ବାଉଁଶୁଣି ରେ ରେଳ ଷ୍ଟେସନ ପାଇଁ ବଲାଙ୍ଗିର ସାଂସଦ ସଂଗୀତା ସିଂହ ଦେଓ ଙ୍କୁ ଦାବୀ ପତ୍ର ପ୍ରଦାନ


ବୀରମହାରାଜପୁର : (ସୌମିତ୍ରି ମେହେର)
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଅଞ୍ଚଳର ଏକ ପ୍ରତିନିଧି ଦଳ ବଲାଙ୍ଗୀର ସାଂସଦ ସଂଗୀତା ସିଂଦେଓଙ୍କୁ ଙ୍କୁ ତାଙ୍କ ପାଟଣାଗଡ ସ୍ଥିତ ବାସଭବନରେ ଭେଟି ଏକ ଦାବିପତ୍ର ପ୍ରଦାନ କରିଛନ୍ତି l ଦାବିପତ୍ର ରେ ଉଲ୍ଲେଖ କରିଛନ୍ତି ଯେ ବଲାଙ୍ଗିର-ଖୋର୍ଦ୍ଧା ରେଳପଥ ର ବୌଦ୍ଧ ଜିଲ୍ଲା ବାଉଁଶୁଣି ଠାରେ ରେଳ ଷ୍ଟେସନ କରିବା ପାଇଁ I ଏହି ରେଳ ବର୍ତ୍ତମାନ ଯୁଦ୍ଧ କାଳୀନ ଭିତ୍ତିରେ ନିର୍ମାଣ ହେଉଛି l ବୌଦ୍ଧ ଜିଲ୍ଲା ଝlରମୁଣ୍ଡା -ନାଗପାଲି ଠାରେ ରେଳ ଷ୍ଟେସନ ପାଇଁ ସ୍ଥାନ ନିରୂପଣ ହୋଇଛି l ଯଦି ଏହି ସ୍ଥାନରେ ରେଳ ଷ୍ଟେସନ କରାଯାଏ ତେବେ ଏହା ବୀରମହାରାଜପୁର ଠାରୁ 25 କିମି ଦୂର ହେବ I ବାଉଁଶୁଣି (ତlଳୁପାଲି) ଠାରେ ଷ୍ଟେସନ ହେଲେ ବୀରମହାରାଜପୁର ଠାରୁ ମାତ୍ର 10 କିମି ଦୂର ହେବ I ଏବେ ବୀରମହାରାଜପୁର ରୁ ବୌଦ୍ଧ ଜିଲ୍ଲା ବାଉଁଶୁଣି କୁ ମହାନଦୀ ଉପରେ ପୋଲ ନିର୍ମାଣ କାମ ପ୍ରକ୍ରିୟା ଆରମ୍ଭ ହୋଇଛି l ଏହି ପୋଲ ନିର୍ମାଣ ହେଲେ ବୀରମହାରାଜପୁର ଅଞ୍ଚଳର ଲୋକେ ରେଳ ଷ୍ଟେସନ ପାଇଁ ବାଉଁଶୁଣି ଉପରେ ନିର୍ଭର କରିବେ I ତେଣୁ ବୀରମହାରାଜପୁର ଲୋକଙ୍କ ସୁବିଧା ଦୃଷ୍ଟିରୁ ପ୍ରସ୍ତାବିତ ଷ୍ଟେସନ ଝlରମୁଣ୍ଡା (ନାଗପାଲି) ଠାରୁ ବାଉଁଶୁଣି (ତlଳୁପାଲି ) କୁ ସ୍ଥାନାନ୍ତରିତ କରିବାକୁ ଭାରତୀୟ ରେଳ ବୋର୍ଡ ର ସଦସ୍ୟ ସାଂସଦ ସଂଗୀତା କୁମାରୀ ସିଂଦେଓଙ୍କୁ ଲିଖିତ ଜଣାଇଛନ୍ତି I ଦାବିପତ୍ର ପାଇବା ପରେ ଏହାକୁ ଉପସ୍ଥାପନ କରି କାର୍ଯ୍ୟକାରି କରିବା ପାଇଁ ସାଂସଦ ପ୍ରତିଶୃତି ଦେଇ ଥିବା କଥା ପ୍ରତିନିଧି ଦଳ କହିଛନ୍ତି I ଏହି ଦଳରେ ବରିଷ୍ଠ ଓକିଲ ବିଷ୍ଣୁ ଚରଣ ପଣ୍ଡା , ସାମ୍ବାଦିକ ଯୁଗଳ କିଶୋର ମିଶ୍ର , ଦିଲ୍ଲୀପ କୁମାର ତ୍ରିପାଠୀ , ସୁମନ୍ତ ଜଗଦଳl , ରବୀନ୍ଦ୍ରନାଥ ପଣ୍ଡା , ହୃଷୀକେଶ ମେହେର , ରଞ୍ଜନ କୁମାର ଦାସ , ଦାମୋଦର ହୋତା , ନଳିନୀ ପଣ୍ଡା , ସରପଞ୍ଚ ସୂର୍ଯ୍ୟ ନନ୍ଦ , ଦିଲ୍ଲୀପ କୁମାର ପଧାନ ପ୍ରମୁଖ ରହିଛନ୍ତି I