Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭାରସାମ୍ୟ ହରାଇ ଗଛରେ ପିଟି ହେଲା କାର୍, ୪ ସାଙ୍ଗ ଗୁରୁତର

ବୌଦ୍ଧ: ବୌଦ୍ଧ ଜିଲ୍ଲା ଚାରିଛକ ଥାନା ଅନ୍ତର୍ଗତ ଗେଟାମୁଣ୍ଡା ବ୍ରିଜ୍ ନିକଟରେ ଦୁର୍ଘଟଣା । ଭାରସାମ୍ୟ ହରାଇ ଗଛରେ ପିଟି ହେଲା କାର୍ । ଦୁର୍ଘଟଣାରେ ୪ ଜଣ ସାଙ୍ଗ ଆହତ ହୋଇଛନ୍ତି । ଆହତମାନଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି । ଆହତମାନେ ହେଲେ ଶ୍ରୀରାମ ଅଗ୍ରୱାଲ, କ୍ରିସ୍ ଅଗ୍ରୱାଲ, ଧ୍ରୁବ ସାହୁ ଏବଂ ରୋହିତ ସାହୁ ।

ଗତକାଲି ରାତିରେ ୪ ଜଣ ସାଙ୍ଗ କାର୍‌ ଯୋଗେ ବୌଦ୍ଧରୁ ଫୁଲବାଣୀ ଅଭିମୁଖେ ଯାଉଥିଲେ । କନ୍ଧମାଳ ସୀମାନ୍ତ ଘୋଡାଡିଆଁ ନିକଟରେ କାରଟି ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ଗଛକୁ ଧକ୍କା ଦେଇଥିଲା ।

ଦୁର୍ଘଟଣାରେ ୪ ଜଣ ସାଙ୍ଗ ଆହତ ହୋଇଛନ୍ତି । ଆହତ ଯୁବକଙ୍କୁ ପ୍ରଥମେ ପୁରୁଣାକଟକ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ପରେ ସେମାନଙ୍କ ଅବସ୍ଥା ଗୁରୁତର ହେବାରୁ ବୁର୍ଲା ସ୍ଥାନାନ୍ତର କରାଯାଇଛି । ପୁରୁଣାକଟକ ପୋଲିସ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ କରୁଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ