Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅଭିଯୋଗର ୬ ମାସ ପରେ ଜିଲ୍ଲା ପ୍ରଶାସନର ନିଦ ଭାଙ୍ଗିଲା, ଚାରଭାଟି ଅଂଚଳର ଲୋକଙ୍କ ମନରେ ଆଶ୍ବସ୍ତି

ସମ୍ବଲପୁର:ସମ୍ବଲପୁର ସହରକୁ କଟକ ସହ ସଂଯୋଗ କରୁଥିବା ରାସ୍ତା ରେ, ଜେଲ ଛକ ରୁ ଧନୁପାଲି ଛକ ଯାଏ ରାସ୍ତା ଚାରିଥାକିଆ ରାସ୍ତା ନିର୍ମାଣ ହେବାର ବର୍ଷାଧିକ ସମୟ ଅତିକ୍ରାନ୍ତ ହୋଇସାରିଲାଣି, ହେଲେ ଏହି ବହୁ ପ୍ରତିକ୍ଷୀତ ରାସ୍ତା କାମ ଆଜିଯେ ସରିପାରିନାହିଁ, ଯେଉଁଥି ପାଇଁ ରାସ୍ତା ରେ ଯାତାୟାତ କରୁଥିବା ଲୋକେ ନହିନଥିବା ସମସ୍ୟା ର ସମ୍ବୁଖିନ ହେଉଛନ୍ତି l ଚାରଭାଟି ଛକ ରୁ ଗୋବିନ୍ଦତୋଳା ବ୍ରିଜ ମଧ୍ୟରେ ରାସ୍ତା ର ଗୋଟିଏ ପାର୍ଶ୍ଵ ରୁ ଅନ୍ୟ ପାର୍ଶ୍ଵ କୁ ପାଣି ନିଷ୍କାସନ ପାଇଁ ଗୋଟିଏ ନାଲା ଥିଲା ଯାହାକି ରାସ୍ତା ର ନିର୍ମାଣ ସମୟରେ ପୂର୍ତ୍ତ ବିଭାଗ ଦ୍ୱାରା ବନ୍ଦ କରଯାଇଥିଲା, ଯଦ୍ୱାରା ନାଳ ନର୍ଦମା ପାଣି ନିଷ୍କାସନ ହୋଇପାରୁଥିବା ଯୋଗୁଁ ଏକ ବିରାଟ କୁତ୍ରିମ ହ୍ରଦ ସୃଷ୍ଟି ହୋଇଗଲା ଚାରଭାଟି ଅଂଚଳରେ l
ପାଣି ବଢିବା ଯୋଗୁଁ ଘର ମାନଙ୍କରେ ନର୍ଦମା ପାଣି ଘର କୁ ପଶିବା ଆରମ୍ଭ ହେବା ଯୋଗୁଁ କିଛି ପରିବାର ଘର ଛାଡିବାକୁ ବି ବାଧ୍ୟ ହେଲେ l ଏହି ସମସ୍ୟା କୁ ନେଇ ଏନେକ ଥର ମହାନଗର ନିଗମ ର କମିଶନର, ଜିଲ୍ଲାପାଳ ଙ୍କୁ ଅଭିଯୋଗ ଜଣାଇଲା ପରେ ମଧ୍ୟ ସମାଧାନ ପାଇଁ କୌଣସି ପଦକ୍ଷେପ ନିଆଯାଇନଥିଲା l ଦୀର୍ଘ ଛଅ ମାସ ପରେ ଜିଲ୍ଲା ପ୍ରଶାସନ ତଥା ପୂର୍ତ୍ତ ବିଭଗ ପକ୍ଷରୁ ଚାରଭାଟି ଛକ ପାର୍ଶ୍ଵ ଡ୍ରେନ ସହ ସଂଯୋଗ କରି ପାଣି ନିଷ୍କାସନ ପାଇଁ ହୋମ ପାଇପ ବିଛା କାମ ଆରମ୍ଭ ହୋଇଛି l ଯାହାକି ଅଂଚଳବାସୀ ଙ୍କର ମନରେ ଏକ ଆଶ୍ବସ୍ତି ର ଭାବ ସୃଷ୍ଟି ହୋଇଛି l ବିଳମ୍ବ ରେ ହେଉ ପଛେ ଜିଲ୍ଲା ପ୍ରଶାସନ ସମସ୍ୟା ର ସମାଧାନ ପାଇଁ ପଦେକ୍ଷପ ନେବା ଏକ ଖୁସି ର ଖବର, ହେଲେ ଆଜିବି ଲୋକଙ୍କ ମନରେ ଗୋଟିଏ ପ୍ରଶ୍ନ ଏହାଦ୍ୱାରା ସମସ୍ୟା ର ସବୁଦିନିଆଁ ସମାଧାନ ହେବ ତ?

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ