Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

କାଳୀ ପୂଜା ଅବସରରେ ରକ୍ତ ଦାନ ଶିବିର :୩୧ ୟୁନିଟ ରକ୍ତ ସଂଗୃହୀତ

ସମ୍ବଲପୁର:ରବିବାର ଦିନ ବରଗଡ଼ ଜିଲ୍ଲା ପଦ୍ମପୁର ଅନ୍ତର୍ଗତ ସର୍ଗିବହାଲ ଗ୍ରାମ ରେ ୨୭ତମ କାଳୀ ପୂଜା ଅବସରରେ କାଳୀ ପୂଜା କମିଟି ଓ ନିଷ୍ଠା ପରିବାର ର ମିଳିତ ଆନୁକୁଲ୍ୟରେ ଏକ ସ୍ଵେଚ୍ଛାକୃତ ରକ୍ତ ଦାନ ଶିବିର ଆୟୋଜନ ହୋଇଥଲା। ଏହି ଶିବିର ରେ ଶ୍ରୀ ପ୍ରମୋଦ କୁମାର ସାହୁ ପ୍ରଧାନ ଆଚାର୍ଯ୍ୟ,ସରସ୍ଵତୀ ଶିଶୁ ମନ୍ଦିର,ସର୍ଗିବାହାଲର ସୁରେନ୍ଦ୍ର ମେହେର,ବରିଷ୍ଠ ବିଜ୍ଞାନ ଶିକ୍ଷକ,ଗନିଆପାଲି ହାଇ ସ୍କୁଲ,ପ୍ରହଲ୍ଲାଦ ସାହୁ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ,ଚିତ୍ରସେନ ବେହେରା,ସଭାପତି କାଳୀପୂଜା କମିଟି ଯୋଗ ଦେଇ ଫିତା କାଟି ଶିବିର ର ଶୁଭାରମ୍ଭ କରିଥିଲେ।ଏହି ଶିବିର ରେ ୨ଜଣ ମହିଳା ଓ ୨୯ଜଣ ପୁରୁଷ ଙ୍କୁ ମିଶାଇ ସର୍ବମୋଟ ୩୧ୟୁନିଟ ରକ୍ତ ପଦ୍ମପୁର ରକ୍ତ ଭଣ୍ଡାର ଦ୍ଵାରା ସଂଗୃହୀତ ହୋଇଥିଲା।ପରିଶେଷରେ ରକ୍ତ ଦାନ ଶିବିର ଆୟୋଜନ ପାଇଁ କାଳୀ ପୂଜା କମିଟି କୁ ନିଷ୍ଠା ପରିବାର ତରଫ ରୁ ଏକ ସ୍ମୃତି ଫଳକ ଦେଇ ଜଳନ୍ଧର ଦରବାର ରେ ମହାରାଜ ଜଳନ୍ଧର ଙ୍କ ଦ୍ଵାରା ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଶିବିର କୁ ନିଷ୍ଠା ଓ କାଳୀ ପୂଜା କମିଟି ର ସଦସ୍ୟ ମାନେ ସୁପରିଚାଳନା କରିଥିଲେ।