Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ମସିଣା ପାଲି ରେ କୈବର୍ତ୍ତ ସାମାଜ ର ସମାବେଶ

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ମସିଣାପାଲି ଠାରେ କୈବର୍ତ୍ତ ସମାଜ ର ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ମାଁ ମାଣିକେଶ୍ଵରୀ ଙ୍କ ପୂଜାର୍ଚ୍ଚନା ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା । ଉକ୍ତ ବୈଠକରେ କୈବର୍ତ୍ତ ସମାଜ ସୋନପୁର ର ଉପସଭାପତି ଦୁତିଆ ନାଏକ ସଭାପତିତ୍ଵ କରିଥିଲେ l ସମ୍ପାଦକ ଗିରିଧାରୀ ତରିଆ , ନିଆଳି କୈବର୍ତ୍ତ ସମାଜ ଫୁଲଚରା , ନୁଆଁଗଡ ର ସଭାପତି ବିଶିକେଶନ ସେଠି, ସମ୍ପାଦକ କୃଷ୍ଣ ଚନ୍ଦ୍ର ସେଠୀ ପ୍ରମୁଖ ଅତିଥି ଭାବେ ଯୋଗଦେଇ ନିତି ଚଳନି ଉପରେ ବିଶେଷ ଧ୍ୟାନ ଦେବା ସହ ଏକ ନିଶାମୁକ୍ତ ସମାଜ ଗଠନ ପାଇଁ ଯୁବ ବର୍ଗ ଙ୍କୁ ଆହ୍ବାନ ଦେଇଥିଲେ। ପରେ ନିଆଳି କୈବର୍ତ୍ତ ସମାଜ ମସିଣାପାଲି ନାମକ ଏକ କେନ୍ଦ୍ର ଗଠନ କରାଗଲା I ଉକ୍ତ କେନ୍ଦ୍ରର ସଭାପତି ଭାବରେ କାର୍ତ୍ତିକ ଝାଙ୍କର , ଉପସଭାପତି ଭାବେ ସନ୍ୟାସୀ ବାଘ ଙ୍କୁ ମନୋନୀତ କରାଯାଇଥିଲା I ସେହିପରି ବାବୁଲୁ ବେହେରା ଙ୍କୁ ସମ୍ପାଦକ, ବିଶ୍ଵାମିତ୍ର ସେଠି ସହ ସମ୍ପାଦକ ଓ ପ୍ରହଲ୍ଲାଦ ନାଏକ ଙ୍କୁ କୋଷାଧ୍ୟକ୍ଷ ଭାବରେ ବାଛିବା ସହ ସମସ୍ତ ଗ୍ରାମ ରେ ଗୋଟିଏ ଗୋଟିଏ ହାଣ୍ଡି ବର୍ଗିଆ ରଖିବା ପାଇଁ ପ୍ରସ୍ତାବ ରଖାଯାଇଛି। ଏହି ସଭାରେ ଦୁର୍ଜନତୈଲା ଓ ବହଲପଦର ପଞ୍ଚାୟତ ର କୈବର୍ତ୍ତ ସମାଜ ର ଜାତି ଭାଇ ମାନେ ଉପସ୍ଥିତ ଥିଲେ ।