Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପାରିଶ୍ରମିକ ଓ ଥଇଥାନ ନେଇ ମୁଖ୍ୟମନ୍ତ୍ରୀ ଙ୍କୁ ଅଭିଯୋଗ ଜଣାଇଲେ କଳାହାଣ୍ଡି ସ୍ୱଚ୍ଛାଗ୍ରାହୀ ସଙ୍ଘ।

କଳାହାଣ୍ଡି:୨୮/୧୦
କଳାହାଣ୍ଡି ଜିଲ୍ଲା ସ୍ୱଚ୍ଛାଗ୍ରାହୀ ସଙ୍ଘ ପକ୍ଷରୁ ଭୁବନେଶ୍ୱର ଠାରେ ମୁଖ୍ୟମନ୍ତ୍ରୀ ଙ୍କ ଅଭିଯୋଗ ଶୁଣାଣି ଶିବିର ରେ ପହଞ୍ଚି କାର୍ଯ୍ୟରତ ସ୍ୱଚ୍ଛାଗ୍ରାହୀ ପାରିଶ୍ରମିକ ବୃଦ୍ଧି ଓ ଥଇଥାନ ନେଇ ଜିଲ୍ଲା ସଭାପତି ତେଜରାଜ ଦୁରିଆ ଙ୍କ ନେତୃତ୍ୱରେ ମୁଖ୍ୟମନ୍ତ୍ରୀ ଙ୍କୁ ଲିଖିତ ଭାବେ ଅଭିଯୋଗ କରିଛନ୍ତି। ସୂଚନା ମତେ ଓଡିଶା ପଞ୍ଚାୟତିରାଜ ଓ ଜଳ ପରିମଳ ବିଭାଗ ଦ୍ଵାରା ୨୦୧୭ ମସିହା ରୁ ରାଜ୍ୟ ର ପ୍ରତି ପଞ୍ଚାୟତ ରେ ଜଣେ ଲେଖାଏଁ ସ୍ୱଚ୍ଛାଗ୍ରାହୀ ଙ୍କୁ ନିଯୁକ୍ତି ଦିଆଯାଇଛି। ସ୍ୱଚ୍ଛ ଭାରତ ମିଶନ ରେ ଏହି କର୍ମଚାରୀ ମାନେ କାର୍ଯ୍ୟ ସମ୍ପାଦନ କରି ଆସୁଛନ୍ତି। ପ୍ରଥମ ପର୍ଯ୍ୟାୟରେ ମୋଟିଭେଟର ଭାବେ ନିୟୋଜିତ କରାଯିବା ସହ ସ୍ୱଚ୍ଛ ଭାରତ ମିଶନ ରେ ପ୍ରତି ପଞ୍ଚାୟତ ରେ ଲୋକଙ୍କୁ ପାଇଖାନା ନିର୍ମାଣ ପାଇଁ ସଚେତନ କରିବା ସହ ଗାଁ ରେ ପରିମଳ ବ୍ୟବସ୍ଥା ଉପରେ ସଚେତନ କରି ଗ୍ରାମ କୁ ବାହ୍ୟ ମଳମୁକ୍ତ କରିବାରେ ପ୍ରମୁଖ ଭୂମିକା ରହିଥିଲା, ଦ୍ଵିତୀୟ ପର୍ଯ୍ୟାୟରେ ସ୍ୱଚ୍ଛାଗ୍ରାହୀ ଭାବେ ନିୟୋଜିତ କରି ପ୍ରତି ପଞ୍ଚାୟତ ର ସ୍ୱଚ୍ଛ ଭାରତ ସମ୍ବନ୍ଧୀୟ କାଗଜପତ୍ର ସଂଗ୍ରହ କରି ବ୍ଲକ କୁ ଦେବାସହ ମୋବାଇଲ ଆପ ରେ ଅପଡେଟ କରୁଥିଲୁ। ତେବେ ବର୍ତ୍ତମାନ ସ୍ଥିତି ରେ ସ୍ୱଚ୍ଛାଗ୍ରାହୀ ଙ୍କୁ ଅଣଦେଖା କରି କୌଣସି କାର୍ଯ୍ୟ ରେ ସାମିଲ କରା ଯାଉନାହିଁ କିମ୍ବା ପାରିଶ୍ରମିକ ମଧ୍ୟ ଦିଆ ଯାଉନାହିଁ। ପୂର୍ବରୁ ମଧ୍ୟ ଅଭିଯୋଗ ଶୁଣାଣି ରେ ଆମର ଦାବି ଉପସ୍ଥାପନ କରିବା ସତ୍ତ୍ୱେ ମଧ୍ୟ କୌଣସି ପଦକ୍ଷେପ ନିଆ ଯାଇନାହିଁ,ଫଳରେ ଆମର ପରିବାର ପ୍ରତିପୋଷଣ କଷ୍ଟସାଧ୍ୟ ହେଉଛି। ସ୍ୱଚ୍ଛାଗ୍ରାହୀ ଙ୍କ ଦାବି କୁ ପୁନର୍ବିଚାର କରି ପାରିଶ୍ରମିକ ପ୍ରଦାନ ଓ ଥଇଥାନ ପାଇଁ ଜିଲ୍ଲା ସଭାପତି
ତେଜରାଜ ଦୁରିଆ,ଧର୍ମେନ୍ଦ୍ର କୁମାର ନାଗ, ସୁଶାନ୍ତ ବାଗ, ସୁକାନ୍ତି ନାଏକ,ଉପେନ୍ଦ୍ର ସୁନାନୀ, ଜିତେନ୍ଦ୍ର ପ୍ରଧାନ,ମଳୟ ନିଆଲ , ସୁନୀଲ ନାଏକ, ଗୋପବନ୍ଧୁ ସାହୁ,ଗୌର ଚନ୍ଦ୍ର କର ଭୁବନେଶ୍ୱର ମୁଖ୍ୟମନ୍ତ୍ରୀ ଙ୍କ ଅଭିଯୋଗ ପ୍ରକୋଷ୍ଠରେ ଦାବିପତ୍ର ପ୍ରଦାନ କରିଛନ୍ତି ।