Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପେ ଆଣ୍ଡ ୱ୍ୱିନ୍ – ଖୁଲ ଜା ସିମ୍ ସିମ୍ କାର୍ଯ୍ୟକ୍ରମରେ ୧୭୧ ଜଣ ବିଦ୍ୟୁତ୍ ଉପଭୋକ୍ତା ପୁରସ୍କୃତ

ସମ୍ବଲପୁର: ଚଳିତ ଅକ୍ଟୋବର ମାସରେ ସମ୍ବଲପୁର ବିଦ୍ୟୁତ୍ ମଣ୍ଡଳ ଅଧିନସ୍ଥ ସମ୍ବଲପୁର , ଝାରସୁଗୁଡା ଓ ଦେବଗଡ ଜିଲ୍ଲାର ୪୨ ଜଣ ଉପଭୋକ୍ତାଙ୍କୁ “ପେ ଆଣ୍ଡ ୱ୍ୱିନ୍ – ଖୁଲ ଜା ସିମ୍ ସିମ୍” କାର୍ଯ୍ୟକ୍ରମ ଯୋଜନାରେ ପୁରସ୍କୃତ କରାଯାଇଥିଲା I ଶୂନ୍ୟ ବକେୟା ଥିବା ଉପଭୋକ୍ତା ମାନଙ୍କୁ ଏହି ଲକି ଡ୍ର କାର୍ଯ୍ୟକ୍ରମରେ ସାମିଲ କରାଯାଇ ସମ୍ବଲପୁର ମଣ୍ଡଳ ଅନ୍ତର୍ଗତ ୧୪ ଟି ସବଡ଼ିଭିଜନର ୪୨ ଜଣ ଉପଭୋକ୍ତାଙ୍କୁ ପୁରସ୍କୃତ କରାଯାଇଥିଲା I ପ୍ରତି ସବଡ଼ିଭିଜନ ରୁ ୩ ଜଣ ବିଜେତାଙ୍କୁ ଏକ ସଂଖ୍ୟା ଭିତ୍ତିକ ଲକି ଡ୍ର ମାଧ୍ୟମରେ ଚ଼ୟନ କରାଯାଇଥିଲା I ପ୍ରଥମ ବିଜେତାଙ୍କୁ ସ୍ମାର୍ଟ ଫୋନ୍‌, ଦ୍ଵିତୀୟ ବିଜେତାଙ୍କୁ ମ୍ୟୁଜିକ୍ ପ୍ଲେୟାର ଏବଂ ତୃତୀୟ ବିଜେତାଙ୍କୁ ସୋଲାର୍ ଲ୍ୟାମ୍ପ୍ ପ୍ରଦାନ କରାଯାଇଅଛି I ଏହି ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ବିଦ୍ୟୁତ୍ ଉପଭୋକ୍ତା ମାନଙ୍କ ମଧ୍ୟରେ ବିଦ୍ୟୁତ ଅପଚୟକୁ ରୋକିବା ଏବଂ ଏକ ଦାୟିତ୍ଵ ସମ୍ପର୍ଣ୍ଣ ବ୍ୟକ୍ତି ଭାବରେ ନିୟମିତ ବିଦ୍ୟୁତ୍ ବିଲ ପୈଠ କରିବା ସହିତ ନିଜ ରାଜ୍ୟ ତଥା ଦେଶର ପ୍ରଗତିରେ ସହଯୋଗ କରିବା Iସେହିପରି ଏହି ଅକ୍ଟୋବର ମାସର “ପେ ଆଣ୍ଡ ୱ୍ୱିନ୍ – ଖୁଲ ଜା ସିମ୍ ସିମ୍” କାର୍ଯ୍ୟକ୍ରମ ମାଧ୍ୟମରେ ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାର ମୋଟ ୧୭୧ ଜଣ ବିଦ୍ୟୁତ୍ ଉପଭୋକ୍ତା ମାନଙ୍କୁ ଟିପିଡ଼ବ୍ଲ୍ୟୁଓଡିଏଲ ତରଫରୁ ପୁରସ୍କୃତ କରାଯାଇଛି ଏବଂ ଏହା ଆଗାମୀ ଦିନରେ ପ୍ରତିମାସ ନିୟମିତ ଶୂନ୍ୟ ବକେୟା ଥିବା ଲକି ଭାଗ୍ୟଶାଳୀ ଉପଭୋକ୍ତାମାନଙ୍କୁ ପୁରସ୍କୃତ କରାଯିବ ବୋଲି ଟିପିଡ଼ବ୍ଲ୍ୟୁଓଡିଏଲ୍ ର ମୁଖ୍ୟ କର୍ପୋରେଟ୍ କାର୍ଯ୍ୟାଳୟ, ଯୋଗାଯୋଗ ଏବଂ ସରକାରୀ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।