Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଜିବି ଆଦିବାସୀ ଦଳିତ ସମାଜ ଉପେକ୍ଷିତ -ଆପ

ସମ୍ବଲପୁର:ରବିବାର ସମ୍ବଲପୁର ଜିଲ୍ଲା ଆପ ସଭାପତି ମଣି ଲୁଗୁନଙ୍କ ଅଧ୍ୟକ୍ଷତାରେ ଆଦିବାସୀ ଓ ଦଳିତ ସମାଜର ଏକ ମହାସଭା ଅନୁଷ୍ଠିତ ହୋଇଥିଲା।ଏଠାରେ ଦେଶ ସ୍ୱାଧୀନହେବାର ୭୮ ବର୍ଷ ପରେ ମଧ୍ୟ ଦଳିତ ଓ ଆଦିବାସୀ ମାନଙ୍କ ଉପରେ ହେଉଥିବା ଅନ୍ୟାୟ ଅତ୍ୟାଚାର ବିଷୟରେ ଆଲୋଚନା ହୋଇଥିଲା।ବୈଠକରେ ଆଜିବି ଦେଶରେ ଦଳିତ ଆଦିବାସି
ମାନଙ୍କୁ ତାଙ୍କର ନ୍ୟାର୍ଯ୍ୟ ଦାବି ସାମାଜିକ ଅଧିକାରରୁ ବଞ୍ଚିତ କରା ଯାଉଥିବା ଅଭିଯୋଗ ହୋଇଥିଲା।ତେଣୁ ମୟୁରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ, ବରଗଡ, ବଲାଙ୍ଗୀର, ଅନଗୁଳ, ସମ୍ବଲପୁର ଇତ୍ୟାଦି ଜିଲାରୁ ନେତୃବୃନ୍ଦ ମାନେ ଆଗାମୀ ଦିନରେ ଓଡିଶା ବିଧାନ ସଭା ଓ ଲୋକସଭା, ରାଜ୍ୟସଭାରେ ଦଳିତ, ଆଦିବାସୀ ମାନଙ୍କର ସମସ୍ୟାକୁ ଉପସ୍ଥାପନା କରିବା ପାଇଁ ନିଜ ନିଜର ମତ ରଖିଥିଲେ ଏବଂ ସଂଗଠନକୁ ତୃଣମୂଳ ପର୍ଯ୍ୟନ୍ତ ସୁଦୃଢ଼ କରିବା ପାଇଁ ଗୁରୁତ୍ୱ ଦିଆଯାଇଥିଲା।
ଉକ୍ତ ସଭାରେ କେନ୍ଦୁଝର ଆମ ଆଦମୀ ପାର୍ଟି ଜିଲ୍ଲା ସଭାପତି ତଥା ଓକିଲ ମେଘନାଥ ମାଝୀ, ମୟୁରଭଞ୍ଜ ଜିଲାରୁ ଇଂ ବ୍ରଜ କିଶୋର ଟୁଡୁ, ସୁନ୍ଦର ଗଡ ରୁ ବରିଷ୍ଠ ଆଦିବାସୀ ନେତା ବାସିଲ ଏକ୍କା, ବରଗଡ ଜିଲ୍ଲାର ଅଦବାସୀ ନାରୀ ନେତ୍ରୀ ମାରିଅମ ବରଲା,ରଂଜଗାଙ୍ଗପୁର ଆଦିବାସୀ ନାରୀନେତ୍ରୀ ବିଭା ଖାଖା, ସମ୍ବଲପୁର ଜିଲ୍ଲା ଆପ ଯୁଗ୍ମ ସଚିବ ଗୋପବନ୍ଧୁ ଜଗଦଳା, କୁଞ୍ଜ ରୋହିଦାସ, ସୀତା କାନ୍ତ ରୋହିଦାସଙ୍କ ସହ ବିଭିନ୍ନ ଜିଲାରୁ ବହୁ ଆପ କର୍ମୀ ଓ ନେତା ଯୋଗ ଦେଇ ଥିଲେ।
ଶେଷରେ ବିପିନ କିଶୋର ତିରକି ଧନ୍ୟବାଦ ଅର୍ପଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ