ଗାଁରେ ବୁଲୁଛି ବାଘ, ଲୋକଙ୍କ ମଧ୍ୟରେ କୋକୁଆଭୟ


ସାନଖେମୁଣ୍ଡି: ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ଅଞ୍ଚଳରେ ବାଘ ଆତଙ୍କ । ସଞ୍ଜ ନହେଉଣୁ ପଡ଼ିଯାଉଛି ଲୋକଙ୍କ ଘରେ ତାଟି କବାଟ । ସାରା ରାତି ଟାୟାର ଜାଳି, ଠେଙ୍ଗା ଧରି ବାଘକୁ ଜଗୁଛନ୍ତି ଲୋକେ । ଗଙ୍ଗାପୁର ପଞ୍ଚାୟତର ନରସିଂହଗଡ଼ ଗାଁରେ ବାଘ ବୁଲୁଥିବା ନେଇ କିଛି ଲୋକ ଦେଖିବା ପରେ ଆତଙ୍କ ଖେଳିଯାଇଛି ।

ପାଦଚିହ୍ନ ଏକ ମହାବଳର ହୋଇଥିବା ନେଇ ବନ ବିଭାଗ ସୂଚନା ଦେବା ପରେ କୋକୁଆ ଭୟ ଖେଳିଯାଇଛି । ବାଘର ଗତିବିଧି ପରିଖିବା ପାଇଁ ବନ ବିଭାଗ ଟ୍ରାପ୍ କ୍ୟାମେରା ଲଗାଇଛି । ତେବେ ଲୋକମାନେ ସନ୍ଧ୍ୟାରୁ ତାଟି କବାଟ ଦେଇ ଘରେ ରହୁଥିବାବେଳେ ଗାଁ ମୁଣ୍ଡରେ ଟାୟାର ଜାଳି ବାଘକୁ ଜଗି ରହିଛନ୍ତି । ତେବେ ବାଘଟି କେଉଁଠୁ ଆସିଛି ଓ ଗତିବିଧି କ’ଣ ରହୁଛି ତାହା ଉପରେ ବନ ବିଭାଗ ନଜର ରଖିଛି ।