Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆୟୁଷ୍ମାନ ଭାରତ ଶୁଭାରମ୍ଭରେ ଶାସ୍ତ୍ରୀ ନଗର ୟୁପିଏଚସି ର ଯୋଗଦାନ

ବଲାଙ୍ଗୀର :- ଭାରତ ଇତିହାସରେ ଗତକାଲି ଏକ ଐତିହାସିକ ଦିନ। ଦେଶରେ ପ୍ରଧାନମନ୍ତ୍ରୀ ସ୍ୱାସ୍ଥ୍ୟ କ୍ଷେତ୍ରରେ ଅନେକ ନୂଆ ଯୋଜନା ମାନ ଘୋଷଣା କରିଛନ୍ତି। ଏହା ମଧ୍ୟରେ ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ କାର୍ଡର ପ୍ରାରମ୍ଭ ଅନ୍ୟତମ ହୋଇଥିବା ବେଳେ ୭୦ ବର୍ଷରୁ ଉର୍ଦ୍ଧ୍ଵ ବୟୋଜ୍ୟେଷ୍ଠଙ୍କ ପାଇଁ ମାଗଣାରେ ପାଞ୍ଚଲକ୍ଷ ପର୍ଯ୍ୟନ୍ତ ଚିକିତ୍ସା ସୁବିଧା ବୃଦ୍ଧା ମାନଙ୍କୁ ବରଦାନ ସଦୃଶ। ସେହିପରି ଓଡିଶାର ଖୋର୍ଦ୍ଧା ଜିଲ୍ଲା ରେ ପ୍ରାକୃତିକ ଚିକିତ୍ସା ପାଇଁ ୪୦ ଏକର ଜମିରେ ନେଚୋରପାଥି ଚିକିତ୍ସାଳୟର ଶୁଭାରମ୍ଭ, ସର୍ବୋପରି ଏଲୋପାଥି, ଆୟୁର୍ବେଦିକ ଓ ୟୁନାନୀ ଚିକିତ୍ସା ର ମିଳିତ ସଂଯୋଗୀକରଣ ପ୍ରଣାଳୀ କୁ ସ୍ୱୀକୃତି ଓ ଚିକିତ୍ସା ଉପଲବ୍ଧ, ଟୀକାକରଣ ମଧ୍ୟରେ ନୂଆ ଡିଜିଟାଲ ସୁବିଧା ଉପଲବ୍ଧ ଇତ୍ୟାଦିକୁ ଶୁଭାରମ୍ଭ କରାଯାଇଛି। ଏହି ପରିପେକ୍ଷୀ ରେ ଆଜି ଆୟୁଷ୍ମାନ ଆରୋଗ୍ୟ ମନ୍ଦିର (UPHC) ଶାସ୍ତ୍ରୀ ନଗର ଠାରେ ପ୍ରଧାନମନ୍ତ୍ରୀ ଙ୍କ ବିଭିନ୍ନ ସ୍ୱାସ୍ଥ୍ୟ ଯୋଜନା ର ଶୁଭାରମ୍ଭ ପାଇଁ ଏକ ସ୍ୱତନ୍ତ୍ର ଭିଡ଼ିଓ କନଫରେନ୍ସି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ଏବଂ ଏହାକୁ ସରକାରଙ୍କ ସ୍ୱାସ୍ଥ୍ୟ ପୋର୍ଟାଲରେ ଗ୍ରହଣ କରାଯାଇଥିବା ଜଣାପଡିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ