Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପୁରାତନ ଛାତ୍ର ସଂସଦ ବିଶାଳ ଛାତ୍ର ସମାବେଶ ଓ ଶିକ୍ଷକ ଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନାରେ ଯୋଗ ଦେଲେ ଗଣଶିକ୍ଷା ମନ୍ତ୍ରୀ।

କଳାହାଣ୍ଡି:୦୪/୧୧
ରିପୋର୍ଟ—ସନତ କୁମାର ପ୍ରଧାନୀ
କଳାହାଣ୍ଡି ଜୟପାଟଣା ବ୍ଲକ ରେଙ୍ଗାଳପାଲି ପଞ୍ଚାୟତ ପରମାନନ୍ଦ ଉଚ୍ଚ ବିଦ୍ୟାଳୟ ଠାରେ ସୋମବାର ପୁରାତନ ଛାତ୍ର ସମାବେଶ କାର୍ଯ୍ୟକ୍ରମ ଏକ ଭବ୍ୟ ପରିବେଶ ମଧ୍ୟରେ ଆୟୋଜିତ ହୋଇଯାଇଛି। କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ର ସଭାପତି ବଜେନ୍ଦ୍ର ନାଥ ପାଟ୍ଟଯୋଶୀ ଙ୍କ ସଭାପତିତ୍ୱ ରେ ସର୍ବ ପ୍ରଥମେ ପ୍ରଭୁ ଜଗନ୍ନାଥ ଙ୍କ ନିକଟରେ ପ୍ରଦୀପ ପ୍ରଜ୍ଜ୍ୱଳନ ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା। କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ମୁଖ୍ୟ ବକ୍ତା ଭାବେ ଜାତୀୟ ପୁରସ୍କାର ପ୍ରାପ୍ତ ଜୟ।ଦୁର୍ଗା ଉଚ୍ଚ ବିଦ୍ୟାଳୟ ନର୍ଲା ର ବିଜ୍ଞାନ ଶିକ୍ଷକ ସନ୍ତୋଷ କୁମାର କର ସମ୍ମାନିତ ଶିକ୍ଷକ ସମ୍ମାନିତ ଅତିଥି ଭାବେ କଳାହାଣ୍ଡି ସାଂସଦ ମାଲବିକା କେଶରୀ ଦେଓ, କଳାହାଣ୍ଡି ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ, ଜିଲ୍ଲା ଶିକ୍ଷା ଅଧିକାରୀ ସୁଶାନ୍ତ କୁମାର ଚୋପଦାର, ଉପ ଜିଲ୍ଲାପାଳ ଧର୍ମଗଡ ଧୀମାନ ଚକମା,ବ୍ଲକ ଅଧ୍ୟକ୍ଷ ଥବିର ବାଗ, ଉପାଧ୍ୟକ୍ଷା ଜାନକୀ ବାଣୁଆ, ସମାଜସେବୀ ରମେଶ ଚନ୍ଦ୍ର ମାଝୀ,ବିଇଓ ପ୍ରେମ ନାରାୟଣ ପଣ୍ଡା, ରେଙ୍ଗାଳପାଲି ସରପଞ୍ଚ ଏଶର୍ଯ୍ୟ କୁମାର ଦାସ, ପ୍ରଧାନ ଶିକ୍ଷକ ରବୀନ୍ଦ୍ର କୁମାର ମୂଣ୍ଡ ଓ ସ୍କୁଲ ର ଅବସର ନେଉଥିବା ଇଂରାଜୀ ଶିକ୍ଷକ କୁଞ୍ଜବିହାରି ଦାସ ପ୍ରମୁଖ ମଞ୍ଚ ରେ ଉପସ୍ଥିତ ଥିଲେ। ସ୍ୱାଗତ ଅଭିଭାଷଣ ପ୍ରଧାନ ଶିକ୍ଷକ ରବୀନ୍ଦ୍ର କୁମାର ମୁଣ୍ଡ ରଖିବା ସହ ଶିକ୍ଷା ମନ୍ତ୍ରୀ ଙ୍କ ନିକଟରେ ଶିକ୍ଷାନୁଷ୍ଠାନ ଓ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ପ୍ରମୁଖ ସମସ୍ୟା ଉପରେ ମନ୍ତ୍ରୀ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ମନ୍ତ୍ରୀ ଶ୍ରୀ ଗଣ୍ଡ ନିଜ ଅଭିଭାଷଣ ରେ ମୁଁ ବିଗତ ଦିନ ରେ ନିଜ ଅଞ୍ଚଳ ର ଏକ ସ୍କୁଲ ର ସଭାପତି ରହି ସ୍କୁଲ ର ସୁବିଧା ଅସୁବିଧା ବିଷୟରେ ଜାଣିଛି, ଆଜି ମୁଁ ସ୍କୁଲ ସଭାପତି ରୁ ମନ୍ତ୍ରୀ ହୋଇଛି।ଏଣୁ ମୋ ବିଭାଗ ଦ୍ଵାରା ଯାହା ସମ୍ଭବ ହେବ ଶିକ୍ଷକ ଶିକ୍ଷୟିତ୍ରୀ ଓ ରାଜ୍ୟରେ ଶିକ୍ଷାନୁଷ୍ଠାନ ର ଭିତ୍ତିଭୂମି ଉନ୍ନତି ପାଇଁ ମୋହନ ମାଝୀ ସରକାର ପ୍ରତିଶୃତିବଦ୍ଧ ବୋଳି କହିଥିଲେ । ଏହି ଅବସରରେ ସ୍କୁଲ ର ଇଂରାଜୀ ଶିକ୍ଷକ କୁଞ୍ଜବିହାରି ଦାସ ଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ଉପସ୍ଥିତ ଅତିଥି ଓ ପ୍ରଶାସନିକ ଅଧିକାରୀ ମାନେ ଦେଇ ତାଙ୍କ ସୁସ୍ଥ ଓ ନିରାମୟ ଜୀବନ ର କାମନା କରିଥିଲେ। କାର୍ଯ୍ୟକ୍ରମ ରେ ବରିଷ୍ଠ ଶିକ୍ଷକ ଲଳିତ କୁମାର ନାଏକ ମଞ୍ଚ ସଂଯୋଜନା କରିଥିଲେ ଓ ପରିଶେଷରେ ଉମା ଶଙ୍କର ଦୀପ ଧନ୍ୟବାଦ ଅର୍ପଣ କରିଥିଲେ।