Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ହତ୍ୟା ନା ଆତ୍ମ ହତ୍ୟା ! ଦମ୍ପତିଙ୍କ ମୃତ ଦେହ ଉଦ୍ଧାର

ସମ୍ବଲପୁର:ବରଗଡ ଜିଲ୍ଲା ଭଟଲି ଥାନା ଅନ୍ତର୍ଗତ କୁଶନପୁରୀ ବିଜୟ ଛକ ନିକଟରେ ଥିବା ଏକ ଭଡା ଘରୁ ସ୍ୱାମୀ ସ୍ତ୍ରୀ ଙ୍କ ମୃତ ଦେହ ପୋଲିସ ଉଦ୍ଧାର କରିଛି। ସ୍ତ୍ରୀ କୁ ହତ୍ୟା କରି ସ୍ୱାମୀ ଆତ୍ମ ହତ୍ୟା କରିଥିବା ଆଲୋଚନା ହେଉଥିଲେବି ଶବ ୨ଟିର ପରପାର୍ଶ୍ଵିକ ଅବସ୍ଥାରୁ ମୃତ୍ୟୁର କାରଣ ଭିନ୍ନ ହୋଇପାରେ ବୋଲି ଚର୍ଚ୍ଚା ଚାଲିଛି।
ପୋଲିସ ଶବ ୨କୁ ଜବତ କରି ବ୍ୟବଛେଦ ପାଇଁ ପଠାଇଛି।ମୃତ ୨ ଜଣ ହେଲେ କିଶୋର ଭୁଏ (୩୮) ଓ ତାଙ୍କ ସ୍ତ୍ରୀ ସୁନିତା ଭୁଏ ଭୁଏ( ୩୨)। ପୁଲିସ ସୁତ୍ର ରୁ ଜଣାପଡିଛି ଯେ ଅମ୍ବାଭୋନା ଥାନା ଅନ୍ତର୍ଗତ ଦ୍ବାରୀ ଗ୍ରାମପଞ୍ଚାୟତ କାଶିପାଲି ଗ୍ରାମ ମୂଳ ନିବାସୀ କିଶୋର ଓ ସୁନୀତା ୧୪ ବର୍ଷ ତଳେ ପ୍ରେମ ବିବାହ କରିଥିଲେ। ଉଭୟ ଅନ୍ଯ ଜାତି ର ଅଟନ୍ତି – ସ୍ବାମୀ ସହଁରା ଓ ସ୍ତ୍ରୀ ଗୌଡ ଅଟନ୍ତି।
ତାଙ୍କର ୨ ପୁଅ ଟିକେଶ୍ବର (୭) ଓ ଡିଲେଶ୍ବର( ୮) ଅଛନ୍ତି।ବାପା ମାଙ୍କ ମୃତ୍ୟୁ ପରେ ୨ ଭାଇ ଅନାଥ ହୋଇଯାଇଛନ୍ତି।
ପ୍ରାୟ ୪ବର୍ଷ ହେଲା ଏହି ଦମ୍ପତ୍ତି ଭଟଲି କୁଶନପୁରୀ ରେ ଭଡା ଘରେ ରହି କିଶୋର ଦିନ ମଜୁରିଆ କାମ କରୁଥିବା ବେଳେ ସୁନୀତା ବିଭିନ୍ନ ଘରେ କାମ କରୁଥିଲେ। ଦମ୍ପତ୍ତି କଠିନ ପରିଶ୍ରମ କରି ପରିବାର ଚଳାଉଥିଲେ। ଘର ମାଲିକ ଙ୍କ ଠାରୁ ସୂଚନା ପାଇ ଭଟଲି ଥାନା ଅଧିକାରୀ ବିଭୁତିଭୁଷଣ ଦଲେଇ ସଦଳବଳେ ଘଟଣାସ୍ଥଳ କୁ ପହଞ୍ଚି ସାଇଣ୍ଟିଫିକ ସହାୟତା ରେ ତଦନ୍ତ କରିଥିଲେ। ବରଗଡରୁ ଉଚ୍ଚ ସ୍ତରୀୟ ପୋଲିସ ଟିମ ମଧ୍ୟ୍ୟ ପହଞ୍ଚି ଘଟଣା ର ତଦନ୍ତ କରୁଛନ୍ତି।ପ୍ରାଥମିକ ତଦନ୍ତ ରୁ ମହିଲା ଙ୍କ ପେଟ ର ନାଭି ରୁ ଛୁରି ଭୁସା ଯାଇଥିବା ସ୍ବଷ୍ଟ ହୋଇଛି ଓ କିଶୋର ଓଢଣି ରେ ଝୁଲୁଥିଲା। ତେବେ କିଶୋର ଙ୍କ ମୃତ ଶରୀର ଆଣ୍ଠୁ ରୁ ଚଟାଣ ଲାଗୁଥିଲା। ତେଣୁ ଏହି ଘଟଣା ଟି ସଂପୂର୍ଣ୍ଣ ସନ୍ଦେହ ଘେରରେ ରହିଛି। ଏହା ହତ୍ଯାକାଣ୍ଡ ନା ଆତ୍ମହତ୍ୟା ତଦନ୍ତ ସାପେକ୍ଷ ଅଟେ। ଅନ୍ଯପଟେ ସାଉନ୍ତାମାଲ ଗ୍ରାମର ସୁନୀତାର ମାଁ ଫୁଳତୁଳି ଭଏସା ସୂଚାନା ପାଇ କୁସନପୁରୀରେ ପହଞ୍ଚି ଝିଅକୁ ହତ୍ୟା କରାଯାଇଥିବା ଅଭିଯୋଗ ନେଇ ଭଟଲି ଥାନା ରେ ଲିଖିତ ଅଭିଯୋଗ କରିଛନ୍ତି। ମୃତ ଦମ୍ପତ୍ତି ଙ୍କ ୨ପୁଅ ଘଟଣା ବିଷୟ କିଛି କହିପାରୁନାହାନ୍ତି। ହେଲେ ଏହା ପଛର କାରଣ ପରକୀୟା ପ୍ରୀତି ବା ଆଉ କିଛି ହୋଇପାରେ ବୋଲି ଚର୍ଚ୍ଚା ହେଉଛି। ଘଟଣା ରହସ୍ଯବୃତ ହୋଇଥିବା ବେଳେ ସତ୍ୟର ଉନ୍ମୋଚନ କରିବା ପାଇଁ ପୁଲିସ ପ୍ରତି ଚ୍ଯାଲେଞ୍ଜ ହୋଇଛି।

More Stories