଗଦାନ କରିଥିଲେ।ଏହି ଅବସରରେ ଆୟୋଜିତ ସଭାରେ ଜିଲ୍ଲା ଆପଦ କାଳୀନ ଅଧିକାରୀ ରସ୍ନା କୁମାରୀ ଭୋଇ ମୁଖ୍ୟଅତିଥି ଭାବେ ଯୋଗଦେଇ ପ୍ରାଥମିକ ଚିକିତ୍ସା, ସନ୍ଧାନ ଓ ଉଦ୍ଧାର ଭଳି ଜୀବନ ସୁରକ୍ଷା ଉପରେ ମନ ପ୍ରାଣ ଦେଇ କାର୍ଯ୍ୟ କରିବାକୁ ଶିବିରାର୍ଥୀ ମାନଙ୍କୁ ପରାମର୍ଶ ଦେଇ ସମସ୍ତ ପ୍ରତିଯୋଗୀଙ୍କୁ ପ୍ରମାଣ ପତ୍ର ପ୍ରଦାନ କରିଥିଲେ। ଏଥିରେ ଦଳଗତ ଭାବେ ବଳାଙ୍ଗୀର ଜିଲ୍ଲାକୁ ବିଜେତା ଘୋଷଣା କରାଯାଇଥିଲା। ଆସନ୍ତା ୨୯ ତାରିଖ ଦିନ ଭୁବନେଶ୍ୱର ଠାରେ ଅନୁଷ୍ଠିତ ହେବାକୁ ଥିବା ବିପର୍ଯ୍ୟୟ ପ୍ରସ୍ତୁତି ଓ ବିପର୍ଯ୍ୟୟ ପ୍ରଶମନ ଦିବସ ୨୦୨୪ରେ ଯୋଗ ଦେବାକୁ ସମ୍ବଲପୁର ଜିଲାରୁ ଏକ ୧୨ ଜଣିଆ ଦଳ ଭୁବନେଶ୍ୱର ଯାତ୍ରା କରିଛନ୍ତି। ଆୟୋଜିତ ଉତ୍ସବରେ ଓଡିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜସ୍ବ ଓ ବିପର୍ଯ୍ୟୟ ପ୍ରଶମନ ମନ୍ତୀ ସୁରେଶ ପୁଝାରୀ ପ୍ରମୁଖ ଯୋଗ ଦେବା କାର୍ଯ୍ୟକ୍ରମ ରହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ