Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ବ୍ରଜ ଗୋପିକା ଧାମ ରେ ଦୀପୋତ୍ସବ

ସମ୍ବଲପୁର: ରବିବାର ଦିନ ସ୍ଥାନୀୟ ରାଧାରାଣୀ ବିହାର ସ୍ଥିତ ବ୍ରଜଗୋପିକା ଧାମ ଠାରେ ମାସୋତ୍ତମ ପବିତ୍ର କାର୍ତ୍ତିକ ମାସ ଉପଲକ୍ଷେ ଦୀପୋତ୍ସବ ଅନୁଷ୍ଠିତ ହୋଇଯାଇଅଛି । ଏହି କାର୍ଯ୍ୟକ୍ରମରେ ସଂଧ୍ୟା ଆରତୀ କରାଯାଇ ସତସଙ୍ଗୀ ମାନଙ୍କ ଦ୍ଵାରା ସ୍ବତନ୍ତ୍ର ଭଜନ କୀର୍ତ୍ତନ କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ବରଗଡ଼ ବିଧାୟକ ଶ୍ରୀ ଅଶ୍ବିନୀ ଷଡ଼ଙ୍ଗୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅନୁଷ୍ଠାନର ଉତ୍ତରୋତ୍ତର ଉନ୍ନତି କାମନା କରିବା ସହିତ ଜଗତର କଲ୍ୟାଣ ପାଇଁ ଶ୍ରୀ ମହାରାଜ ଙ୍କ ଠାରେ ପ୍ରାର୍ଥନା କରିଥିଲେ ।
ଏହା ସହିତ ବିକାଶ ଗୃପର ମୁଖ୍ୟ ବିଶିଷ୍ଟ ସମାଜସେବୀ ଡିଭିଭି ସତ୍ୟ ନାରାୟଣ ବାବୁ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଅନୁଷ୍ଠାନର ଉତ୍ତରୋତ୍ତର ଉନ୍ନତି କାମନା କରିବା ସହିତ ବିଶ୍ବ ର କଲ୍ୟାଣ ପାଇଁ ମହାପ୍ରଭୁଙ୍କ ଚରଣାରବିନ୍ଦ ରେ ପ୍ରାର୍ଥନା କରିଥିଲେ।
ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନ ର ବରିଷ୍ଠ ସଦସ୍ୟ ପଞ୍ଚାନନ ମିଶ୍ର ସ୍ବାଗତ ଭାଷଣ ସହିତ ପରିଚୟ ପ୍ରଦାନ କରିଥିଲେ। ସର୍ବଶ୍ରୀ ବିରଞ୍ଚି ନାରାୟଣ ସାହା, ସୌକିଲାଲ ତ୍ରିପାଠୀ,ନରସିଂହ ପାଣିଗ୍ରାହୀ, ଗତିକୃଷ୍ଣ ଦାଶ, ପ୍ରଦୀପ ଶତପଥି, ଜ୍ଞାନ ରଞ୍ଜନ ପଟ୍ଟନାୟକ, ରବିନାରାୟଣ ସାହୁ, ମହାଦେବ ମେହେର, କୃପାସିନ୍ଧୁ ଗୁରୁ, ଦାମୋଦର ମିଶ୍ର,ଶ୍ରୀକାନ୍ତ କର, ମନୋରଞ୍ଜନ ବଡ଼ପଣ୍ଡା,ବିନୋଦ ମହାରଣା,କୂଳମଣୀ ଭୋସାଗର, ରେଖା ମେହେର, କ୍ଷିରାବ୍ଧୀ ଶତପଥୀ, ବିଣାପାଣି ପଟ୍ଟନାୟକ,ସୁଷମା ଦାଶ,ଝୁନୁ ସାହୁ,ପିଙ୍କୀ ମିଶ୍ର ,ଆରତୀ ମହା ମଲ୍ଲିକ,କୀରନ ଝା,କୁମୋଦିନୀ ବେହେରା, ମେଦିନୀ ଦାଶ ପ୍ରମୁଖ ଅନେକ ବ୍ରଜ ପରିବାରର ଭାଇ ଭଉଣୀ ମାନେ ଏଥିରେ ଯୋଗଦେଇଥିଲେ ।