Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବରଗଡ ମହିଳା ସମିତି ତରଫରୁ ନିଶାମୁକ୍ତ ବରଗଡ଼ ଉପରେ ଏକ ଆଲୋଚନା ଚକ୍ର

ସମ୍ବଲପୁର: ବରଗଡ଼ ମହିଳା ସମିତି ସମ୍ମିଳନୀ କକ୍ଷରେ ନିଶା ମୁକ୍ତ ବରଗଡ଼ ଉପରେ ସଭାନେତ୍ରୀ ଶ୍ରୀମତୀ ହରଜିନ୍ଦର କୈାରଙ୍କ ସଭାପତିତ୍ବରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଅଛି।ମଞ୍ଚାସିନ ଅତିଥିମାନଙ୍କୁ ଡାକ୍ତର କମଳିନୀ ଶତପଥୀ ସୁନିତା କର,ଅଞ୍ଜନା ଦାସ ,ଜୟଗୀତା ପଣ୍ଡା ଓ ଜୟନ୍ତୀ ପ୍ରଧାନ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ।ଆଲୋଚନାରେ ବରଗଡ଼ର ୩୦ ଟି ସମାଜିକ ସେବା ଅନୁଷ୍ଠାନ,ସଂଗଠନ ଯୋଗଦେଇ ବରଗଡକୁ କିପରି ନିଶା ମୁକ୍ତ କରିବା ସେ ନେଇ ଅନେକ ମହତ୍ତ୍ୱପୂର୍ଣ୍ଣ ପ୍ରସ୍ତାବ ଦେଇଥିଲେ। ଏଥିପାଇଁ ସଚେତନତା ଆଣିବା ପାଇଁ ସମସ୍ତେ ମିଳିତ ହୋଇ ଲଢ଼ିବା କୁ ପଡିବ ବୋଲି ସମସ୍ତେ ନିଜ ନିଜ ମତ ଦେଇଥିଲେ। ସମ୍ମାନୀତ ଅତିଥି ବରଗଡ ଥାନାଧିକାରୀ ଶ୍ରୀ ସତ୍ୟଜୀତ ବାବୁ ତାଙ୍କ ବକ୍ତବ୍ୟରେ କହିଲେ ଯେ କୌଣସି ଜାଗା ରେ ନିଶା କାରବାର ଚାଲିଛି ସେ ସମ୍ପର୍କରେ ତଥ୍ୟ ଦେଲେ ପୋଲିସ ତୁରନ୍ତ ଶୀଘ୍ର ପଦକ୍ଷେପ ଗ୍ରହଣ କରିବ। ମୁଖ୍ୟଅତିଥି ବରଗଡ଼ ବିଧାୟକ ଶ୍ରୀ ଅଶ୍ବିନୀ ଷଡ଼ଙ୍ଗୀ ମଧ୍ୟ ମହିଳା ସମିତିକୁ ସମ୍ପୂର୍ଣ୍ଣ ସହଯୋଗର ପ୍ରତିଶ୍ରୁତି ଦେଇଥିଲେ। ମଞ୍ଚାସୀନ ସମ୍ମାନିତ ଅତିଥି ଅମରେନ୍ଦ୍ର ନାରାୟଣ ଯାଦବ,ସମିତିର ଉପଦେଷ୍ଟା ସର୍ଦାର ପ୍ରୀତମ ସିଂ ମଧ୍ୟ ବରଗଡ଼କୁ କିପରି ନିଶାମୁକ୍ତ କରାଯିବ ସେ ସମ୍ପର୍କରେ ବିଶଦ ଭାବେ ଆଲୋଚନା କରିଥିଲେ ।ଏହା ପୂର୍ବରୁ ମାଁ ସମଲେଶ୍ଵରୀ ଦେବୀଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ ଓ ପ୍ରଦୀପ ପ୍ରଜ୍ବଳନ କରାଯାଇ ଶ୍ରୀମତୀ ସୁନିତା କର,ମଞ୍ଜୁଲତା ସାହୁ, ପଦ୍ମିନୀ ସାହୁ ଓ ସୁଷମା ପଣ୍ଡା ସ୍ବାଗତ ସଂଗୀତ ଗାନ କରିଥିଲେ। ଶ୍ରୀମତୀ
ରାଧାରାଣୀ ମିଶ୍ର ,ଶ୍ରୀମତୀ ପଦ୍ମିନୀ ସାହୁ ଓ ମଞ୍ଜୁ ସାହୁ ମଞ୍ଚ ପରିଚାଳନା କରିଥିଲେ। ସମ୍ପାଦିକା ଶ୍ରୀମତୀ ଇନ୍ଦ୍ରାଣୀ ଶତପଥୀ ଧନ୍ୟବାଦ ଦେଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ